November 1, 2026
Home » ଇଣ୍ଡିଆନ୍ଅଏଲ୍ ପାରାଦୀପ ରିଫାଇନରୀରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ଇଣ୍ଡିଆନ୍ଅଏଲ୍ ପାରାଦୀପ ରିଫାଇନରୀରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

0
WhatsApp Image 2026-11-01 at 2.40.05 PM

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମବାର୍ଷିକୀକୁ ସ୍ମରଣ କରିବା ପାଇଁ, ଇଣ୍ଡିଆନ୍ଅଏଲ୍ ପାରାଦୀପ ରିଫାଇନରୀ ପକ୍ଷରୁ ଆଜି ଦେଶପ୍ରେମ ଉତ୍ସାହ ଏବଂ ଗର୍ବର ସହିତ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଇଛି। ପାରାଦୀପ ରିଫାଇନରୀର କାର୍ଯ୍ୟକାରୀ ନିର୍ଦ୍ଦେଶକ ତଥା ରିଫାଇନାରୀ ପ୍ରମୁଖ ଶ୍ରୀ କୌଶିକ ବସୁ ସମସ୍ତଙ୍କୁ ରାଷ୍ଟ୍ରୀୟ ଏକତା ଦିବସର ଶପଥ ପାଠ କରାଇଥିଲେ।

ଶ୍ରୀ ବସୁଙ୍କ ସମେତ ବରିଷ୍ଠ ଅଧିକାରୀ ଏବଂ ସିଆଇଏସଏଫ୍ ତଥା ଡିଜିଆର୍ ର ସଦସ୍ୟମାନେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ‘ଭାରତର ଲୌହ ପୁରୁଷ’ ଶ୍ରୀ ପଟେଲ ଆଧୁନିକ ଭାରତୀୟ ରାଷ୍ଟ୍ର ଗଠନ ପାଇଁ ବିଭିନ୍ନ ରାଜ୍ୟଗୁଡ଼ିକୁ ଏକତ୍ର କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ରାଷ୍ଟ୍ରୀୟ ଏକତା ଦିବସ ହେଉଛି ଏହି ମହାନ ବ୍ୟକ୍ତିତ୍ୱଙ୍କୁ ସ୍ମରଣ କରିବାର ଏକ ଦିନ ଏବଂ ଭାରତର ନାଗରିକମାନଙ୍କ ମଧ୍ୟରେ ଜାତୀୟ ସଂହତି, ଦେଶଭକ୍ତି ତଥା ଏକତାର ଆଦର୍ଶକୁ ପ୍ରୋତ୍ସାହିତ କରିବାର ଏକ ସ୍ୱତନ୍ତ୍ର। ଅବସର।

Leave a Reply

Your email address will not be published. Required fields are marked *