ଅନ୍ନଦାତାଙ୍କୁ ସମ୍ମାନ ନ ଦେଲେ କଂଗ୍ରେସ ଆନ୍ଦୋଳନ କରିବ: ଭକ୍ତ
କୃଷିପ୍ରଧାନ ରାଜ୍ୟ ଓଡ଼ିଶାରେ କୃଷି ଓ କୃଷକ ଅବହେଳିତ
ଭୁବନେଶ୍ୱର;: କଂଗ୍ରେସ ଭବନଠାରେ କିଷାନ କଂଗ୍ରେସ ପକ୍ଷରୁ ଏବଂ ସଭାପତି ଅଭୟ ସାହୁଙ୍କ ନେତୃତ୍ୱରେ ସମସ୍ତ ଜିଲ୍ଲାର କିଷାନ କଂଗ୍ରେସ ନେତୃବୃନ୍ଦଙ୍କୁ ନେଇ ଏକ ଓରିଏଣ୍ଟଟେସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଓପିସିସି ସଭାପତି ଭକ୍ତ ଚରଣ ଦାସ, ଓଡିଶା କଂଗ୍ରେସ ପ୍ରଭାରୀ ଲାଲଜୀ ଦେଶାଇ, ସହ ପ୍ରଭାରୀ ଜେଟ୍ଟୀ କୁସୁମ କୁମାର ଏବଂ ମୟୂରା ଜୟକୁମାର ସମ୍ମାନିତ ଅତିଥିରୂପେ ଯୋଗଦେଇ କିଷାନ କଂଗ୍ରେସକୁ ଶକ୍ତିଶାଳୀ କରିବା ସହ କୃଷକ ମାନଙ୍କ ହିତରେ ଲଢେଇ କରିବା ପାଇଁ ଦିଗଦର୍ଶନ ଦେଇଥିଲେ l
କିଷାନ କଂଗ୍ରେସର ଏହି କାର୍ଯ୍ୟକ୍ରମରେ ନିମ୍ନଲିଖିତ ବିଷୟ ଗୁଡିକ ଆଲୋଚିତ ହୋଇଥିଲା l
ରାଜ୍ୟର ମୋଟ ଜନସଂଖ୍ୟାର ୬୫ ଭାଗ ଚାଷୀ । ଏଥିରୁ ୮୨ ପ୍ରତିଶତ ହେଲେ ଭାଗଚାଷୀ । ସର୍ବମୋଟ ଚାଷ ଜମି ୬୧ ହେକ୍ଟର ।
ଏବେ ସୁଦ୍ଧା ମାତ୍ର ଜଳସେଚନ ୨୬ ପ୍ରତିଶତ । ରାଜ୍ୟ ଅଭିବୃଦ୍ଧିରେ କୃଷିର ଅବଦାନ ୧୮.୯% ।
କିନ୍ତୁ ଦୁର୍ଭାଗ୍ୟର କଥା ବିଜେଡ଼ି ଓ ବିଜେପି ସରକାରର ୨୬ ବର୍ଷ ଶାସନ କାଳରେ ଚାଷୀ ସବୁଠାରୁ କ୍ଷତିଗ୍ରସ୍ତ, ଚାଷ ବିପର୍ଯ୍ୟସ୍ତ ।
କୃଷି ଓ କୃଷକ ସମସ୍ୟା

* ରାଜ୍ୟରେ ବର୍ତ୍ତମାନ ୧୦ ଲକ୍ଷ ହେକ୍ଟରୁ ଅଧିକ ଜମି ପଡ଼ିଆ ପଡିଲାଣି ।
* ୫ ଲକ୍ଷ ହେକ୍ଟରରୁ ଅଧିକ ଚାଷପୋଯୋଗୀ ଜମି ବିଲଡର କବଜାରେ ଓ ବାହାର କମ୍ପାନୀ ମାନଙ୍କୁ ଏହି ଜମି ଶାଗମାଛ ଦରରେ ବିକ୍ରି କରାଯାଉଛି ।
* ୩୦ ଲକ୍ଷରୁ ଅଧିକ ଲୋକ ବେସହରା ହୋଇ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି ।
* ଦୁଇ ବର୍ଷରେ ଡବଲ ଇଞ୍ଜିନ ସରକାର ୧ ଲକ୍ଷ ୩୮ ହଜାର କୋଟି ଟଙ୍କା ଋଣ ଭାରରେ ଉବୁଟୁବୁ । ପନିପରିବା ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାର ନାହିଁ ।
* କଂଗ୍ରେସ ଅମଳରେ ଗଢ଼ି ଉଠିଥିବା କୃଷିଭର୍ତ୍ତିକ ଶିଳ୍ପ ସୂତାକଳ, ଚିନିକଳ, ତେଳକଲ ପ୍ରଭୃତି ଅଚଳ ହୋଇପଡ଼ିଛି ।
