August 21, 2026
Home » ଆଜି ମୃତ୍ୟୁ ସମସ୍ତଙ୍କ ସାମ୍ନାରେ, ସଂଗ୍ରାମ ବ୍ୟତୀତ ଅନ୍ୟପନ୍ଥା କିଛି ନାହିଁ : ଭକ୍ତ

ଆଜି ମୃତ୍ୟୁ ସମସ୍ତଙ୍କ ସାମ୍ନାରେ, ସଂଗ୍ରାମ ବ୍ୟତୀତ ଅନ୍ୟପନ୍ଥା କିଛି ନାହିଁ : ଭକ୍ତ

0
WhatsApp Image 2026-08-19 at 8.11.38 PM (1)

 

 

ଭୁବନେଶ୍ୱର ; ପୂର୍ବତନ ଯୁବ କଂଗ୍ରେସ ସଭାପତି ସ୍ବର୍ଗତ ସଂଗ୍ରାମ କେଶରୀ ଜେନାଙ୍କ ପଞ୍ଚମ ଶ୍ରାଦ୍ଧବାର୍ଷିକୀ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଠାରେ ଆୟୋଜିତ ହୋଇଥିଲା lଏହି ସ୍ମୃତି ସଭାରେ ଉଦବୋଧନ ଦେଇ ଓପିସିସି ସଭାପତି ଭକ୍ତ ଚରଣ ଦାସ କହିଥିଲେ, ହଜାର ହଜାର ବର୍ଷଧରି ବସବାସ କରୁଥିବା ଆଦିବାସୀଙ୍କୁ ବାସଚ୍ୟୁତ କରିବାକୁ ଚାଁହୁଛି ବିଜେପି ସରକାର l ଏହା ଆମେ କେବେ ସମ୍ଭବ ହେବାକୁ ଦେବୁନାହିଁ l ଓଡ଼ିଶାର ଜଳ ଜମି ଜଙ୍ଗଲ, ଖଣିଜ ଦ୍ରବ୍ୟ ସବୁ ରାଜ୍ୟବାସୀଙ୍କର l ଆଜି ହତାଶ ନିରାଶ ବେକାରୀ ଯୁବକଙ୍କୁ ଆହ୍ୱାନ ନିଜ ଅଧିକାରର ଲଢେଇ ପାଇଁ କ୍ଷେତ୍ରକୁ ଆସନ୍ତୁ l “ସଂଗ୍ରାମ ଦିଏ ଡାକ, ତୁହି ଯୁବକ ଉଠରେ ଯୁବକ ଉଠ, ଶୁଣ ତୁମେ ଚିତ୍କାର, କେଉଁଝର ମା ମାଟିର, ଓଡିଶା ମାଆ ମାଟିର, କୋଳେ ଶୋଇଥିବା ଶିଶୁର ଡାକ” ଯୁବ କଂଗ୍ରେସର ସମସ୍ତ ସାଥୀଙ୍କୁ ଆହ୍ୱାନ ରଣକ୍ଷେତ୍ରରେ ଲଢ଼ l ସଂଗ୍ରାମରେ ଅବତୀର୍ଣ ହୁଅ l ସଂଗ୍ରାମକୁ ଯଦି ମନେ ପକାଉଛ, ସଂଗ୍ରାମ ପଥର ଯାତ୍ରୀ ହୁଅ l ମୃତ୍ୟୁ ସମସ୍ତଙ୍କ ସାମ୍ନାରେ ଠିଆ ହୋଇଛି l ସଂଗ୍ରାମ ବ୍ୟତୀତ ଅନ୍ୟ ପନ୍ଥା କିଛି ନାହିଁ l ଏହି ସଂଗ୍ରାମ ଏମ ଏମ ଡିଆର ଆଇନ ଆଣି ଆଦିବାସୀଙ୍କ ଅଧିକାର ହତ୍ୟା କରିଛନ୍ତି l ଆଦିବାସୀ ମୁଖ୍ୟମନ୍ତ୍ରୀ ହୋଇ ଆଦିବାସୀଙ୍କ ପ୍ରତି ଏ କି ବ୍ୟବହାର ?
ମୁଁ ଚାଁହୁଛି କେନ୍ଦୁଝର ମାଟିରେ ଏକ ବିରାଟ ଵୀପ୍ଳବ l କେନ୍ଦୁଝର ଜିଲ୍ଲାର ସମସ୍ତ ଖଣି ବନ୍ଦ କରିବା ପାଇଁ l ସାରା ଓଡ଼ିଶାର ଖଣି ଖାଦାନ ବନ୍ଦ କରାଯିବ l ଓଡିଶା ଆଦିବାସୀଙ୍କୁ ଭୁମୀ ଓ ଅଧିକାର ଫେରେଇଦିଅ ନ ହେଲେ ସମସ୍ତ ଖଣି ବନ୍ଦ ହେବ l
