May 21, 2026
Home » ଅଣ୍ଟାଭିଡ଼ିଲେ ମହିଳା ମଦଦୋକାନ ବନ୍ଦ ଓ ମଦ ମୁକ୍ତ ଗ୍ରାମ ପାଇଁ ଧାରଣା ଦେଲେ ଗ୍ରାମବାସୀ

ଅଣ୍ଟାଭିଡ଼ିଲେ ମହିଳା ମଦଦୋକାନ ବନ୍ଦ ଓ ମଦ ମୁକ୍ତ ଗ୍ରାମ ପାଇଁ ଧାରଣା ଦେଲେ ଗ୍ରାମବାସୀ

0
WhatsApp Image 2026-05-21 at 8.40.56 AM

ପୋଲସରା : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ କରସିଙ୍ଗି ମୁଖ୍ୟ ରାସ୍ତା ପାର୍ଶ୍ଵ ରେ ଥିବା ସରକାରୀ ବିଦେଶୀ ଓ ଦେଶୀ ମଦ ଦୋକାନ ବନ୍ଦ କରିବାପାଇଁ ସ୍ୱର ଉଠାଇଲେ ମହିଳା ଦୀର୍ଘ ଦିନହେବ ମଦ ଦୋକାନ ଦୁଇଟି ଏଠାରେ ଖୋଲା ରହୁଥିବାରୁ ଗ୍ରାମରେ ଅଶାନ୍ତ ପରିବେଶ ସୃଷ୍ଟି ହେବାସହ ଏହା ଅପରାଧୀ ଙ୍କ ଆଡାସ୍ଥଳୀ ପାଲଟିଯାଇଛି। ଏବଂ ମଦୁଆଙ୍କ ଉନ୍ମୁକ୍ତ କାଣ୍ଡ ଯୋଗୁଁ ଛାତ୍ରୀ ମାନେ ପାଠ ପଢି ଯିବାକୁ କୁଣ୍ଠାବୋଧ ପ୍ରକାଶ କରୁଛନ୍ତି। ଅନ୍ୟପଟେ ଛାତ୍ର ଏବଂ ଯୁବଗୋଷ୍ଟି ମଦ ପିଇ ପଥଭ୍ରଷ୍ଟ ହୋଇଗଲେଣି । ଯାହାଫଳରେ ଗ୍ରାମରେ ବିଭିନ୍ନ ସମୟରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଉଛି। ତେଣୁ ଗ୍ରାମରେ ଶାନ୍ତି ପ୍ରତିଷ୍ଠା ଏବଂ ମଦୁଆଙ୍କୁ ସାବଡ କରିବାପାଇଁ ମହିଳା ମାନେ ଏକଜୁଟ ହୋଇ ମଦଦୋକାନ ଆଗରେ ହୋହାଲ୍ଲା କରିବାସହ ମଦ ଦୋକାନ ବନ୍ଦ କରିବାକୁ ଅଡି ବସିଥିଲେ। ଖବର ପାଇ ଭଞ୍ଜନଗର ଉପଖଣ୍ଡ ଅବକାରୀ ଅଧିକାରୀ ଜ୍ୟୋତିରଞ୍ଜନ ସେନାପତି ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରିବା ସହ ମଦ ଦୋକାନରେ ତାଲା ପକାଇଲେ।

ରିପୋର୍ଟ ହୃଷିକେଶ ନାୟକ

Leave a Reply

Your email address will not be published. Required fields are marked *