ଏମଏସପିରୁ କେନ୍ଦର ବର୍ଦ୍ଧିତ ୬୯ ଟଙ୍କା ରାଜ୍ୟ ଚାଷୀଙ୍କୁ ଦେଉନାହିଁ
* ମଏସପିର ଗ୍ୟାରେଣ୍ଟିଂ ମିଲିଲା ନାହିଁ । ଧାନ ମଣ୍ଡି ଅବବ୍ୟସ୍ଥା କହିଲେ ନସରେ ।
* ଧାନ କିଣାରେ ପ୍ରତି କ୍ୟୁଣ୍ଟାଲରେ ୫ ରୁ ୧୦ କେଜି କଟନିଛଟନି
* ବର୍ଦ୍ଧିତ ଏମଏସପିର ୬୯ ଟଙ୍କା ଦେଉ ନାହାନ୍ତି
* ଯେଉଁ ଟୋକନରେ ଲକ୍ଷ୍ୟଧାର୍ଯ୍ୟ ୫୦ କ୍ୟୁଣ୍ଟାଲ ସେଠାରେ ମାତ୍ର ୨୦ କ୍ୟୁଣ୍ଟାଲ କିଣୁଛନ୍ତି ।
ଭାଗଚାଷୀଙ୍କ ଅସୁମାରୀ ଦୁଃଖ
* ଚାଷୀ ପରିବାରର ମାସିକ ଆୟ ମାତ୍ର ୫୦୧୨ ଟଙ୍କା ।
* ପ୍ରଧାନମନ୍ତ୍ରୀ ୨୦୧୭ ଠାରୁ ୨୦୨୨ ମଧ୍ୟରେ ଚାଷୀ ଆୟ ଦୁଇଗୁଣା ବୃଦ୍ଧି କରିବା କହିବା ଏବେ ଗଲା କୁଆଡେ?
* ସେହିପରି ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଚାଷୀ ଉପକୃତ ହେବ ପରିବେର୍ତ୍ତ ସରକାର ଓ ଘରୋଇ ବୀମା କମ୍ପାନୀମାନେ ଏହାର ଫାଇଦା ଉଠାଉଛନ୍ତି ।
• ରାଜ୍ୟରେ କୃଷି ଋଣ ଯୋଗାଣ କେବଳ କାଗଜ କଲମରେ ଚାଲିଛି l
ରାଜ୍ୟରେ ସାର ସଂକଟ ଏବେ ଉତ୍କଟ ଅବସ୍ଥାରେ ପହଁଚିଛି l
* ୟୁରିଆ ୪୫ କେଜି ବସ୍ଥା ୨୬୬ ଟଙ୍କା ଥିବା ସ୍ଥଳେ ଚାଷୀ ୭୦୦ ଟଙ୍କା ଚଢ଼ାଦରରେ କିଣୁଛନ୍ତି ।
* ୟୁରିଆ, ଡିଏପି, ପଟାସ, ଗ୍ରୋମର, କମ୍ପେ୍ଲସ ସାର ମିଳୁନାହିଁ ।
* ସାର କଳାବଜାରୀ ରୋକିବାର ସରକାର ସଂପୂର୍ଣ୍ଣ ବିଫଳ।
* ଆବଶ୍ୟକ ବିହନ ଉତ୍ପାଦନରେ ଓଡ଼ିଶା ପଛୁଆ
* କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୧୭ ଟି କୃଷି ଯୋଜନାରେ ବାଟବାରଣା ହୋଇଛି ।
ପିସିସିର ଦାବି:
1.ପ୍ରାୟ ୧୮ ଲକ୍ଷ ଚାଷୀ, ଅଥଚ ପଞ୍ଜିକରଣ ବର୍ତ୍ତମାନ ୫ ଲକ୍ଷ ୫୧ ହଜାର। ଏଗ୍ରିଷ୍ଟାକ ସମସ୍ୟା ଦୂର କରାଯାଇ ୨୦୨୬ ଖରିଫ ଧାନ ବିକ୍ରୟ ପାଇଁ ଚାଷୀ ପଞ୍ଜିକରଣ ସମୟସୀମା ଅଗଷ୍ଟ ୩୧ ତାରିଖ ପରିବର୍ତ୍ତେ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧ କରାଯାଉ ।
2.୧୦ ଲକ୍ଷ ଭାଗଚାଷୀଙ୍କ ପାଇଁ ଭାଗଚାଷୀ ଆଇନ ପ୍ରଣୟନ ଓ ସୁରକ୍ଷା ନିମନ୍ତେ ଯୋଜନା ପ୍ରଣୟନ କରାଯାଉ।*
3.ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ରାଜ୍ୟରେ ୩୦ ଲକ୍ଷ ଋଣୀ ଓ ଅଣଋଣୀ ଚାଷୀଙ୍କୁ ବୀମାଭୁକ୍ତ କରାଯାଉ ।
4.ତୁରନ୍ତ ସାର ସଂକଟ ଦୂର କରାଯାଇ ଆବଶ୍ୟକ ପରିମାଣର ସାର ଠିକ ସମୟରେ ନିର୍ଦ୍ଧାରିତ ମୂଲ୍ୟରେ ଚାଷୀଙ୍କୁ ଯୋଗାଇ ଦେବା ସହିତ ସାର କଳାବଜାରୀ ରୋକଯାଉ।
5.ବିଜେପି ସରକାରର ଘୋଷଣା ଅନୁଯାୟୀ ୫୮ ଟି ସବଡିଜନରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରାଯାଉ।
6.ଅତ୍ୟଧିକ ବର୍ଷା ଓ ବନ୍ୟା ଦ୍ୱାରା ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କ ଠାରୁ କୃଷିଋଣ ଓ ଜଳକର ଛାଡ଼ କରାଯାଉ ଏବଂ ପ୍ରତି ଏକର ପିଛା ଚାଷୀଙ୍କୁ ୨୫ ହଜାର ଟଙ୍କା କ୍ଷତିପୂରଣ ଦିଆଯାଉ।
7.ସରକାରଙ୍କ ଘୋଷିତ ଜାତୀୟ ଓ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟ ପାଣ୍ଠିର କୃଷି ଇନପୁଟ ସହାୟତା ଦୁଇଗୁଣ ବୃଦ୍ଧ କରାଯାଉ ଏବଂ କ୍ଷୟକ୍ଷତିର ସଠିକ ଆକଳନ କରାଯାଉ ।
8.ରାଜ୍ୟରେ ଥିବା କୃଷିଭିର୍ତ୍ତିକ ଶିଳ୍ପ, ଚିନିକଳ, ତେଲକଳ, ସୂତାକଳ ଓ ବିଭିନ୍ନ ଖାଦ୍ୟ ପ୍ରସ୍ତୁତି ଓ ପ୍ରକିୟାକରଣ ୟୁନିଟ ପ୍ରତିଷ୍ଠା କରାଯାଉ ।
9.ଚାଷୀଙ୍କୁ ମାଗଣାରେ ବିଜୁଳି… ସୋଲାର ବିଦ୍ୟୁତ ଯୋଗାଇ ଦିଆଯାଉ
10.କଂଗ୍ରେସ ରାଜ୍ୟରେ ଯେଉଁ ୩୫ ପ୍ରତିଶତ ଜଳସେଚନ ଛାଡ଼ିକି ଯାଇଥିଲା, ସେଥିରେ ବୃଦ୍ଧି କରାଯାଉ। ଅଚଳ ଉଠା ଜଳସେଚନ ପଏଣ୍ଟ ଗୁଡ଼ିକର ତୁରନ୍ତ ମରାମତି କରାଯାଉ
କିଷାନ କଂଗ୍ରେସର ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ଓପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ସୁରେଶ ରାଉତରାୟ, ପଞ୍ଚାନନ କାନୁନଗୋ, ସନ୍ତୋଷ ସିଂ ସାଲୁଜା, କାର୍ତ୍ତିକ ବରାଳ, ଅମୀୟ ପଟ୍ଟନାୟକ, ଅରୁଣ ଜେନା, ସ୍ଥିତିକଣ୍ଠ ମହାନ୍ତି, ସ୍ମୃତି ରଞ୍ଜନ ସ୍ୱାଇଁ, ନିମାଇଁ ଚରଣ ଜେନା ଓ ଦାଶରଥି ସାହୁ ମଞ୍ଚାସିନ ଥିବାବେଳେ ଶତାଧିକ କିଷାନ କଂଗ୍ରେସ ନେତୃବୃନ୍ଦ ଉପସ୍ଥିତ ଥିଲେ l
