June 8, 2026
Home » ଅଲୋଷ୍ଟାର ତୃତୀୟ ଥର ପାଇଁ ସାଧାରଣ ସମ୍ପାଦକ ହେଲେ ସୁକାନ୍ତ ବେହେରା, ଦୁଇଦିନିଆ ସାମ୍ବିଧାନିକ ସମ୍ମିଳନୀ ଉଦଯାପିତ ।

ଅଲୋଷ୍ଟାର ତୃତୀୟ ଥର ପାଇଁ ସାଧାରଣ ସମ୍ପାଦକ ହେଲେ ସୁକାନ୍ତ ବେହେରା, ଦୁଇଦିନିଆ ସାମ୍ବିଧାନିକ ସମ୍ମିଳନୀ ଉଦଯାପିତ ।

0
1001113557
ନୟାଗଡ଼ ଇପିଏ ) ନୟାଗଡ ୫ଓ ୬ ତାରିଖ ଦୁଇଦିନ ଧରି ଚାଲିଥିବା ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ(ଆଲୋଷ୍ଟ)ର ୩୨ ତମ ରାଜ୍ୟସ୍ତରୀୟ ଦୁଇ ଦିନିଆ ସାମ୍ବିଧାନିକ ସମ୍ମିଳନୀ ଓ ଶିକ୍ଷକ ଗୌରବ ବନମାଳୀ ବ୍ରହ୍ମଚାରୀଙ୍କ ୩୭ ତମ ଶ୍ରାଦ୍ଧ ବାର୍ଷିକୀ ଆଲୋଚନା ଚକ୍ର ଆଜି ଉଦଯାପିତ ହୋଇଯାଇଛି। ଏଥିରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ନିର୍ବାଚନ ପ୍ରକ୍ରିୟାରେ ପୁରୀ ଜିଲ୍ଲାର ସୁକାନ୍ତ କୁମାର ବେହେରା ତୃତୀୟ ଥର ପାଇଁ ରାଜ୍ୟ ସାଧାରଣ ସମ୍ପାଦକ ଭାବେ ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଛନ୍ତି। ସେହିପରି ସଭାପତି ଭାବେ ଯାଜପୁରର ନିର୍ମଳା ପଣ୍ଡା ମନୋନୀତ ହୋଇଥିବା ବେଳେ କାର୍ଯ୍ୟକାରୀ ସଭାପତି ଭାବେ ଜୟପ୍ରକାଶ ପଣ୍ଡା, କବିରାଜ ବିଶ୍ୱାଳ ଏବଂ ଧନେଶ୍ୱର ପାତ୍ର ନିର୍ବାଚିତ ହୋଇଛନ୍ତି। ଯୁଗ୍ମ ସାଧାରଣ ସମ୍ପାଦକ ଭାବେ ଯୁଧିଷ୍ଠିର ପ୍ରଧାନ, କୋଷାଧକ୍ଷ ସୁଦର୍ଶନ ସ୍ୱାଇଁ ନିର୍ବାଚିତ ହୋଇଥିବା ବେଳେ ମୁଖ୍ୟ ଉପଦେଷ୍ଟା ଭାବେ ଜଗବନ୍ଧୁ ଜେନା ଏବଂ ଉପମୁଖ୍ୟ ଉପଦେଷ୍ଟା ଭାବେ ବିକ୍ରମ କୁମାର ଦାସ ରହିଛନ୍ତି। ଚଳିତ ବର୍ଷ ଅନୁଷ୍ଠିତ ଏହି ନିର୍ବାଚନରେ ରାଜ୍ୟସ୍ତରୀୟ କର୍ମକର୍ତ୍ତା ଭାବେ ୭ ଜଣ ଉପସଭାପତି,୯ଜଣ ଯୁଗ୍ମ ସମ୍ପାଦକ,ଦୁଇ ଜଣ ସବ ଏଡିଟର ଏବଂ ଦୁଇଜଣ ଉପଦେଷ୍ଟା ରହିଛନ୍ତି। ଆଗାମୀ ୩ବର୍ଷ ପାଇଁ ଏହି କର୍ମକର୍ତ୍ତା କାର୍ଯ୍ୟ କରିବେ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି।
               ସୂଚନା ଯୋଗ୍ୟ ଯେ ଗତ ଦୁଇଦିନ ଧରି ସ୍ଥାନୀୟ ପଠାଣି ସାମନ୍ତ ସଂସ୍କୃତି ଭବନ ତଥା ଏସ.ଏ.