October 7, 2026
Home » ଉପଖଣ୍ଡ ସ୍ତରୀୟ ଶାରଦୀୟ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ

ଉପଖଣ୍ଡ ସ୍ତରୀୟ ଶାରଦୀୟ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ

0
WhatsApp Image 2026-10-06 at 1.36.51 PM

ବ୍ରହ୍ମପୁର, : ବ୍ରହ୍ମପୁର ଉପ ଜିଲ୍ଲାପାଳ ଅବିନାଶ କୁମାରଙ୍କ ଅଧ୍ୟକ୍ଷତାରେ ଉପଖଣ୍ଡ ସ୍ତରୀୟ ଶାରଦୀୟ ଦୁର୍ଗାପୂଜା ବୈଠକ ଅନୁଷ୍ଠିତ ହୋଇଛି l ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଉକ୍ତ ବୈଠକରେ ୪୫ ଟି ପୂଜା ମଣ୍ଡପର ସଭାପତି ଏବଂ ସଂପାଦକଙ୍କ ସମେତ ମୁରବୀ ସ୍ଥାନୀୟ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ l ବିଭିନ୍ନ ସମସ୍ୟାର ସମାଧାନ ଏବଂ ଆବଶ୍ୟକତାର ପରିପୂରଣ ସଂପର୍କରେ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା l ଆଇନ୍ ଶୃଙ୍ଖଳା ରକ୍ଷା ଦିଗରେ ଆବଶ୍ୟକୀୟ ପଦକ୍ଷେପ ସହ ଟ୍ରାଫିକ୍ ପରିଚାଳନାରେ ମଣ୍ଡପ କର୍ମକର୍ତ୍ତାଙ୍କ ସହଯୋଗ, ତାଲିମପ୍ରାପ୍ତ ସ୍ୱୟଂସେବକ ନିୟୋଜନ ନିମନ୍ତେ ସ୍ଥିର ହୋଇଥିଲା l ଡିଜେ ସଂପୂର୍ଣ୍ଣ ବ୍ୟାନ୍, ରାସ୍ତା ଅବରୋଧ ନକରି ପ୍ରତ୍ୟେକ ପୂଜା ମଣ୍ଡପରେ ସି.ସି.ଟି.ଭି. ଲଗାଇବା, ମାର୍ଗଦର୍ଶିକା ଅନୁଯାୟୀ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ବିଦ୍ୟୁତ୍ ସରବରାହ ଅନୁମତି ନେଇ ସଂଯୋଗ ସହ ବିଦ୍ୟୁତ୍ ନିରାପତ୍ତା, ପାରଦର୍ଶୀ ବିଦ୍ୟୁତ୍ ଉପଯୋଗ ଉପରେ ବୈଠକରେ ଗୁରୁତ୍ଵାରୋପ କରାଯାଇଥିଲା l ମଣ୍ଡପ ନିକଟରେ ଅଗ୍ନି ନିର୍ବାପନ ପାଇଁ ବାଲି ଓ ପାଣି ବାଲ୍ଟି ରଖିବା ପାଇଁ ନିଷ୍ପତ୍ତି ହୋଇଥିଲା l ପୂଜା ମଣ୍ଡପ ପରିସର ପରିଷ୍କାର ରଖିବାକୁ ପରିମଳ ବ୍ୟବସ୍ଥା ସଂପର୍କରେ ଆଲୋଚନା ହୋଇଥିଲା l ବିସର୍ଜନ ସମୟରେ ରାସ୍ତାକୁ ମାଡ଼ିଆସିଥିବା ଗଛର ଡାଳ ଗୁଡିକ କାଟିବା ସହ କୌଣସି ଅଘଟଣ ଏଡ଼ାଇବା ପାଇଁ କୃତ୍ରିମ ପୁଷ୍କରିଣୀରେ ଶାନ୍ତିଶୃଙ୍ଖଳା ସହ ବିସର୍ଜନ ଉପରେ ଗୁରୁତ୍ଵାରୋପ କରାଯାଇଥିଲା l ସ୍ଥାନୀୟ ଥାନାର ଭାରପ୍ରାପ୍ତ ଅଧିକାରୀଙ୍କ ସହାୟତା ନେବାକୁ ପୂଜା କମିଟିର କର୍ମକର୍ତ୍ତାଙ୍କୁ ପରାମର୍ଶ ଦିଆଯାଇଥିଲା l ମିଳିତ ପ୍ରୟାସ କ୍ରମେ ସଫଳତାର ସହ ଶାରଦୀୟ ଦୁର୍ଗାପୂଜା ସମାପନ ଉପରେ ଉପ ଜିଲ୍ଲାପାଳ ଗୁରୁତ୍ବାରୋପ କରିଥିଲେ l ବୈଠକରେ ବ୍ରହ୍ମପୁର ଏସ୍.ଡି.ପି.ଓ, ଡି.ଏସ୍.ପି (ଟ୍ରାଫିକ୍), ଅଗ୍ନିଶମ, ମହାନଗର ନିଗମ ଅଧିକାରୀଙ୍କ ସହ ଉପଖଣ୍ଡ ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀଗଣ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *