ଇଫକୋ ଓ କୋରଡେଟ୍ ପାରାଦୀପ ପକ୍ଷରୁ ଦିନିକିଆ କୃଷକ ପ୍ରଶିକ୍ଷଣ ଶିବିର
ପାରାଦୀପ, : ପାରାଦୀପଠାରେ ଥିବା ବିଶ୍ୱସ୍ତରୀୟ ସାର ଉତ୍ପାଦନକାରୀ ସଂସ୍ଥା ଇଫକୋ ପାରାଦୀପ ୟୁନିଟ୍ ସ୍ୱର୍ଣ୍ଣ ଜୟନ୍ତୀ ସଭାଗାର ପରିସରରେ କୋରଡେଟ୍ ସହଭାଗିତାରେ ଏକଦିନିଆ କୃଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଜଗତସିଂହପୁର ଜିଲ୍ଲାର ବିରିଡି ବ୍ଲକ୍ର ବିଭିନ୍ନ ଗ୍ରାମ ପଂଚାୟତରୁ ଶତାଧିକ ପ୍ରଗତିଶୀଳ ପୁରୁଷ ଓ ମହିଳା ଏହି ଶିବିରରେ ଯୋଗ ଦେଇଥିଲେ । ଇଫକୋର ୟୁନିଟ୍ ହେଡ୍ ଅନିରୁଦ୍ଧ ସିଂହ ଏହି ଦିନିକିଆ ଶିବିରକୁ ଉଦଘାଟନ କରିଥିଲେ । ଏହି ଶିବିରରେ ସୋଆ ବିଶ୍ୱବିଦ୍ୟାଳୟର ସିଆଇବିଆର ନିର୍ଦ୍ଦେଶକ ପ୍ରଫେସର ଡଃ. ଏଚ୍.ଏନ୍.ଥାଟୋଇ,ଜେନେରାଲ ମ୍ୟାନେଜର (ପୋର୍ଟ ଆଣ୍ଡ ଲଜିଷ୍ଠିକ) ବୀର କିଶୋର ମିଶ୍ର, ଡି.ଜି.ଏମ୍ (ପି ଆଣ୍ଡଏ) ବିଜୟ କୁମାର ପରିଡା, କୋରଡେଟ୍ ଅଧ୍ୟକ୍ଷ କୁଳମଣି ମାଝୀ,ଇଫକୋ ପ୍ରଶାସନିକ ଅଧିକାରୀ ଜୟନ୍ତ କୁମାର ଜେନା ଯୋଗ ଦେଇ ଥିଲେ । ଇଫକୋର ନାନୋ ସାରର ଗୁରୁତ୍ୱ ଏବଂ ସ୍ଥାୟୀ, ପରିବେଶ ଅନୁକୂଳ ଓ ଜଳବାୟୁ-ସହନଶୀଳ କୃଷି କ୍ଷେତ୍ରରେ ଏକ ନୂଆ ସମ୍ଭାବନା ସୃଷ୍ଟି କରିଥିବା ନେଇ କୋରଡେଟ୍ ଅଧ୍ୟକ୍ଷ କୁଳମଣି ମାଝୀ ସ୍ୱାଗତ ଭାଷଣରେ ଉଲ୍ଲେଖ କରିଥିଲେ । ଇଫକୋର ନାନୋ ସାରର ଆଜି ସମଗ୍ର ଦେଶରେ କୃଷି ଓ କୃଷକାମାନଙ୍କର ପ୍ରଥମ ପସନ୍ଦ ଭାବେ ଉଭା ହୋଇଥିବା ନେଇ ଇଫକୋ ୟୁନିଟ୍ ହେଡ୍ ଅନିରୁଦ୍ଧ ବିକ୍ରମ ସିଂହ ଆଲୋକପାତ କରିଥିଲେ । ଶେଷରେ ଇଫକୋ ପ୍ରଶାସନିକ ଅଧିକାରୀ ଜୟନ୍ତ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।