ସୋଲେମାନ ମଣ୍ଡପରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସାମ୍ବିଧାନିକ ସମ୍ମିଳନୀ ଏବଂ ଆଲୋଚନା ଚକ୍ରର ଉଦଘାଟନୀ ଦିବସରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗଦାନ କରି ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ରରେ ଧୂପପୁଷ୍ପ ଏବଂ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ। ସଭାପତି ବିକ୍ରମ କୁମାର ଦାସଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଉଦଘାଟନ ସଭାରେ ଅନ୍ୟତମ ଅତିଥି ଭାବେ ଏସଟିଏଫଆଇ ଯୁଗ୍ମ ସମ୍ପାଦକ ସୁକୁମାର ସେନ, ଶିକ୍ଷକ ନେତା ପ୍ରାଧ୍ୟାପକ ସୁରେନ୍ଦ୍ର କୁମାର ଜେନା, ସମାଜସେବୀ ବିଶ୍ୱନାଥ ମହାପାତ୍ର ଏବଂ ଉପଦେଷ୍ଟା ଜଗବନ୍ଧୁ ଜେନା ପ୍ରମୁଖ ଯୋଗଦାନ କରି ପ୍ରାଥମିକ ସ୍ତରରୁ ଆରମ୍ଭ କରି କଲେଜ ପର୍ଯ୍ୟନ୍ତ ନିଯୁକ୍ତ ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଆଲୋଷ୍ଟ ସାଧାରଣ ସମ୍ପାଦକ ଅତିଥି ପରିଚୟ ପ୍ରଦାନ ଏବଂ ବାର୍ଷିକ ବିବରଣୀ ପାଠ କରିଥିଲେ।
          ସେହିପରି ଦ୍ୱିତୀୟ ଦିବସ ଅଧିବେଶନରେ ଏକ ଶିକ୍ଷା ସେମିନାର ‘ଓଡ଼ିଶାରେ ମିଳିତ ଶିକ୍ଷକ ଆନ୍ଦୋଳନ ଏବଂ ଏହାର ପ୍ରଭାବ’ ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଆଲୋଚକ ଭାବେ ରାଜ୍ୟ ଓଷ୍ଟା ସଭାପତି ଅକ୍ଷୟ କୁମାର ମିଶ୍ର,ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ,ଏସ.ଟି. ଏଫ.ଆଇ ଉପ ସଭାପତି ପ୍ରକାଶ ଚନ୍ଦ୍ର ମହାନ୍ତି,୬୬୨ବର୍ଗ କଲେଜ ଶିକ୍ଷକ ଏବଂ କର୍ମଚାରୀ ସଂଘ ସଭାପତି ଗୋଲକ ନାୟକ, ୪୪୮ବର୍ଗ ଅଧ୍ୟାପକ ଓ କର୍ମଚାରୀ ସଂଘ ସଭାପତି ପବିତ୍ର କୁମାର ମହଲା ପ୍ରମୁଖ ଅଂଶ ଗ୍ରହଣ କରି ମିଳିତ ଶିକ୍ଷକ ଆନ୍ଦୋଳନ ଦ୍ୱାରା ହିଁ ସରକାରଙ୍କ ଠାରୁ ଦାବି ହାସଲ ସମ୍ଭବ ବୋଲି ମତବ୍ୟକ୍ତ କରିବା ସହିତ ଶିକ୍ଷକ ସମାଜ ଏକଜୁଟ ହୋଇ ରହିବା ଉପରେ ଗୁରୁତ୍ୱାରୋପ କରିଥିଲେ। ସ୍ବର୍ଗତ ବନମାଳୀ ବ୍ରହ୍ମଚାରୀ, ଅବନୀ ବରାଳ ଏବଂ ଏସ.ଏ.ସୋଲେମାନଙ୍କ ନୀତି ଆଦର୍ଶରେ ସମସ୍ତ ଶିକ୍ଷକ ସଂଗଠନ ଅନୁପ୍ରାଣିତ ହେବା ପାଇଁ ମତ ପ୍ରକାଶ ପାଇଥିଲା। ଅନ୍ତିମ ଅଧିବେଶନରେ ପୁରାତନ କମିଟିକୁ ଭଙ୍ଗ କରାଯାଇ ନୂତନ କମିଟି ଗଠନ କରାଯାଇ ନବ ନିର୍ବାଚିତ କର୍ମକର୍ତ୍ତା ଏବଂ ସଦସ୍ୟ ମାନଙ୍କ ଶପଥ ପାଠ କରାଯାଇଥିଲା। ଶେଷରେ ସଂଘୀୟ ପତାକା ଅବତରଣ ସହିତ ସମ୍ମିଳନୀ ଉଦଯାପିତ ହୋଉଥିଲା। ଦୁଇଦିନିଆ ଏହି ରାଜ୍ୟସ୍ତରୀୟ ସାମ୍ବିଧାନିକ ସମ୍ମିଳନୀରେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରୁ ଏକ ହଜାରରୁ ଉର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *