January 1, 2026
Home » ଉଫୁଲା ଗ୍ରାମ ପଞ୍ଚାୟତର ଅନୁଦାନ ଖର୍ଚ୍ଚ ଓ ଉନ୍ନୟନ ମୂଳକ କାମ ଶୀଘ୍ର ସମ୍ପୂର୍ଣ୍ଣ ନେ଼ଇ ଗୁରୁତ୍ୱାରୋପ

ଉଫୁଲା ଗ୍ରାମ ପଞ୍ଚାୟତର ଅନୁଦାନ ଖର୍ଚ୍ଚ ଓ ଉନ୍ନୟନ ମୂଳକ କାମ ଶୀଘ୍ର ସମ୍ପୂର୍ଣ୍ଣ ନେ଼ଇ ଗୁରୁତ୍ୱାରୋପ

0
WhatsApp Image 2025-12-31 at 4.18.07 PM

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଫୁଲା ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀୟା କର୍ମୀ ଙ୍କ ପୌରହିତ୍ୟ ରେ ୩୧ ତାରିଖ ରେ ଉଫୁଲା ଗ୍ରାମ ପଞ୍ଚାୟତ ର ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ନବ ନିଯୁକ୍ତ ପଞ୍ଚାୟତ କର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ କାର୍ତ୍ତିକେଶ୍ୱର୍ ଶତପଥୀ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ବିଗତ୨୨-୨୩,୨୩-୨୪,୨୪-୨୫,୨୫-୨୬ ଆର୍ଥିକ ବର୍ଷ ରେ ହୋଇଥିବା ଆୟ ବ୍ୟୟ, ଅନୁମୋଦିତ ଉନ୍ନୟନ ପ୍ରକଳ୍ପ,କେନ୍ଦ୍ରୀୟ ଅର୍ଥ କମିଶନ, ଖୋଲା ପାଣ୍ଠି, ଜଳ ଓ ପରିମଳ ଅନୁଦାନ, ରଜ୍ୟ ଅର୍ଥ କମିଶନ ଅନୁଦାନ, ଗ୍ରାମ ପାଣ୍ଠି, ମନରେଗା,ସାମାଜିକ ସୁରକ୍ଷା ଯୋଜନା ଭତ୍ତା ଓ ହରିଶ୍ଚନ୍ଦ୍ର, ପି ଡି ଏସ ଅନୁଦାନ ସଂପର୍କରେ ଆଲୋଚନା ହୋଇଥିଲା l ଆଲୋଚନାରେ ଉପସ୍ଥିତ ୱାର୍ଡ ମେମ୍ୱର, ନାଏବ ସରପଞ୍ଚ କମଳିନୀ ମହାପାତ୍ର ଓ ଉପାଧ୍ୟକ୍ଷ ନାରାୟଣ ଲୁହା ଅଂଶ ଗ୍ରହଣ କରି ପଞ୍ଚାୟତର ଅନୁଦାନ ରାଶି ଶୀଘ୍ର ଖର୍ଚ୍ଚ କରିବାକୁ ମତ ମନ୍ତବ୍ୟ ଓ ପରାମର୍ଶ ରଖି ଥିଲେ। ସରପଞ୍ଚ ଶ୍ରୀୟା କର୍ମୀ ନୂତନ ପିଇଓ କାର୍ତ୍ତିକେଶ୍ୱର ଶତପଥୀ, ଏଡିଇଓ ଅନନ୍ତରାମ ପୁଝାରୀ , ସମସ୍ତ ସରକାରୀ ସଭ୍ୟ ସଭ୍ୟା ଓ ନିର୍ବାଚିତ ସଦସ୍ୟ ସଦସ୍ୟା ଙ୍କ ସହଯୋଗ କ୍ରମେ ଉଫୁଲା ଗ୍ରାମ ପଞ୍ଚାୟତ ର ବ୍ୟୟ ଅଟକଳ ବୃଦ୍ଧି ଓ ଅନୁଦାନ ଖର୍ଚ୍ଚ ଶୀଘ୍ର କରିବା ଓ ଉନ୍ନୟନ ପ୍ରକଳ୍ପ କାମ ଶୀଘ୍ର ସମାପନ କରାଯିବା କୁ ଗୃହକୁ ପ୍ରତିଶ୍ରୁତି ଦେଇଥିଲେ। ପଞ୍ଚାୟତର ସ୍ଥାୟୀ ସମ୍ପତ୍ତି ନିଲାମ୍ ମୂଲ୍ୟ ନିର୍ଦ୍ଧାରଣ ଫର୍ମ ନଂ. ୧୩ ବିଡିଓ ଙ୍କ ଜରିଆରେ ଉପଜିଲ୍ଲାପାଳ ବୀରମହାରାଜପୁର ଙ୍କୁ ପଠାଇବା, ଷ୍ଟଲ ଭଡ଼ା ଆଦାୟ ପାଇଁ ଆଶୁ ପଦକ୍ଷେପ ନେବାକୁ ୱାର୍ଡ ମେମ୍ବର ଗୌର ହରି ସାହୁ ଓ ଅନ୍ୟ ମାନେ ପରାମର୍ଶ ଦେଇଥିଲେ। ନାଏବ ସରପଞ୍ଚ କମଳିନୀ ମହାପାତ୍ରଙ୍କ ସମେତ ୱାର୍ଡ଼ ମେମ୍ବର ସୁଦାମ ଭୁଇ, ସୁନୀତା ସାହୁ, ସୁରଭୀ ବେହେରା, ଶିବାନୀ ସାହୁ, ରୁକ୍ସନା ବିବି, ସଞ୍ଜୀବ ଦେହେରୀ, କଳ୍ପନା ଓତା, ସବିତା ଦଣ୍ଡିଆ ପ୍ରମୂଖ ଆଲୋଚନା ରେ ଅଂଶ ଗ୍ରହଣ କରି ଉଫୁଲା ଗ୍ରାମ ପଞ୍ଚାୟତ ର ସର୍ବାଙ୍ଗୀନ ବିକାଶ ରେ ଟିମ୍ ଭାବରେ କାମ କରିବା ଓ ସରପଞ୍ଚ ଙ୍କୁ ସହଯୋଗ କରିବା ଉପରେ ମତ ରଖିଥିଲେ।
ମନରେଗା ଜିସିଏଫ୍ ପୋଖରୀ ଥିବା କାନପୁର ବାଉତି, ରଥପୁର୍ ଭାଲୁ ଗୁଡ଼ିଆ, ଟିଠୀ ପାଲି ନୁଆ ମୁଣ୍ଡା, ପାଣ୍ଡିଆ ପାଲି ରାମ ଚଣ୍ଡୀ ଅମୃତ ସରୋବର ଥିବା ରାଜସ୍ବ ଗ୍ରାମରେ ସେଚ କୁପ ହିତାଧିକାରୀ ଚୟନ କରାଯିବାକୁ ଏଡିଇଓ ୱାର୍ଡ ମେମ୍ବର ଙ୍କ ସହ ପରାମର୍ଶ କରି ପଦକ୍ଷେପ ନେବାକୁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *