August 21, 2026
Home » ଇଣ୍ଡିଆନ ଆଇଡଲ ବିଜେତା ଜ୍ୟୋତିର୍ମୟୀଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟପାଳ

ଇଣ୍ଡିଆନ ଆଇଡଲ ବିଜେତା ଜ୍ୟୋତିର୍ମୟୀଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟପାଳ

0
WhatsApp Image 2026-07-30 at 4.48.08 PM

ଭୁବନେଶ୍ୱର: ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ ହରି ବାବୁ କମ୍ଭମପାଟି ବୁଧବାର ଦିନ ଲୋକ ଭବନରେ ଇଣ୍ଡିଆନ ଆଇଡଲ ସିଜନ ୧୬ର ବିଜେତା ଜ୍ୟୋତିର୍ମୟୀ ନାୟକଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ସଙ୍ଗୀତ କ୍ଷେତ୍ରରେ ପ୍ରଦର୍ଶିତ ଉଲ୍ଲେଖନୀୟ ସଫଳତା ପାଇଁ ଜ୍ୟୋତିର୍ମୟୀଙ୍କୁ ରାଜ୍ୟପାଳ ଏହି ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି।

ଏହି ଯୁବ ଗାୟିକାଙ୍କୁ ଅଭିନନ୍ଦନ ଜଣାଇ ତାଙ୍କ ପ୍ରତିଭା, ନିଷ୍ଠା ଏବଂ ଅଧ୍ୟବସାୟକୁ ରାଜ୍ୟପାଳ ପ୍ରଶଂସା କରିଛନ୍ତି। ଜ୍ୟୋତିର୍ମୟୀଙ୍କ ସଫଳତା ଓଡ଼ିଶାର ଗୌରବ ବଢ଼ାଇଛି ଏବଂ ଅନେକ ଯୁବପିଢ଼ିଙ୍କୁ ସ୍ୱପ୍ନ ପୂରଣ ପାଇଁ ଦୃଢ଼ ସଂକଳ୍ପ ସହିତ ଆଗେଇ ଯିବାର ପ୍ରେରଣା ପ୍ରଦାନ କରିଛି ବୋଲି ରାଜ୍ୟପାଳ କହିଛନ୍ତି।

ଜ୍ୟୋତିର୍ମୟୀଙ୍କ ଏହି ସଫଳତା ଓଡ଼ିଶାର ସମୃଦ୍ଧ ସଙ୍ଗୀତ ପରମ୍ପରାକୁ ପ୍ରତିଫଳିତ କରୁଛି ଏବଂ ଜାତୀୟସ୍ତରରେ ରାଜ୍ୟର ପ୍ରତିଭାକୁ
ପରିଚିତ କରାଇଛି ବୋଲି ରାଜ୍ୟପାଳ କହିଛନ୍ତି I ଜ୍ୟୋତିର୍ମୟୀ ନିଜ ସଙ୍ଗୀତ ଯାତ୍ରାରେ ଆହୁରି ଉନ୍ନତି କରିବା ସହ ଅନେକ ଆକାଂକ୍ଷୀ କଳାକାରଙ୍କୁ ପ୍ରେରଣା ପ୍ରଦାନ କରିବେ ବୋଲି ରାଜ୍ୟପାଳ ଆଶା ପୋଷଣ କରିଛନ୍ତି।

ରାଜ୍ୟପାଳଙ୍କଠାରୁ ସମ୍ବର୍ଦ୍ଧିତ ହୋଇ ଜ୍ୟୋତିର୍ମୟୀ ରାଜ୍ୟପାଳଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ସ୍ୱୀକୃତି ତାଙ୍କୁ ଆହୁରି କଠିନ ପରିଶ୍ରମ କରିବାର ପ୍ରେରଣା ଦେଇଛି ଏବଂ ସେ ଅଧିକ ନିଷ୍ଠାର ସହିତ ନିଜର ସଙ୍ଗୀତ ଯାତ୍ରା ଜାରି ରଖିବେ ବୋଲି କହିଛନ୍ତି।

ରାଜ୍ୟପାଳ ଜ୍ୟୋତିର୍ମୟୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ଏବଂ ଆଶା ପ୍ରକାଶ କରିଛନ୍ତି ଯେ ସେ ସଙ୍ଗୀତ କ୍ଷେତ୍ରରେ ଆହୁରି ଅନେକ ସମ୍ମାନ ଆଣି ଓଡ଼ିଶାର ଗୌରବ ବର୍ଦ୍ଧନ କରିବେ।

ଏହି ଅବସରରେ ରାଜ୍ୟପାଳଙ୍କ କମିଶନର-ତଥା-ଶାସନ ସଚିବ ଡ. ରୂପା ରୋଶନ ସାହୁ ମଧ୍ୟ ଉପସ୍ଥିତ ଥିଲେ।

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed