June 21, 2026
Home » ଆରଏସଏସ, ସାମନ୍ତରାୟ ଏକାଡେମୀ ପାଳିଲେ ଯୋଗ ଦିବସ

ଆରଏସଏସ, ସାମନ୍ତରାୟ ଏକାଡେମୀ ପାଳିଲେ ଯୋଗ ଦିବସ

0
WhatsApp Image 2026-06-21 at 5.56.12 PM

 

ବ୍ରହ୍ମପୁର, ଗୋସାଇଁନୂଆଗାଁ କେ ସି ହାଇସ୍କୁଲ ଖେଳ ପଡ଼ିଆରେ ରବିବାର ସକାଳୁ ବିଶ୍ଵ ଯୋଗ ଦିବସ ପାଳନ କରାଯାଇଛି। ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ (ଆରଏସଏସ) ବୀର ହନୁମାନ ପ୍ରଭାତ ଶାଖାର ବହୁ ସ୍ବୟଂସେବକ, ସାମନ୍ତରାୟ ଏକାଡେମୀର ଅନେକ ପ୍ରଶିକ୍ଷାର୍ଥୀ ଓ ବରିଷ୍ଠ ନାଗରିକ ମଞ୍ଚର ସଦସ୍ୟମାନେ ଯୋଗ ଦେଇଥିଲେ। ଠିଆ ହୋଇ ତାଡାସନ, ପାଦ ହସ୍ତାସନ, ଅର୍ଦ୍ଧ ଚକ୍ରାସନ ଓ ତ୍ରିକୋଣାସନ, ବସି ରହି ଭଦ୍ରାସନ, ବଜ୍ରାସନ, ଅର୍ଦ୍ଧ ଉଷ୍ଟ୍ରାସନ ଓ ଶଶକାସନ ଏବଂ ଶୟନ ଅବସ୍ଥାରେ ମକରାସନ, ଭ୍ରୁଜଙ୍ଗାସନ ଓ ଶବାସନ କରାଯାଇଥିଲା।

 

ସାମନ୍ତରାୟ ଏକାଡେମୀର ନିର୍ଦ୍ଦେଶକ ଦେବେଶ ସାମନ୍ତରାୟ ମୁଖ୍ୟ ଅତିଥି, ଆରଏସଏସ ଉତ୍କଳ (ପୂର୍ବ) ପ୍ରାନ୍ତ ସେବା ପ୍ରମୁଖ ଶାନ୍ତନୁ ମାଝୀ ମୁଖ୍ୟ ବକ୍ତା ଥିଲେ। ଦୈନିକ ଯୋଗାଭ୍ୟାସ ଦ୍ବାରା ବର୍ତ୍ତମାନର ବିଶୃଙ୍ଖଳିତ ଜୀବନଶୈଳୀକୁ ସୁଧାରିବା, ଶରୀରକୁ ସୁସ୍ଥ ରଖିବା, ଫିଟ୍ ଇଣ୍ଡିଆ ଗଠନ ଉପରେ ଦୁହେଁ ଗୁରୁତ୍ୱାରୋପ କରିଥିଲେ।ଅଧ୍ୟାପକ ଲକ୍ଷ୍ମୀ ନାରାୟଣ ପଣ୍ଡା ଯୋଗାସନର ପ୍ରକ୍ରିୟା ଓ ଉପାଦେୟତା ବର୍ଣ୍ଣନା କରିଥିବା ବେଳେ ପ୍ରହ୍ଲାଦ ପାଣିଗ୍ରାହୀ ଅତିଥି ପରିଚୟ ସହ ଧନ୍ୟବାଦ ଅର୍ପଣ କରିଥିଲେ। ପିଣ୍ଟୁ ସାହୁ, ଦଣ୍ଡପାଣି ଦୋରା ଓ ପ୍ରବୀଣ କୁମାର ମଞ୍ଚ ଉପରୁ ଯୋଗ ପ୍ରଦର୍ଶନ କରିଥିଲେ।ପ୍ରଶାନ୍ତ ସାହୁ, ରବି ବେହେରା, ଏନ୍.ଲିଙ୍ଗରାଜ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

 

brahmpur ru narasingh dakua  nka report

Leave a Reply

Your email address will not be published. Required fields are marked *