October 22, 2024
Home » ମାୟାବର୍ହା ହାଇସ୍କୁଲରେ ଯୋଗ ତାଲିମ ଶିବିର ଅନୁଷ୍ଠିତ

ମାୟାବର୍ହା ହାଇସ୍କୁଲରେ ଯୋଗ ତାଲିମ ଶିବିର ଅନୁଷ୍ଠିତ

0

 

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପାଂଚାୟତ ହାଇସ୍କୁଲ, ମାୟାବର୍ହା ପ୍ରାଙ୍ଗଣରେ ଏକ ଦିବସୀୟ ଯୋଗ ଶିକ୍ଷା ତାଲିମ ଶିବିର ପ୍ରଧାନଶିକ୍ଷକ ରବିଚନ୍ଦ୍ର ପଶାୟତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି । ପାତଜଂଳୀ ପ୍ରାୟୋଜିତ ଯୋଗ ପ୍ରଶିକ୍ଷିକା ତଥା ସୁନାପାଲି ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ସସ୍ମିତା ସାହୁ ଶିବିରରେ ଯୋଗଦାନ କରି ପ୍ରାଣାୟାମ, ଆସନ ଏବଂ ଏହାର ଉପକାରିତା ବିଷୟରେ ସମବେତ ଛାତ୍ରଛାତ୍ରୀ ମାନଙ୍କ ବୁଝାଇଥିଲେ । ଆସନ ଏବଂ ପ୍ରାଣାୟମ ଗୁଡିକୁ ପ୍ରଶିକ୍ଷିକା ଶ୍ରୀମତୀ ସାହୁ ନିଜେ ପ୍ରଦର୍ଶନ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ସେ ସବୁ ଅଭ୍ୟାସ କରିବାକୁ ମାର୍ଗଦର୍ଶନ କରିଥିଲେ ଏବଂ ଏହାକୁ ଜୀବନରେ ପ୍ରଚଳନ କଲେ ଶିକ୍ଷା ଓ ସ୍ୱାସ୍ଥ୍ୟର ବିକାଶ ହେବା ସହିତ ବ୍ୟକ୍ତିତ୍ୱ ବିକାଶ କରିବାରେ ସହାୟକ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ । ଇଚ୍ଛାପୁର ହାଇସ୍କୁଲର ପ୍ରଧାନଶିକ୍ଷକ କାହ୍ନୁଚରଣ ଧରୁଆ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ । ବରିଷ୍ଠ ଶିକ୍ଷକ ଦିନବନ୍ଧୁ ପ୍ରଧାନ ଯୋଗ ଶିକ୍ଷା ତାଲିମ ଶିବିରର ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ତାଲିମ ଶିବିରର ଶେଷ ପର୍ଯ୍ୟାୟରେ ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀ ପ୍ରଶିକ୍ଷିକାଙ୍କ ନିର୍ଦ୍ଦେଶନାରେ ଲୋକପ୍ରିୟ ସମ୍ବଲପୁରୀ ଭଜନ ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର ଜୀବନ ସଂଗୀତର ତାଳେ ତାଳେ ସାମୁହିକ ଆନନ୍ଦ ଦାୟକ ଯୋଗ ଡ୍ୟାନସ ଅଭ୍ୟାସ କରିଥିଲେ । କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଉପସ୍ଥିତ ରହି ସହଯୋଗ କରିଥିଲେ । ଆଲୁମିନୀ କିରଣ ପୁଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।

ସୁବର୍ଣ୍ଣପୁର ଈପିଏରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ…..
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *