April 9, 2026
Home » ଆଠଗଡ ଓକିଲ ସଂଘର ଶପଥ ଗ୍ରହଣ

ଆଠଗଡ ଓକିଲ ସଂଘର ଶପଥ ଗ୍ରହଣ

0
WhatsApp Image 2026-04-09 at 4.06.02 PM

ଆଠଗଡ଼,: ସଦ୍ୟ ସମାପ୍ତ ଆଠଗଡ ଓକିଲ ସଂଘ ର ନିର୍ବାଚନ ରେ ଵିଭିନ୍ନ ପଦଵୀ ରେ ବିଜୟୀ ପଦାଧିକାରୀ ମାନଙ୍କ ର ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ ପରିଚାଳନା ଅଧିକାରୀ ବରିଷ୍ଠ ଆଇନଜୀବି ପ୍ରସନ୍ନ କୁମାର ରାଉତଙ୍କ ସଂଯୋଜନା ରେ ଏନ୍ଏସି କାର୍ଯ୍ୟାଳୟ ସ୍ଥିତ ଵିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବି ପ୍ରାଣକୃଷ୍ଣ ଦାଶ, ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଡଃ ନାରାୟଣ ପଣ୍ଡା, ଏନ୍ଏସି ଅଧ୍ୟକ୍ଷା ସସ୍ମିତା ରାଉତ, ତିଗିରିଆ ଓକିଲ ସଂଘ ର ସଭାପତି ପ୍ରଶାନ୍ତ କୁମାର ପଟ୍ଟନାୟକ, ସଂମ୍ପାଦକ ତନ୍ମୟ ମିଶ୍ର ବରିଷ୍ଠ ଆଇନଜୀବି ସଂଜୟ ଦାଶ, ପ୍ରଶାନ୍ତ କୁମାର ମିଶ୍ର ପ୍ରମୁଖ ଯୋଗଦେଇ ଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ନିର୍ବାଚନ ଅଧିକାରୀ ରାଉତ ଚଳିତ ବର୍ଷ ସଭାପତି ପଦରେ ଵିଜୟୀ ଜଗଦାନନ୍ଦ ତ୍ରିପାଠୀ, ସଂମ୍ପାଦକ ଭାଵେ ବନବିହାରୀ ସାହୁ,ଉପ ସଭାପତି ଭାଵେ ସୁଵାସ ଚନ୍ଦ୍ର ସାହୁ,ସହ ସମ୍ପାଦକ ଭାଵେ ସୁପ୍ରଭା ଦୋରା, କୋଷାଧ୍ୟକ୍ଷ ଭାଵେ ଶ୍ରୀ ନିବାସ ଦାସ ଓ କାର୍ଯ୍ୟକାରିଣୀ ସଭ୍ୟା ଦୀପାଳୀ ଦାଶ ପ୍ରମୁଖ ଙ୍କୁ ପଦ ଓ ଗୋପନୀୟତାର ଶପଥ କରାଇଥିଲେ। ପରେ ଏଥି ନିମନ୍ତେ ଆୟୋଜିତ ସଭାରେ ଵିଧାୟକ ସ୍ଵାଇଁ ସାମ୍ପ୍ରତିକ ଵିଶ୍ଵରେ ଯୁଦ୍ଧ ର ଵିଭୀଷିକା ଓ ଦେଶରେ ସାମାଜିକ ରାଜନୈତିକ କ୍ଷେତ୍ର ଉପୁଜୁଥିବା ସମାସ୍ୟା ରେ ଓକିଲ ସଂଘ ପରି ବୁଦ୍ଧିଜୀବି ସଂଘ ର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିବା ସହିତ ଉତ୍ତରପିଢିର ସୁରକ୍ଷା ପାଇଁ ଏହାର ତର୍ଜମା ର ଆବଶ୍ୟକ ଵୋଲି କହିଥିଲେ।ଏହି ଅବସରରେ ବିଧାୟକ ସ୍ଵାଇଁ ଅଦାଲତ ପରିସରରେ ଏକ ପ୍ରସାଧନ ଗୃହ ନିର୍ମାଣ ପାଇଁ ୧୦ଲକ୍ଷ ଟଙ୍କା ର ଅନୁଦାନ ରାଶି ଘୋଷଣା କରିଥିଲେ। ଏହି ଅବସରରେ ଵିଧାୟକ ସ୍ଵାଇଁ ଓକିଲ ସଂଘ ର ନିର୍ଵାଚିତ ପ୍ରତିନିଧି ମାନଙ୍କୁ ପୁଷ୍ପଗୁଚ୍ଛ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଆଇନଜୀବି ଜ୍ଞାନ ପ୍ରକାଶ ଧଳସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *