July 5, 2025
Home » ଆଚାର୍ଯ୍ୟ ବିହାର ମହିଳା ସମିତି ଦ୍ବାରା ବାର୍ଷିକ ସମାରୋହ ଉଦଘାଟନ ଓ “ଅପରୂପା” ପତ୍ରିକା ଲୋକାର୍ପଣ

ଆଚାର୍ଯ୍ୟ ବିହାର ମହିଳା ସମିତି ଦ୍ବାରା ବାର୍ଷିକ ସମାରୋହ ଉଦଘାଟନ ଓ “ଅପରୂପା” ପତ୍ରିକା ଲୋକାର୍ପଣ

0
WhatsApp Image 2025-03-18 at 2.12.02 PM

ଭୁବନେଶ୍ବର, ୧୭ ମାର୍ଚ୍ଚ ୨୦୨୫ – ଆଚାର୍ଯ୍ୟ ବିହାର ମହିଳା ସମିତିର ବାର୍ଷିକ ସମାରୋହ ଉତ୍ସବ ଏବଂ ପତ୍ରିକା ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ଭୁବନେଶ୍ବର ବୁଦ୍ଧ ମନ୍ଦିର ଠାରେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଆଚାର୍ଯ୍ୟ ବିହାର ମହିଳା ସମିତିର ବାର୍ଷିକ ପତ୍ରିକା “ଅପରୂପା” ମଧ୍ୟ ଉଦଘାଟିତ ହୋଇଥିଲା ଯେଉଁଥିରେ ମହିଳା ଶକ୍ତିକରଣ, ସମାଜସେବା ଏବଂ ଉନ୍ନତି ଉପରେ ଗୁରୁତ୍ବ ଦିଆଯାଇଥିଲା ।

ଏହି ସମାରୋହରେ ଶ୍ରୀଯୁକ୍ତ ଜଗନ୍ନାଥ ପ୍ରଧାନ, ବରିଷ୍ଠ ସମାଜସେବୀ, ଶ୍ରୀଯୁକ୍ତ ପରେଶ ପଟ୍ଟନାୟକ, ପ୍ରସିଦ୍ଧ ଲେଖକ, ରୁଦ୍ର ନାରାୟଣ ସାମନୁରାୟ, ସଭାପତି, ଜୟ ଓଡିଶା, ବିଭିନ୍ନ ନାରୀ ସଂଗଠନ, ସମାଜର ବିଭିନ୍ନ ସୁରରୁ ଆସିଥିବା ଲୋକ, ଶିକ୍ଷାବିଦ୍, ଉଦ୍ୟୋଗପତି ଏବଂ ସମାଜସେବୀମାନେ ଉପସ୍ଥିତ ରହି ମହିଳା ଶକ୍ତିକରଣ, ଶିକ୍ଷା ଏବଂ ଉନ୍ନତି ବିଷୟରେ ଉଦ୍‌ବୋଧନ କରିଥିଲେ । ସମାରୋହରେ ଏହି ବିଷୟଗୁଡ଼ିକୁ ଆଗରେ ଆଣିବାକୁ ଏବଂ ମହିଳାମାନଙ୍କ ସମ୍ବଳ ବଢ଼େଇବାକୁ ଉତ୍ସାହିତ କରାଯାଇଥିଲା। ଆଚାର୍ଯ୍ୟ ବିହାର ମହିଳା ସମିତିର ସଭାପତି, ପୂଜାରିଣୀ ମହାନ୍ତି, ଉପ ସଭାପତି, ରୀତା ମହାନ୍ତି ଏବଂ ସମ୍ପାଦକ, ବବିତା ମହାନ୍ତି ଏହି ଉତ୍ସବରେ ଉପସ୍ଥିତ ଥିଲେ ଏବଂ ଏହାକୁ ସଫଳ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିବାହନ କରିଥିଲେ।

ଏହି କାର୍ଯ୍ୟକ୍ରମ ରେ ପଦ୍ମଶ୍ରୀ ଗୁରୁ ଶ୍ରୀ ଦୁର୍ଗାଚରଣ ରଣବୀରଙ୍କୁ ସମ୍ମାନିତ କରାଯାଇଥିଲା ଏବଂ ୧୫ଟି ମହିଳା ସଂଗଠନଙ୍କୁ ସମାଜ ପ୍ରତି ତାଙ୍କର ଅବଦାନ ପାଇଁ “ଅପରୂପା ସମ୍ମାନ”ରେ ସମ୍ମାନିତ କରାଯାଇଥିଲା। ଉପସ୍ଥିତ ସମସ୍ତ ଅତିଥିମାନେ ଏହି ଉତ୍ସବର ଗୁରୁତ୍ବ ଉପରେ ଆଲୋଚନା କରି ଏହାକୁ ଏକ ଐତିହାସିକ ଅବସର ବୋଲି ବ୍ୟାଖ୍ୟା କରିଥିଲେ । ଏହି ଉତ୍ସବ ମହିଳାମାନଙ୍କ ଉନ୍ନତି, ଶକ୍ତିକରଣ ଏବଂ ସମାଜରେ ତାଙ୍କର ଅବଦାନକୁ ଗୁରୁତ୍ୱପୂର୍ଣ୍ଣ ଭାବରେ ଚିହ୍ନଟ କରିଥିଲା। ଅନେକ ଅତିଥି ଏହି କାର୍ଯ୍ୟକ୍ରମ ପାଇଁ ଆଚାର୍ଯ୍ୟ ବିହାର ମହିଳା ସମିତିକୁ ଅଭିନନ୍ଦନ ଜଣାଇ ଭବିଷ୍ୟତରେ ଏପରି ଉଦ୍ୟମ ଆଗେଇ ଆଣିବାର ଉତ୍ସାହ ଦେଇଥିଲେ।

Leave a Reply

Your email address will not be published. Required fields are marked *