ଅଭାବି ପରିବାର ର ଶୁଦ୍ଧିକ୍ରିୟା କୁ ସାହା ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ
ଓଡ଼ିଆ ଘର ର ଵିଧି ଓ ଶୁଦ୍ଧି ପରମ୍ପରା ରହିଛି l ଜନ୍ମ ଗ୍ରହଣ ରେ ବିଭିନ୍ନ ପ୍ରକାର ର ଵିଧି ରହିଥିବା ବେଳେ ଶୁଦ୍ଧି କାର୍ଯ୍ୟ ରେ ଅନେକ କାର୍ଯ୍ୟକ୍ରମ ମାନ ରହିଥାଏ l ସବୁ କାର୍ଯ୍ୟକ୍ରମ ପାଇଁ ଅର୍ଥ ର ଆବଶ୍ୟକ ପଡିଥାଏ କିନ୍ତୁ ଯଦି ଘରେ ଖାଇବାକୁ ଠିକ ରେ ନ ଥାଏ, ପରିବାର ରେ ରୋଗ ବ୍ୟାଧି ରହିଥାଏ l ଏହିପରି କିଛି ଦୁଃଖଦ ଖବର ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲାର ପଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଗଙ୍ଗାରାମପୁର ପଞ୍ଚାୟତ ର ପଦ୍ମନାଭପୁର ଗ୍ରାମ ରେ l ଘର ର ମୁଖ୍ୟ ମଦନ ଜେନା ଜଣେ ଦିନ ମଜୁରିଆ ଅଟନ୍ତି l ତାଙ୍କର ଏକମାତ୍ର ପୁଅ କାଳିଆ ଜେନା ବି ଦିନ ମଜୁରୀ ରେ ଜୀବନ ଅତିବାହିତ କରନ୍ତି l କିଛି ଦିନ ହେବ ମଦନ ଙ୍କ ଦେହ ଅସୁସ୍ଥ ହେବା ପରେ କାଳିଆ ବାପା ଙ୍କ ସେବା ପାଇଁ ଦିନ ମଜୁରୀ କାମ ରୁ ବିରତ ରହିଥିଲା l ଘରେ ଅଭାବ ଅନାଟନ ଲାଗି ରହିଥାଏ, ରୋଗ ରେ ବି ସଞ୍ଚିତ ଅର୍ଥ ଖର୍ଚ୍ଚ ହୋଇଗଲା l ହଠାତ ବାପା ମଦନ ଙ୍କର ମୃତ୍ୟୁ ହୋଇଯାଏ, ପୁଅ କାଳିଆ ପୁରା ହତବାକ ହୋଇଯାଏ l କିପରି ଶୁଦ୍ଧି କାର୍ଯ୍ୟ ହେବ ଏହା ଏବେ ମୁଖ୍ୟ ଚିନ୍ତା l ସବୁ ସ୍ଥାନ ରୁ ନିରାଶ ହେବା ପରେ ସ୍ଥାନୀୟ ଯୁବକ ବିଭୁତି ଙ୍କ ସହାୟତା ରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ବିଷୟରେ ଜାଣି ନିଜର ଦୁଃଖ ଜଣାଇଥିଲା l ଏହାପରେ ଟ୍ରଷ୍ଟ ର ମୁଖପାତ୍ର ପ୍ରମୋଦ ନାୟକ ଙ୍କ ଦ୍ୱାରା ଏକ ଟିମ ଯାଇ ଏହି ଘଟଣା ର ତଦନ୍ତ କରିଥିଲେ l ଆଜି ତାଙ୍କର ଦଶ କର୍ମ ରେ ତାଙ୍କ ପରିବାର ପାଇଁ ବସ୍ତ୍ର, ଏକ ମାସ ପାଇଁ ରାସନ ସାମଗ୍ରୀ, ପନିପରିବା ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଥିଲା l ଟ୍ରଷ୍ଟ ପକ୍ଷରୁ ଦଶ କର୍ମ କରୁଥିବା ବ୍ରାହ୍ମଣ ଓ ବାରିକ ଙ୍କ ପାଇଁ ଆର୍ଥିକ ସହାୟତା ପ୍ରଦାନ ମଧ୍ୟ କରାଯଇଥିଲା l ଏପରି ମାନବିକତା କାର୍ଯ୍ୟକ୍ରମ ପାଇଁ ଅଂଚଳ ବାସୀ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର କର୍ମକର୍ତା ଙ୍କୁ ସାଧୁବାଦ ଜଣାଇଛନ୍ତି l ଆଜି ର କାର୍ଯ୍ୟକ୍ରମ ରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଦମନ ମହାନ୍ତି, ଟ୍ରଷ୍ଟ ର ପରାମର୍ଶଦାତା ନିମାଇଁ ଚରଣ କର, ସାଧାରଣ ସମ୍ପାଦକ ସତ୍ୟବ୍ରତ ପ୍ରଧାନ, ସଂସ୍କୃତି ବିଭାଗୀୟ ଅଧିକାରୀ ସଂଜୀବ ତରାଇ, ଉପଦେଷ୍ଟା ବିଷ୍ଣୁ ଚରଣ ମହାପାତ୍ର, ବୈଭବ ମହାନ୍ତି, ଉତ୍ପଳ ଚାଟାଜି, ହୃଷିକେଶ ମହାନ୍ତି, ମାନସ ପାତ୍ର,ସୁରେନ୍ଦ୍ର ପରିଡା,ବଳରାମ ଦାସ,ବିଶ୍ୱଜିତ ମହାପାତ୍ର ଓ ସୋରୂପ ଜେନା ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ସମ୍ପାଦନ ହୋଇଥିଲା l
