September 30, 2026
Home » ଆସନ୍ତା ୧୧ ତାରିଖରୁଦୁଗ୍ଧ ଚାଷୀଙ୍କୁ ମିଳିବ ଲିଟର ପ୍ରତି ୨ ଟଙ୍କା ଅଧିକ

ଆସନ୍ତା ୧୧ ତାରିଖରୁଦୁଗ୍ଧ ଚାଷୀଙ୍କୁ ମିଳିବ ଲିଟର ପ୍ରତି ୨ ଟଙ୍କା ଅଧିକ

0
DSC03080.JPG
ଦୁଗ୍ଧ ଚାଷୀଙ୍କ ସ୍ୱାର୍ଥରେ ଓମ୍ଫେଡ୍‌ର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ
ଭୁବନେଶ୍ୱର,: ରାଜ୍ୟର ଦୁଗ୍ଧ ଚାଷୀମାନଙ୍କ ଜୀବିକା, ଆୟ ଓ ସ୍ୱାର୍ଥକୁ ସର୍ବାଧିକ ପ୍ରାଥମିକତା ଦେଇ ଓମଫେଡ୍ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୧୧ ସେପ୍ଟେମ୍ବର ୨୦୨୬ ଠାରୁ ଚାଷୀମାନଙ୍କଠାରୁ ଦୁଗ୍ଧ କ୍ରୟ ମୂଲ୍ୟରେ ଲିଟର ପ୍ରତି ୨ ଟଙ୍କା ବୃଦ୍ଧି କରାଯିବ। ଏହି ନିଷ୍ପତ୍ତି ରାଜ୍ୟର ପ୍ରାୟ ୩ ଲକ୍ଷରୁ ଊର୍ଦ୍ଧ୍ୱ ଦୁଗ୍ଧ ଚାଷୀଙ୍କ ପାଇଁ ଏକ ଆଶ୍ୱସ୍ତିକର ପଦକ୍ଷେପ ହେବା ସହ ସେମାନଙ୍କ ଆୟ ବୃଦ୍ଧିରେ ସହାୟକ ହେବ।ବିଗତ କିଛି ଦିନ ଧରି ବିଶ୍ୱ ବଜାରରେ ତୈଳ ଦରରେ କ୍ରମାଗତ ବୃଦ୍ଧି ଯୋଗୁଁ କୃଷିଜାତ ଦ୍ରବ୍ୟର ଉତ୍ପାଦନ ଓ ପରିବହନ ଖର୍ଚ୍ଚରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ତୈଳ ଦର ବୃଦ୍ଧିର ପ୍ରତ୍ୟକ୍ଷ ଓ ପରୋକ୍ଷ ପ୍ରଭାବ କୃଷି ଏବଂ ପଶୁପାଳନ କ୍ଷେତ୍ର ଉପରେ ମଧ୍ୟ ପଡ଼ିଛି। ଦୁଗ୍ଧ ଉତ୍ପାଦନ ସହ ଜଡ଼ିତ ପ୍ରାୟ ସମସ୍ତ ଉପାଦାନର ମୂଲ୍ୟ ବଢ଼ିଥିବାରୁ ଦୁଗ୍ଧ ଚାଷୀମାନଙ୍କ ଉପରେ ଆର୍ଥିକ ଚାପ ବୃଦ୍ଧି ପାଇଛି।ବିଶେଷକରି ଗୋଖାଦ୍ୟରେ ବ୍ୟବହୃତ କଞ୍ଚାମାଲ ଯଥା ମକା, ଊର-ଙସକ୍ଷରୟ ଜସମର ଈକ୍ସବଦ୍ଭ (ଊଙଜଈ), ଜସମର ଚକ୍ଟକ୍ଷସଗ୍ଦଷ, ସୋରିଷ ପିଡ଼ିଆ ଆଦିର ମୂଲ୍ୟରେ ୨୫ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଛି। ଏଥିସହ ଗୋଖାଦ୍ୟ, ଘାସଚାରା ଓ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀର ଦର ବୃଦ୍ଧି ପାଇବା ଫଳରେ ଗୋପାଳନର ଦୈନିକ ଖର୍ଚ୍ଚ ମଧ୍ୟ ବଢ଼ିଛି।ଦୁଗ୍ଧ ଉତ୍ପାଦନ ଏକ ନିରନ୍ତର ପ୍ରକ୍ରିୟା। ଗୋରୁଙ୍କ ଖାଦ୍ୟ, ଚିକିତ୍ସା, ରକ୍ଷଣାବେକ୍ଷଣ, ଘାସଚାରା, ପରିବହନ ଆଦି ବାବଦରେ ଚାଷୀମାନଙ୍କୁ ନିୟମିତ ଭାବେ ଖର୍ଚ୍ଚ କରିବାକୁ ପଡ଼େ। ଏହି ସମସ୍ତ ଖର୍ଚ୍ଚ ବୃଦ୍ଧି ପାଇବା ସତ୍ତ୍ୱେ ଦୁଗ୍ଧର କ୍ରୟ ମୂଲ୍ୟ ଅନୁପାତିକ ଭାବେ ବୃଦ୍ଧି ନ ହେଲେ ଚାଷୀଙ୍କର ବିଶେଷ ଲାଭହ୍ରାସ ପାଇବା ସ୍ୱାଭାବିକ। ଏହାର ପ୍ରଭାବରେ ଗୋପାଳନକୁ ଜୀବିକାର ମୁଖ୍ୟ ମାଧ୍ୟମ ଭାବେ ଗ୍ରହଣ କରିଥିବା ଦୁଗ୍ଧଚାଷୀ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଏ ପରିସ୍ଥିତିରେ ଦୁଗ୍ଧ ଚାଷୀମାନେ ଦୁଗ୍ଧର କ୍ରୟ ମୂଲ୍ୟ ବୃଦ୍ଧି ପାଇଁ ବାରମ୍ବାର ଅନୁରୋଧ କରିଆସୁଥିଲେ। ଚାଷୀମାନଙ୍କର ଏହି ଦାବି, ବର୍ତ୍ତମାନର ବଜାର ପରିସ୍ଥିତି, ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ଏବଂ ଦୁଗ୍ଧ ଚାଷୀଙ୍କ ଜୀବିକାକୁ ବିଚାରକୁ ନେଇ ଓମ୍ଫେଡ୍ ପକ୍ଷରୁ ଦୁଗ୍ଧ କ୍ରୟ ମୂଲ୍ୟ ବୃଦ୍ଧି ନିଷ୍ପତ୍ତି ନିଆଯାଇଛି।ଏହି ମୂଲ୍ୟ ବୃଦ୍ଧି ଦ୍ୱାରା ଚାଷୀମାନେ ଦୁଗ୍ଧ ସମବାୟ ସମିତି ମାଧ୍ୟମରେ ନିଜ ଉତ୍ପାଦିତ ଦୁଗ୍ଧ ବିକ୍ରୟ କରି ଅତିରିକ୍ତ ଆୟ ପାଇପାରିବେ। ଏହା ଚାଷୀମାନଙ୍କୁ ଅଧିକ ଉତ୍ସାହିତ କରିବା ସହ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ଓ ଦୁଗ୍ଧ ସମବାୟ ଆନ୍ଦୋଳନକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହେବ।ଓମ୍ଫେଡ୍‌ର ମୂଳ ଲକ୍ଷ୍ୟ ହେଉଛି ଦୁଗ୍ଧ ଚାଷୀଙ୍କୁ ସେମାନଙ୍କ ଉତ୍ପାଦର ଉଚିତ ବଜାର ଯୋଗାଇବା ଏବଂ ଖାଉଟିମାନଙ୍କୁ ଉନ୍ନତମାନର ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀ ଯୋଗାଇବା। ଏହି ଦୁଇଟି ଦାୟିତ୍ୱ ମଧ୍ୟରେ ସନ୍ତୁଳନ ରକ୍ଷା କରି ଓମ୍ଫେଡ୍ ସର୍ବଦା ଚାଷୀ ଓ ଖାଉଟି—ଉଭୟଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇଆସିଛି।