ରାଜନୀତିକୁ, କଂଗ୍ରେସକୁ ଏବଂ ଆମର ସ୍ୱାଭିମାନକୁ ଯଦି ବଞ୍ଚାଇବାର ଅଛି ତେବେ ଆମ ନେତା ରାହୁଳ ଗାନ୍ଧୀଙ୍କ ଭଳି ସାହସୀ ଓ ନିର୍ଭୀକ ହୋଇ ପ୍ରଧାନମନ୍ତ୍ରୀଙ୍କ ଘର ସାମ୍ନାରେ ଧାରଣା ଦେଇଥିଲେ, ଏଭଳି କରିବାକୁ ପଡ଼ିବ l
ରାହୁଳ ଗାନ୍ଧୀ ପୋଲିସ ମାଡ଼ରେ ନାକରୁ ରକ୍ତ ଝରାଉଥିବାବେଳେ ଆମେ ୟା’ ତା ପଛରେ ଚୁଗୁଲୀ କରି ହୀନ ରାଜନୀତି କରୁଛୁ l ଆମକୁ କିଛି କରିବାକୁ ପଡ଼ିବ l ଆଜି ସଂଗ୍ରାମର ଶ୍ରାଦ୍ଧ ଦିବସରେ ଦେଶ ଆହ୍ୱାନ କରୁଛି, ରାହୁଳ ଗାନ୍ଧୀ ଆହ୍ୱାନ କରୁଛନ୍ତି, ନିଜ ମାଟି କେନ୍ଦୁଝର ଆହ୍ୱାନ କରୁଛି, ଆମେ ଚୁପ ହୋଇ ରହିବା ନାହିଁ l ଓଡ଼ିଶାରେ ସଂଗ୍ରାମୀ ତିଆରି କରିବାକୁ ଚାହୁଁଛି, ଓଡିଶାକୁ ଏକ ନୂତନ ଦିଗନ୍ତ ଦେବାକୁ ଚାହୁଁଛି l
ବୋଲି ଓପିସିସି ସଭାପତି ଶ୍ରୀ ଦାସ ଉପସ୍ଥିତ କଂଗ୍ରେସ କାର୍ଯ୍ୟକର୍ତ୍ତା ତଥା ଅଗଣିତ ସଂଗ୍ରାମପ୍ରେମୀଙ୍କୁ କହିଥିଲେ l
ସଂଗ୍ରାମ ଜେନା ସ୍ମୃତି କମିଟି ସଭାପତି ତାରାପ୍ରସାଦ ବାହିନୀପତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାକୁ କେନ୍ଦୁଝର ଜିଲ୍ଲା କଂଗ୍ରେସ ସଭାପତି ମନୋଜ ଜେନା ପରିଚାଳିତ କରିଥିଲେ l
ଏହି ସଭାରେ ସ୍ବର୍ଗତ ଜେନାଙ୍କ ପିତା ପୂର୍ବତନ ଓପିସିସି ସଭାପତି ଜୟଦେବ ଜେନାଙ୍କ ସମେତ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗୋ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ, ଅନନ୍ତ ସେଠୀ, ସୁରେଶ ରାଉତରାୟ, ପଞ୍ଚାନନ କାନୁନଗୋ, ଶିବାନନ୍ଦ ରାୟ, ବିଧାୟକ ଅଶୋକ ଦାସ, ବିଜୟାଲକ୍ଷ୍ମୀ ସାହୁ, ମିନାକ୍ଷୀ ବାହିନୀପତି, ଅରବିନ୍ଦ ଦାସ, ଶୁଭେନ୍ଦୁ ମହାନ୍ତି, ବନ୍ଦିତା ପରିଡା, ଜୟସ୍ମିତା ମହାନ୍ତି, ଅଭିମନ୍ୟୁ ବେହେରା, ଚିନ୍ମୟ ବେହେରା, ଦେବୀ ଚାନ୍ଦ, ରଞ୍ଜିତ ପାତ୍ର, ୟାଶୀର ନାୱାଜ, ମନୋଜ ରାଉତ, ମାନସ ଆଚାର୍ଯ୍ୟ, ଅମିଶା ସାମନ୍ତରାୟ, ଲିଙ୍ଗରାଜ ସାହୁ, ଶ୍ରୀକାନ୍ତ ଦାସ, ରାଜୀବ ପଟ୍ଟନାୟକ, ପଟ୍ଟନାୟକ, ମିଲନ ପଟ୍ଟନାୟକ l
ଶ୍ରାଦ୍ଧ ସଭାରେ ସ୍ବର୍ଗତ ଜେନାଙ୍କ କନ୍ୟାଦ୍ବୟ ସୁହାନୀ ଓ ଜାହାନି ପିତାଙ୍କ ସ୍ମୃତି ଚାରଣ କରିଥିବାବେଳେ ଭଉଣୀ ଡ଼ ସସ୍ମିତା ଜେନା ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।