ଆଜି ଶ୍ରମିକ ସଂଗଠନ
ଆଜି ଶ୍ରମିକ ସଂଗଠନ, ବିଭିନ୍ନ ଟ୍ରେଡ ୟୁନିୟନ ପକ୍ଷରୁ ଭାରତ ବନ୍ଦ ପାଳନ କରାଯାଉଛି। ଏହାର ପ୍ରଭାବ ପୁରୀ ସହର ରେ ଦେଖିବାକୁ ମିଳିଛି। ଶ୍ରମିକ ସଂଗଠନ, ଟ୍ରେଡ୍ ୟୁନିୟନ ପକ୍ଷରୁ ପୁରୀ ରେ ମଧ୍ୟ ବନ୍ଦ ପାଳନ କରାଯାଉଛି।

ପୁରୀ ବସଷ୍ଟାଣ୍ଡ ନିକଟ ରେ ବିଭିନ୍ନ ଶ୍ରମିକ ସଂଗଠନ କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ନୀତି କୁ ନେଇ ବିରୋଧ ପ୍ରଦର୍ଶନ କରୁଛନ୍ତି। ସେପଟେ ଆଜୀ ବନ୍ଦ ପାଳନ ଯୋଗୁଁ ପୁରୀ ରୁ ଘରୋଇ ବସ ଚଳାଚଳ ବନ୍ଦ ରହିଛି। ଦୋକାନ ବଜାର, ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି।
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