ଗୁଣବତ୍ତା ଓ ଶୁଦ୍ଧତାରେ ଓମ୍ଫେଡ୍‌ର ସାଲିସ ନାହିଁଦୁଗ୍ଧ ତଥା ଦୁଗ୍ଧଜାତ ଦ୍ରବ୍ୟର ଗୁଣବତ୍ତା ଓ ଶୁଦ୍ଧତା ନେଇ ଓମ୍ଫେଡ୍ ସର୍ବଦା ସଚେତନ। ଚାଷୀମାନଙ୍କଠାରୁ ଦୁଗ୍ଧ ସଂଗ୍ରହ ସମୟରୁ ଆରମ୍ଭ କରି ଦୁଗ୍ଧ କାରଖାନାରେ ପ୍ରକ୍ରିୟାକରଣ, ପ୍ୟାକେଜିଂ ଓ ଖାଉଟିଙ୍କ ନିକଟରେ ପହଞ୍ଚିବା ପର‌୍ୟ୍ୟନ୍ତ ପ୍ରତ୍ୟେକ ସ୍ତରରେ ଗୁଣବତ୍ତା ନିୟନ୍ତ୍ରଣକୁ ଗୁରୁତ୍ୱ ଦିଆଯାଏ।ଖାଉଟିମାନଙ୍କ ସ୍ୱାସ୍ଥ୍ୟ ସହ କୌଣସି ପ୍ରକାର ସାଲିସ କରାଯାଏ ନାହିଁ। ଉନ୍ନତମାନର ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀକୁ ସୁଲଭ ମୂଲ୍ୟରେ ଖାଉଟିମାନଙ୍କ ପାଖରେ ପହଞ୍ଚାଇବା ଓମ୍ଫେଡ୍‌ର ନିରନ୍ତର ପ୍ରୟାସ।ଓମ୍ଫେଡ୍ ଦ୍ୱାରା ପ୍ରସ୍ତୁତ ଘିଅର ଗୁଣବତ୍ତା ଓ ଶୁଦ୍ଧତା ଉପରେ ରହିଥିବା ଆସ୍ଥାର ଏକ ଉଦାହରଣ ହେଉଛି ଏହାର ଘିଅ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭୋଗରେ ବ୍ୟବହୃତ ହେଉଛି। ଏହା ଓମ୍ଫେଡ୍ ଉତ୍ପାଦର ଗୁଣବତ୍ତା ପ୍ରତି ରହିଥିବା ପ୍ରତିବଦ୍ଧତାର ଏକ ଗୁରୁତ୍ୱପୂର୍ଣ୍ଣ ପରିଚୟ।
ଅପମିଶ୍ରଣରୁ ସତର୍କ ରୁହନ୍ତୁ, ଓମଫେଡ୍ ଉତ୍ପାଦ ବ୍ୟବହାର କରନ୍ତୁସ୍ୱଚ୍ଛ ଓ ଶୁଦ୍ଧତାର ଭରସାଯୋଗ୍ୟ ଅନୁଷ୍ଠାନ ହେଉଛି ଓମ୍ଫେଡ୍ । ବିଗତ ଦିନଗୁଡ଼ିକରେ ଛେନା, ପନିର, ରସଗୋଲା, ଖୁଆ ଆଦି କେତେକ ଦୁଗ୍ଧଜାତ ସାମଗ୍ରୀରେ ଅପମିଶ୍ରଣ ସମ୍ପର୍କିତ ଅଭିଯୋଗ ଓ ଘଟଣା ସାମ୍ନାକୁ ଆସିଛି। ଏଭଳି ପରିସ୍ଥିତିରେ ଖାଉଟିମାନଙ୍କୁ ନିଜ ଓ ନିଜ ପରିବାରର ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବା ଆବଶ୍ୟକ।ଏହି ପରିପ୍ରେକ୍ଷୀରେ ଖାଉଟିମାନଙ୍କୁ ଓମ୍ଫେଡ୍ ପ୍ରସ୍ତୁତ ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀ ବ୍ୟବହାର କରିବାକୁ ଅନୁରୋଧ କରାଯାଉଛି। ଓମ୍ଫେଡ୍‌ର ବିଭିନ୍ନ ଉତ୍ପାଦ ମଧ୍ୟରେ ପନିର, ଖୁଆ, ରାବିଡ଼ି, ଦହି, ଘିଅ, ପେଡ଼ା, ଛେନାପୋଡ଼, ୠକ୍ଷବଙ୍ଖକ୍ଟଙ୍କକ୍ସରୟ ଗସକ୍ଷଳ, ଟଐଞ ଗସକ୍ଷଳ, ଲସି, ଗୋଲାପଜାମୁ, ଆଇସକ୍ରିମ୍ ଆଦି ରହିଛି।ଓମ୍ଫେଡ୍‌ର ପ୍ରତ୍ୟେକ ଉତ୍ପାଦରେ ଶୁଦ୍ଧତା, ସତେଜତା, ଗୁଣବତ୍ତା ଓ ଖାଉଟିଙ୍କ ବିଶ୍ୱାସକୁ ପ୍ରାଥମିକତା ଦିଆଯାଉଛି। ତେଣୁ ପ୍ରତ୍ୟେକ ଓଡ଼ିଆ ଓମ୍ଫେଡ୍‌ର ଉତ୍ପାଦ ବ୍ୟବହାର କରି ନିଜର ତଥା ନିଜ ପରିବାର ଓ ଆତ୍ମୀୟସ୍ୱଜନଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନଶୀଳ ହେବା ଆବଶ୍ୟକ।ଚାଷୀ ଓ ଖାଉଟି—ଉଭୟଙ୍କ ସ୍ୱାର୍ଥ ଓମ୍ଫେଡ୍‌ର ପ୍ରାଥମିକତାଦୁଗ୍ଧ ଚାଷୀଙ୍କ ଉତ୍ପାଦନ ଖର୍ଚ୍ଚ ହ୍ରାସ, ଆୟ ବୃଦ୍ଧି ଓ ଜୀବିକାର ସୁରକ୍ଷା ସହିତ ଖାଉଟିମାନଙ୍କୁ ଗୁଣବତ୍ତାସମ୍ପନ୍ନ ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀ ଯୋଗାଇବା ଓମ୍ଫେଡ୍‌ର ମୂଳ ଦାୟିତ୍ୱ। ଦୁଗ୍ଧ ଚାଷୀମାନଙ୍କ ପରିଶ୍ରମର ଉଚିତ ମୂଲ୍ୟ ସୁନିଶ୍ଚିତ କରିବା ସହ ରାଜ୍ୟର ଖାଉଟିମାନଙ୍କୁ ନିରାପଦ ଓ ଗୁଣବତ୍ତାସମ୍ପନ୍ନ ଖାଦ୍ୟ ଉପଲବ୍ଧ କରାଇବା ପାଇଁ ଓମ୍ଫେଡ୍ ଆଗାମୀ ଦିନରେ ମଧ୍ୟ ପ୍ରତିବଦ୍ଧ ରହିବ।ଦୁଗ୍ଧ ଚାଷୀମାନଙ୍କ ସ୍ୱାର୍ଥରେ ନିଆଯାଇଥିବା ଏହି ଦୁଗ୍ଧ କ୍ରୟ ମୂଲ୍ୟ ବୃଦ୍ଧି ନିଷ୍ପତ୍ତି ଚାଷୀମାନଙ୍କ ଆର୍ଥିକ ସ୍ଥିତିକୁ ମଜବୁତ କରିବା ସହ ଗୋପାଳନ ଓ ଦୁଗ୍ଧ ଉତ୍ପାଦନ ପ୍ରତି ଅଧିକ ଚାଷୀଙ୍କୁ ଉତ୍ସାହିତ କରିବ ବୋଲି ଆଶା କରାଯାଉଛି।ଏହି ସାମ୍ବାଦିକ ସମ୍ମିଳନୀରେ ଓମ୍ଫେଡ୍ ସଭାପତି ଶ୍ରୀ କିଶୋରଚନ୍ଦ୍ର ପ୍ରଧାନୀ ଏବଂ ପରିଚାଳନା ନିର୍ଦେଶକ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *