ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟରଙ୍କ ୬ଟି ସ୍ଥାନରେ ଓଡ଼ିଶା ଭିଜିଲାନ୍ସର ଚଢ଼ାଉ
ଭବାନୀପାଟଣା R&B ଡିଭିଜନର AEE (ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର) ତଥା ଧର୍ମଗଡ଼ ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଭୁବନେଶ୍ୱର ଶବରଙ୍କ ବିରୋଧରେ ତାଙ୍କ ଜ୍ଞାତ ଆୟର ଉତ୍ସଠାରୁ ଅଧିକ ଆୟ ବହିର୍ଭୂତ ସମ୍ପତ୍ତି (DA) ଠୁଳ କରିଥିବା ଅଭିଯୋଗରେ, ଭବାନୀପାଟଣା ମାନ୍ୟବର ସ୍ପେଶାଲ ଜଜ୍ (ଭିଜିଲାନ୍ସ)ଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ଆଧାରରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଗୃହ ସର୍ଚ୍ଚ/ଚଢ଼ାଉ କରାଯାଉଛି।


ଏହି ଚଢ଼ାଉରେ ୬ ଜଣ ଡିଏସ୍ପି, ୮ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହଯୋଗୀ କର୍ମଚାରୀ ସାମିଲ ଅଛନ୍ତି। କଳାହାଣ୍ଡି ଜିଲ୍ଲାରେ ଥିବା ତାଙ୍କର,ଭବାନୀପାଟଣା ସହର ଗୋସାଣୀମୁଣ୍ଡା ସ୍ଥିତ ଶ୍ରୀ ଶବରଙ୍କ ଦୁଇ ମହଲା କୋଠା ଘର,କଳାହାଣ୍ଡି ଜିଲ୍ଲା କୋକସରା ସ୍ଥିତ ତାଙ୍କ ପୈତୃକ ଗ୍ରାମ କୁସୁମଖୁଣ୍ଟିରେ ଥିବା ଦୁଇ ମହଲା କୋଠା ଘର,ଭବାନୀପାଟଣା ସହର ନିକଟ କିଟ୍ପଦର ଠାରେ ଥିବା ତାଙ୍କର ଫାର୍ମ ହାଉସ୍, ଭବାନୀପାଟଣା ସହର ନିକଟ ଦୁଆରଶୁଣି ଠାରେ ଥିବା ତାଙ୍କର ଅନ୍ୟ ଏକ (ନିର୍ମାଣାଧୀନ) କୋଠା ଘର, ଭବାନୀପାଟଣା ଓ ଧର୍ମଗଡ଼ ସ୍ଥିତ ତାଙ୍କ କାର୍ଯ୍ୟାଳୟ,ଭବାନୀପାଟଣା PWD କଲୋନୀ ସ୍ଥିତ ତାଙ୍କର ସରକାରୀ ବାସଭବନରେ ଚଢାଉ ଜାରି ରହିଛି।ସୁଚନା ଯୋଗ୍ୟ ଯେ,ଭୁବନେଶ୍ବର ଶବର ବର୍ତ୍ତମାନ ଧର୍ମଗଡ଼ ବ୍ୟତୀତ ପୂର୍ତ୍ତ ବିଭାଗର ଭବାନୀପାଟଣା ଡ଼ିଭିଜନ ର ଅତିରିକ୍ତ ଦାୟୀତ୍ୱରେ ମଧ୍ୟ ଅଛନ୍ତି।ପୂର୍ତ୍ତ ବିଭାଗର ସରକାରୀ ନିର୍ବାହୀ ଯନ୍ତ୍ରୀ ଭୁବନେଶ୍ବର ଶବର ଙ୍କ ପ୍ରକୃତ ପୋଷ୍ଟିଂ ଧର୍ମଗଡ଼ ହୋଇଥଲେ ହେଁ ସେ ଜିଲ୍ଳାର ବିଭିନ୍ନ ଡିଭିଜନ ର ଅତିରିକ୍ତ ଦାୟିତ୍ୱ ରେ ଅଛନ୍ତି।ଜଣେ ଅଫିସର ଗୋଟାଏ ସ୍ଥାନରେ ୪ବର୍ଷ ରହି ପାରିବ ବୋଲି ସରକାରୀ ନିୟମ ଥିଲେ ହେଁ ଏହି ସରକାରୀ ବାବୁ ଜଣକ ୧୦ ବର୍ଷ ହେଲା ଧର୍ମଗଡ଼ ପୂର୍ତ୍ତ ବିଭାଗ ରେ କିପରି ଗାଦୀ ମାଡ଼ି ବସିଥିଲେ ତାହା ତଦନ୍ତ ସାପେକ୍ଷ।ସେ ଧର୍ମଗଡ଼ ପୂର୍ତ୍ତ ବିଭାଗ ରେ ୨୦୧୬ ମସିହା ମେ ମାସରେ ସେ ଧର୍ମଗଡ଼ ରେ ଅବସ୍ଥାପିତ ହୋଇଥଲେ।ବିଜୁ ଏକ୍ସପ୍ରେସ ୱେ ର ଜମି ଅଧିଗ୍ରହଣ ଓ ନିର୍ମାଣ ରେ କିଛି ପ୍ରଭାବ ଶାଳୀ ଠିକାଦାର ଙ୍କ ଜରିଆରେ ସେ କୋଟି କୋଟି ଟଙ୍କାର ଅନିୟମିତତା କରିଥିବା ମଧ୍ୟ ଅଭିଯୋଗ ହୋଇ ଆସୁଥିଲା।ତେବେ ଆକଳନ ପରେ ସବିଶେଷ ତଥ୍ୟ ମିଳିବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….
