November 1, 2026
Home » ନୟାଗଡ ଜିଲ୍ଲା ଆରକ୍ଷୀ ବିଭାଗ ପକ୍ଷରୁ ଜାତୀୟ ଏକତା ଦିବସ ପାଳିତ

ନୟାଗଡ ଜିଲ୍ଲା ଆରକ୍ଷୀ ବିଭାଗ ପକ୍ଷରୁ ଜାତୀୟ ଏକତା ଦିବସ ପାଳିତ

0
1001362247
ନୟାଗଡ 🙁 ଇପିଏ ) ନୟାଗଡ ଭାରତର ଲୌହମାନବ ତଥା ଦେଶର ପ୍ରଥମ ଉପପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୧ତମ ଜୟନ୍ତୀ ଅବସରରେ ଅକ୍ଟୋବର ୩୧ ତାରିଖକୁ ଜାତୀୟ ଏକତା ଦିବସ ଭାବେ ନୟାଗଡ଼ ଜିଲ୍ଲା ଆରକ୍ଷୀ ( ପୋଲିସ )ବିଭାଗ ପକ୍ଷରୁ ଦିନ ତମାମ ଗଣଦୌଡ, ପ୍ୟାରେଡ୍ ଓ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
       ଏହି ଅବସରରେ ସକାଳ ୭ଟାରେ ପୋଲିସ ଟ୍ରେନିଂ ସ୍କୁଲ (ପିଟିଏସ୍‌) ଠାରୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟ (ଡିପିଓ) ପର୍ଯ୍ୟନ୍ତ ‘ରନ୍ ଫର୍ ୟୁନିଟି’ ବା ଏକତା ଦୌଡ଼ ଆୟୋଜିତ ହୋଇଥିଲା ଏହି ସମାରୋହରେ ନୟାଗଡ଼ ଜିଲାପାଳ ଶ୍ରୀମତୀ ମଧୁମିତା ରଥ, ଏସ୍‌ପି ଶ୍ରୀ ଶୁଭେନ୍ଦୁ କୁମାର ପାତ୍ର, ଜିଲ୍ଲାପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ, ପି.ଟି.ଏସ ପ୍ରିନସିପାଲ ଶ୍ରୀ ଭବେଶ ନାୟକ, ଅତିରିକ୍ତ ଏସ୍‌ପି ଶ୍ରୀ ଜ୍ୟୋତିରଞ୍ଜନ ସାମନ୍ତରାୟ ଆଦି ଅତିଥି ଭାବେ ଯୋଗଦେଇ ଜାତୀୟ ଏକତା, ଅଖଣ୍ଡତା ଓ ଦେଶର ସୁରକ୍ଷା ପ୍ରତି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଅବଦାନକୁ ସ୍ମରଣ କରିଥିଲେ ଏବଂ ଶପଥ ପାଠ କରାଇ ଥିଲେ । ଏହି ଉତ୍ସବରେ ଏସ୍‌ଡିପିଓଙ୍କ ସମେତ ଅନ୍ୟାନ୍ୟ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।
         ଦିନ ୧୧ ଘଟିକା ସମୟରେ କାର୍ଯ୍ୟନିର୍ବାହୀ ଏସ୍‌ପି ଶ୍ରୀ ସୁବାସ ପଣ୍ଡା, ଅତିରିକ୍ତ ଏସ୍‌ପି ଶ୍ରୀ ଜ୍ୟୋତିରଞ୍ଜନ ସାମନ୍ତରାୟ ଏବଂ ଅନ୍ୟ ଅଫିସର ମାନେ ଏକତା ଶପଥ ନେଇଥିଲେ |ଅପରାହ୍ନ ୪ଟାରେ ରିଜର୍ଭ ପୋଲିସ ପ୍ୟାରେଡ୍ ପଡ଼ିଆରେ ମୁଖ୍ୟ ପ୍ୟାରେଡ୍ ଅନୁଷ୍ଠିତ ହୋଇଥିଲା। ଏହି ସମାରୋହରେ ନୟାଗଡ଼ ଏସ୍‌ପି ଶ୍ରୀ ଶୁଭେନ୍ଦୁ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ଏକତା, ଅଖଣ୍ଡତା ଓ ଦେଶର ସୁରକ୍ଷା ପ୍ରତି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଅବଦାନକୁ ସ୍ମରଣ କରିଥିଲେ। | ଏଥିରେ ନୟାଗଡ଼ କାର୍ଯ୍ୟନିର୍ବାହୀ ଏସ୍‌ପି ଶ୍ରୀ ସୁବାସ ପଣ୍ଡା, ପି.ଟି.ଏସ ପ୍ରିନସିପାଲ ଶ୍ରୀ ଭବେଶ ନାୟକ, ଅତିରିକ୍ତ ଏସ୍‌ପି ଶ୍ରୀ ଜ୍ୟୋତିରଞ୍ଜନ ସାମନ୍ତରାୟ ଏବଂ ଏସ୍‌ଡିପିଓଙ୍କ ସମେତ ଅନ୍ୟାନ୍ୟ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।
ରିଜର୍ଭ ପୋଲିସର ଆର୍‌ଆଇ ଶ୍ରୀ ବିରଞ୍ଚି ନାରାୟଣ ନାୟକଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀମାନେ ପ୍ୟାରେଡ୍‌ରେ ଅଂଶଗ୍ରହଣ କରିଥିଲେ। ପ୍ୟାରେଡ୍ ପରେ ଉପସ୍ଥିତ ଅଧିକାରୀ ଓ କର୍ମଚାରୀମାନେ ସନ୍ଧ୍ୟା ୫ଟା ୩୦ରୁ ଗୁଜରାଟର କେଭାଡ଼ିଆ ଠାରୁ ପ୍ରସାରିତ ହୋଇଥିବା ଲାଇଭ୍ ଟେଲିକାଷ୍ଟ ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ଏକତା ଦିବସ ସମ୍ବନ୍ଧୀୟ ବାର୍ତ୍ତା ଶ୍ରବଣ କରିଥିଲେ । ଦେଶର ଏକତା, ଅଖଣ୍ଡତା ଓ ସାର୍ବଭୌମତ୍ୱ ରକ୍ଷା କରିବା ସହ ଜାତୀୟ ସଂହତିର ଭାବନାକୁ ସମାଜର ପ୍ରତ୍ୟେକ ସ୍ତରରେ ସୁଦୃଢ଼ କରିବାର ସଂକଳ୍ପ ସହିତ ନୟାଗଡ଼ ଜିଲ୍ଲା ପୋଲିସ ପକ୍ଷରୁ ଜାତୀୟ ଏକତା ଦିବସ ପାଳନ କରାଯାଇଥିଲା ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *