May 21, 2026
Home » ଜନ୍ମ ଦିନରେ ଦହିପାଣି ବଣ୍ଟନ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଜନ୍ମ ଦିନରେ ଦହିପାଣି ବଣ୍ଟନ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

0
WhatsApp Image 2026-05-21 at 10.57.18 AM

ସୁବର୍ଣ୍ଣପୁର: ବର୍ତ୍ତମାନ ରାଜ୍ୟସାରା ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅସହ୍ଯ ଖରା ଓ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସାଧାରଣ ପଥିକ ଓ ଶ୍ରମଜୀବୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଭଳି ସ୍ଥିତିରେ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଳକ ହରଡଖୋଲ ଛକଠାରେ ନିଜ ଜନ୍ମ ଦିନରେ ଦହିପାଣି ବଣ୍ଟନ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି ସମାଜ ସେବୀ ବ୍ୟାସ ଦେବ ନନ୍ଦ। ଏହା ସହ ରାସ୍ତା କଡ଼ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ କାର୍ଯ୍ୟକ୍ରମରେ ସୋନପୁର ଜୁନିୟର ରେଡ଼କ୍ରସ ପରାମର୍ଶଦାତା ଶିକ୍ଷକ ବିକ୍ରମ କୁମାର ନନ୍ଦ, ସ୍ଥାନୀୟ ସରପଞ୍ଚ ମୋହନ କର୍ମୀ, ସମିତି ସଭ୍ୟ ମନୁରାଜ କର୍ମୀ, କଷ୍ଟ କର୍ମୀ, ମହାଦେବ ରଥ, ଧୃବ ଚରଣ ରଥ, ଭକ୍ତ କର୍ମୀ, ଜିତୁ ପଣ୍ଡା, ବିକାଶ ରଥ, ଆଦିତ୍ୟ ପାଢ଼ୀ,ମାନସ ଆଚାର୍ଯ୍ୟ, ପ୍ରଦୀପ, ରାକେଶ ପ୍ରମୁଖ ଉପସ୍ଥିତ ରହି ପଥିକ ଓ ସାଧାରଣ ଜନତାଙ୍କୁ ଦହିପାଣି ବଣ୍ଟନ କରିବା ସହ ବୃକ୍ଷ ରୋପଣ କରିଥିଲେ। ନିଜ ଜନ୍ମ ଦିନରେ ଏହିଭଳି କାର୍ଯ୍ୟକ୍ରମ ପାଇଁ ଅଞ୍ଚଳବାସୀ ବ୍ୟାସ ଦେବ ନନ୍ଦଙ୍କୁ ପ୍ରଶଂସା କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *