March 18, 2026
Home » ଏସ.ସି.ବି. ମେଡିକାଲ ଅଗ୍ନିକାଣ୍ଡ ଘଟଣା: ରେଡ଼କ୍ରସ ପାଣ୍ଠିରୁ ୨୦ ହଜାର ଟଙ୍କା ସହାୟତା

ଏସ.ସି.ବି. ମେଡିକାଲ ଅଗ୍ନିକାଣ୍ଡ ଘଟଣା: ରେଡ଼କ୍ରସ ପାଣ୍ଠିରୁ ୨୦ ହଜାର ଟଙ୍କା ସହାୟତା

0
images

କଟକ, : ଏସ.ସି.ବି. ମେଡିକାଲ କଲେଜ ଓ ହସ୍ପିଟାଲର ଟ୍ରମା ଆଇସିୟୁରେ ସୋମବାର ଭୋର ସମୟରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ୧୦ ଜଣଙ୍କ ମୃତଦେହ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି। ବିଭିନ୍ନ ସ୍ଥାନର ମୃତକମାନଙ୍କୁ ଚି଼ହ୍ନଟ କରାଯିବା ସହ ସେମାନଙ୍କ ଶବ ବ୍ୟବଛେଦ କରାଯାଇ ମହାପ୍ରୟାଣ ଗାଡି ଓ ଆମ୍ବୁଲାନ୍ସ ଯୋଗେ ନିଜ ନିଜ ଗାଁକୁ ପଠାଇଦିଆଯାଇଛି। ଏଥିସହ ଯେଉଁମାନେ ପୁରୀ ଯାଇ ସ୍ୱର୍ଗଦ୍ୱାରରେ ଦାହ ସଂସ୍କାର କରିବାକୁ ଇଚ୍ଛା ପ୍ରକାଶ କରିଥିଲେ, ସେମାନଙ୍କୁ ପୁରୀ ପଠାଇ ଦିଆଯାଇଛି।

କଟକ ଜିଲ୍ଲା ପ୍ରଶାସନ ଓ ଏସ ସି ବି ମେଡିକାଲ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇ ମୃତକଙ୍କ ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରାଯିବା ପରେ ସେମାନଙ୍କୁ ହସ୍ତାନ୍ତର କରାଯାଇଛି। ମୃତଦେହ ହସ୍ତାନ୍ତର ସମୟରେ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ନିର୍ଦ୍ଦେଶକ୍ରମେ ପ୍ରତ୍ୟେକ ପରିବାରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ରେଡ଼କ୍ରସ ପାଣ୍ଠିରୁ ୨୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି।

 

cuttack ru lalita das nka report epa news

Leave a Reply

Your email address will not be published. Required fields are marked *