ବରଗଡ଼ ଆର.ଏମ.ସି. କମିଟୀ ସଭ୍ୟ ଓ କର୍ମଚାରୀ ଙ୍କ ରାଜ୍ୟର ଅଗ୍ରଣୀ ମଣ୍ଡି ପରିମିଶନ
ବରଗଡ଼ : କୃଷିଜାତ ଦ୍ରବ୍ୟର ସୁବିପଣନ ବ୍ୟବସ୍ଥା, ଆର.ଏମ.ସି. ଭିତ୍ତିଭୂମି ଓ ପରିଚାଳନା ଏବଂ ପ୍ରଶାସନିକ ବ୍ୟବସ୍ଥାକୁ ଅନୁଧ୍ୟାନ ଓ ଅନୁଶୀଳନ କରିବା ଉଦ୍ଦେଶ୍ୟରେ ଏବଂ ତାହାକୁ ସ୍ଥାନୀୟ ପରିବେଶ ଓ ଅନୁକୂଳତା ଏବଂ ଆବଶ୍ୟକତାକୁ ଦୃଷ୍ଟି ରଖି କାର୍ଯ୍ୟକରି ଆର.ଏମ.ସି. ର ଭିତ୍ତିଭୂମି ଓ ମାନବ ସମ୍ଭଳର ଉପଯୋଗ କରିବା ପାଇଁ ବରଗଡ଼ ଉପ-ଜିଲ୍ଲାପାଳ-ତଥା-ନିୟନ୍ତ୍ରିତ ବଜାର କମିଟୀର ଅଧ୍ୟକ୍ଷ ପ୍ରସନ୍ନ କୁମାର ପାଦ୍ଦେ ଙ୍କ ନିର୍ଦ୍ଦେଶ କ୍ରମେ ଉପାଧ୍ୟକ୍ଷ ସୁକାନ୍ତ କୁମାର ଦାଶଙ୍କ ନେତୃତ୍ୱରେ ଆର.ଏମ.ସି. ର କମିଟୀ ସଭ୍ୟ ଓ ଭାରତର ଉତ୍ତରପୂର୍ବରେ ଅବସ୍ଥିତ ଅରୁଣାଚଳ ପ୍ରଦେଶର ଅଗ୍ରଣୀ ମେିତାୱଙ୍ଗ୍, ବେସାହରା, ମେଘାଳୟ ରାଜ୍ୟର ମାୱଙ୍ଗ୍, ଶିଲଂ, ଗଦ୍ଦରାବଢା ଏବଂ ଆସାମ ରାଜ୍ୟର ପଦ୍ଦମାହୀ ଏବଂ ଉପରାହାଲି କୁଇତିମଧ୍ୟର ପରିଦର୍ଶନ କରିଥିଲେ । ଉକ୍ତ ଆର.ଏମ.ସି. ଓ ଏ.ପି.ଏମ.ସି. ଗୁଡିକର ରାଜସ୍ୱ ଆୟ, ପରିଚାଳନା ବ୍ୟବସ୍ଥା, ମାନବ ସମ୍ଭଳର ଉପର୍ଯୋଗ, ଭିତ୍ତିଭୁମିସୁଦୃଢତା ଉପରେ ବିଶେଷ ଭାବରେ ସମ୍ପାଦକ ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହ ଆଲୋଚନା ଏବଂ ମେିକୁ ପ୍ରତ୍ୟକ୍ଷ ପରିଦର୍ଶନ କର ସେଠାକାର ସ୍ଥିତିଓ କାର୍ଯ୍ୟକାରୀ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକ ଉପରେ ଅନୁଶୀଳନ କରିଥିଲେ । ଏହି ବାହ୍ୟରାଜ୍ୟ ପରିଦର୍ଶନ କାର୍ଯ୍ୟକ୍ରମରେ ଅନ୍ୟତମ କମିଟୀ ସଦସ୍ୟ ବିଦ୍ୟାଧର ଭୋଇ, ସୁବାଷ ଚନ୍ଦ୍ର ପୋ,ଭକ୍ତ ଚରଣ ଦାଶ, ପ୍ରଫୁଲ୍ଲ କୁମାର ନାୟକ, ଉମେଶ ଚନ୍ଦ୍ର ପୋ, ବେଳାର ମେହେର, ସୁଜିତ କୁମାର ପୋ ଏବଂ ଆର.ଏମ.ସି. ର ନୋଡାଲ ଅଧିକାରୀ ଗିରିଧାରୀ ମହାକୁର ଓ ସହର୍ଯୋଗୀ ନୋଡାଲ ଅଧିକାରୀ ମହେନ୍ଦ୍ର ସା ସାମିଲ ହୋଇଥିଲେ । ଏହି ପରିଦର୍ଶନ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟନୟନ ଏଠାରେ କରାର୍ଯିବା ଉପରେ ମଧ୍ୟ ସେମାନେ ଗୁରୁତ୍ୱାରୋପ କରିଛନ୍ତି।
