August 22, 2026
Home » ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

0
WhatsApp Image 2025-12-31 at 2.06.16 PM

ସୁବର୍ଣ୍ଣପୁର ଜିଲ୍ଲାରେ ଜିଲ୍ଲାପାଳଙ୍କ ଛୋଟ ସମ୍ମିଳନୀ କକ୍ଷରେ ଅପରାହ୍ନ ୫ ଟା ସମୟରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ) ସୁବର୍ଣ୍ଣପୁର ଅଞ୍ଜଳୀନା ପ୍ରଧାନ (ଓ.ପ୍ର.ସେ) ଅଧ୍ୟକ୍ଷତା କରିଥିଲେ। ସଭାରେ ୨୦୨୪ ଓ ୨୦୨୫ ମସିହାର ଜାନୁଆରୀରୁ ନଭେମ୍ବର ମାସ ପର୍ଯ୍ୟନ୍ତ ଘଟିଥିବା ଦୁର୍ଘଟଣା ତଥ୍ୟ, ଦୁର୍ଘଟଣାର କାରଣ ମୋଟର ଯାନ ଆଇନ ର କଡା କଡି ଭାବେ କାର୍ଯ୍ୟକାରୀ କରିବା ଆଦି ବିଷୟରେ ଆଲୋଚନା କରାଯାଇଥିଲା। ସୂଚନା ଅନୁସାରେ ୨୦୨୪ (ଜାନୁଆରୀ-ନଭେମ୍ବର) ମସିହାରେ ମୋଟ ୪୨ ଟି ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ୪୩ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୨୫ ମସିହାରେ (ଜାନୁଆରୀ-ନଭେମ୍ବର) ଏହି ସଂଖ୍ୟା କମି ୨୮ ହୋଇଛି, ଯେଉଁଥିରେ ମୋଟ ୨୮ ଜଣଙ୍କ ମୃତ୍ୟୁ ହୋଇଛି। ଏତଦବ୍ୟତୀତ ଜିଲ୍ଲା ସଡ଼କ ଏବଂ ପରିବହନ ବିଭାଗ ୧୦ ଟି ବ୍ଲାକ ସ୍ପଟ ଚିହ୍ନଟ କରିଛନ୍ତି। ସେଗୁଡ଼ିକ ହେଲା କୁଳିପାଲି ଛକ NH-୫୭, ବିଶାଳପାଲି ଛକ NH-୧୨୬ A, ଡୁଙ୍ଗୁରିପାଲି ଛକ NH-୨୬, ଅର୍ଜୁନପୁର ଛକ NH-୫୭, ସିଂହଯୁବା ମାର୍କେଟ NH-୧୨୬ A, ସିଆଳଜୁରୀ ଗ୍ରାମ NH-୫୭, ବାଙ୍କୀପାଲି ଛକ MDR-୩୯, ବିଦୁରପାଲି ଛକ SH-୧୫, ଦକ୍ଷିଣୀପାଲି ଛକ ଉଲୁଣ୍ଡା SH-୧୫, ଘାଟକଇଁନ୍ତରା ନଦୀ ପୋଲ NH-୫୭। ସମଗ୍ର ତଥ୍ୟ ଅନୁସାରେ ଗତବର୍ଷ (୨୦୨୪) ତୁଳନାରେ ଏବର୍ଷ (୨୦୨୫) ରେ ଦୁର୍ଘଟଣା ସଂଖ୍ୟାରେ ହ୍ରାସ ଦେଖାଯାଇଛି, ଯାହାର ମୂଳ କାରଣ ହେଉଛି ସଚେତନତା ଅଭିଯାନ, ଯାତାୟାତ ନିୟମ ପାଳନ ଓ କଡା କଡ଼ି ଭାବେ କାର୍ଯ୍ୟକାରୀ କରିବା ଯୋଗୁଁ ।
ଆଜି ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ, ଉଭୟ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥର ମରାମତି, ପାର୍କିଂ ସମସ୍ୟା, ଉପଯୁକ୍ତ ସଙ୍କେତର ବ୍ୟବହାର, ସର୍ଭିସ୍ ରୋଡ୍‌ରେ ପାର୍କିଂ, ଡାକ୍ତରଖାନା ରାସ୍ତା ଜାମ ସମସ୍ୟା, ସଡ଼କ ସୁରକ୍ଷା ନିୟମ ବିଷୟରେ ସଚେତନତା କାର୍ଯ୍ୟକ୍ରମ ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ପ୍ରଧାନ ମହୋଦୟା ଏହି ସବୁ ସମସ୍ୟାର ମୁକାବିଲା ପାଇଁ ଅଧିକ ସଂଖ୍ୟାର “ବ୍ଲାକ୍ ସ୍ପଟ୍”/ଦୁର୍ଘଟଣାପ୍ରବଣ ସ୍ଥାନ ଚିହ୍ନିତ କରି ସେଠାରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯିବା ପାଇଁ ଗୁରୁତ୍ୱ ଆରୋପ କରିଥିଲେ। ରୋଡ୍ ସାଇନେଜ୍ ଲଗେଇବା, ଧୁଳି ହଟାଇବା ପାଇଁ ଫଗ୍ ସ୍ପ୍ରେ ଠିକ୍ ଭାବରେ କରିବା, ପର୍ଯ୍ୟlପ୍ତ ଆଲୋକ ବ୍ୟବସ୍ଥା କରିବା, ଡାକ୍ତରଖାନା ଓ ସ୍କୁଲ ସଡ଼କରେ ସ୍ପିଡ଼ ବ୍ରେକରର ବ୍ୟବସ୍ଥା, ସଡ଼କ ସୁରକ୍ଷା ନିୟମ ଅନୁସରଣ କରିବା ପାଇଁ ଦାୟିତ୍ୱ ଗ୍ରହଣ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ଆସନ୍ତା ଜାନୁଆରୀରେ ପାଳିତ ହେବାକୁ ଥିବା ସଡ଼କ ସୁରକ୍ଷା ମାସ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା। ଆସନ୍ତା ମାସ ପ୍ରଥମ ସପ୍ତାହରେ ଏହା ଆରମ୍ଭ ହେବ ଯେଉଁଥିରେ ମାସର ପ୍ରତ୍ୟେକ ଦିନ ସଡ଼କ ଏବଂ ପରିବହନ ବିଭାଗ ପକ୍ଷରୁ ଯାନବାହାନ ଚାଳକ ଏବଂ ପଥିକମାନଙ୍କ ପାଇଁ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମରେ ସ୍କୁଲ ଏବଂ କଲେଜ ପିଲାଙ୍କୁ ନେଇ ଏକ ବିଶାଳ ରାଲିର ଆୟୋଜନ ହେବ, ପଥ ପ୍ରାନ୍ତ ନାଟକ, ରକ୍ତଦାନ ଶିବିର, ଆଖି ପରୀକ୍ଷା ଏବଂ ପ୍ରତିଦିନ କଡାକଡି ଭାବରେ ସଡ଼କ ସୁରକ୍ଷା ନିୟମ ଭଙ୍ଗ କରୁଥିବା ଲୋକଙ୍କ ଠାରୁ ଜୋରିମାନା ଆଦାୟ କରାଯିବାର କାର୍ଯ୍ୟକ୍ରମ ରହିଛି l
ଉକ୍ତ ବୈଠକରେ ସୁବର୍ଣ୍ଣପୁରର ଆଞ୍ଚଳିକ ସଡ଼କ ଓ ପରିବହନ ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକତ୍ସା ଅଧିକାରୀ, ଟ୍ରକ ଓ ବସ ଆସୋସିଏସନର ପ୍ରେସିଡେଣ୍ଟ, ଏବଂ ଗଣମାଧ୍ୟମ ପ୍ରତିଦିଧି ମାନେ ଓ ଜିଲ୍ଲା ସଡ଼କ ସୁରକ୍ଷା କମିଟି ର ସଦସ୍ୟମାନେ ଉପସ୍ଥିତ ଥିଲେ l

sସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।