February 23, 2026
Home » ଓଡ଼ିଶା ରାଜ୍ୟ ପଛୁଆବର୍ଗ କମିଶନକୁ ତୁରନ୍ତ ପୁନର୍ଗଠନ କରାଯାଉ

ଓଡ଼ିଶା ରାଜ୍ୟ ପଛୁଆବର୍ଗ କମିଶନକୁ ତୁରନ୍ତ ପୁନର୍ଗଠନ କରାଯାଉ

0
WhatsApp Image 2025-12-29 at 8.05.01 PM (1)

ଉତ୍କଳ ବିକାଶ ପରିଷଦର ୨୭ତମ ବୈଠକରେ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ
ଭୁବନେଶ୍ବର : ଭୁବନେଶ୍ବର ବୁଦ୍ଧ ମନ୍ଦିର ସଭାଗୃହରେ ଉତ୍କଳ ବିକାଶ ପରିଷଦର ୨୭ତମ ବୈଠକ ଅନୁଷ୍ଟିତ ହୋଇ ଯାଇଛି I ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ସଭ୍ୟଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ଅର୍ଦ୍ଧ ବାର୍ଷିକ ପରିଷଦ ବୈଠକରେ ସଭାପତିତ୍ବ କରିଥିଲେ ପରିଷଦର ଅଧ୍ୟକ୍ଷ ତଥା ବିଶିଷ୍ଟ ସ୍ତମ୍ଭକାର ନଟବର ଖୁଣ୍ଟିଆ Iସ୍ବାଧିନତା ପୂର୍ବରୁ ଖଣ୍ଡାୟତ ସମାଜର ନେତୃତ୍ବ ନେଇଥିବା ଯଦୁମଣି ମଙ୍ଗରାଜ ଏବଂ କାଶିନାଥ ଦାସଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରି କିଭଳି ସେମାନେ ନାୟକ ପତ୍ରିକା ମାଧ୍ୟମରେ ସ୍ବାଧିନତା ସଂଗ୍ରାମରେ ଓଡିଶାବାସୀଙ୍କୁ ଝାସଦେବାକୁ ପ୍ରେରିତ କରିଥିଲେ, ତାହାର ସଂକ୍ଷିପ୍ତ ବିବରଣୀ ଉପସ୍ଥାପନ କରିଥିଲେ Iପରିଷଦର ମୁଖପତ୍ର ‘ଦୁନ୍ଦୁଭି’ର ସମ୍ପାଦକଡଃ ଶରତ ଚନ୍ଦ୍ର ପରିଡା ନିମନ୍ତ୍ରିତ ଅତିଥି ମାନଙ୍କୁ ସ୍ବାଗର କଲାପରେ ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ ସହିତ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା I
ପରିଷଦର ମୁଖପତ୍ର ‘ଦୁନ୍ଦୁଭି’ର ମୁଖ୍ୟ ସମ୍ପାଦକ ଡଃ ଗୋବିନ୍ଦ ଭୁୟାଁ ନିଜର ଅଭିଭାଷଣ ରଖିବା ପୂର୍ବରୁ ମୁଖପତ୍ର ଉନ୍ମୋଚନ କରାଯାଇଥିଲା I ସେ କହିଥିଲେ ଯେ, ରାଜନୀତିର ଲକ୍ଷ ଲୋକ କଲ୍ୟାଣ ହୋଇଥିଲା ବେଳେ, ସାହିତ୍ୟ ମାନବ ସମ୍ପଦର କଲ୍ୟାଣ ସାଧନ କରିଥାଏ Iପର୍ଯ୍ୟଟନ ବିକାଶ ଉପରେ ପ୍ରଧାନ୍ୟ ଦେଇଥିବା ଏବର୍ଷର ମୁଖପତ୍ର ‘ଦୁନ୍ଦୁଭି’ ଏ ଦିଗରେ ଏକ ବଳିଷ୍ଠ ଭୂମିକା ନିର୍ବାହ କରିବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ I ସମ୍ପାଦକ ଅନିଲ କୁମାର ଦଳାଇ ପରିଷଦର ବିବରଣୀ ପାଠ କରିଥିଲେ I ବରିଷ୍ଠ ଉପସଭାପତି ରୁଷି ଗୁମାନସିଂହ ସମ୍ବିଧାନର ବ୍ୟାଖ୍ୟା କରିବା ସହିତ କିଛିଦିନ ତଳେ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ,ଖଣ୍ଡାୟତମାନଙ୍କୁ ଓବିସି ବର୍ଗରେ ସାମିଲ କରିବାକୁ ଦାୟିତ୍ବ ନେଇଥିବାରୁ ଉତ୍କଳ ବିକାଶ ପରିଷଦ ଅତ୍ଯନ୍ତ ଉତ୍ସାହିତ I ମୁଖ୍ୟବକ୍ତାପ୍ରମୋଦ ଧଳ ସାମ୍ବିଧାନିକ ଅଧିକାର ଏବଂ ଖଣ୍ଡାୟତମାନଙ୍କୁ ଓବିସି ବର୍ଗରେ ସାମିଲ କରିବାର ଆବଶ୍ୟକତା ବିଷୟରେ ଅଭିଭାଷଣ ରଖିଥିଲେ I

ପୂର୍ବତନ ପ୍ରଶାସନିକ ଅଧିକାରୀ ପ୍ରଦୀପ ବିଶ୍ବାଳ ନିଜର ଭାଷଣରେ ପର୍ଯ୍ୟଟନ ବିକାଶ କରାଯାଇ ସମୃଦ୍ଧ ଓଡିଶାର ପରିକଳ୍ପନାର ରୂପରେଖ ବର୍ଣ୍ଣନା କରିଥିଲେ I ହୀରକ ତ୍ରିଭୂଜର ଉନ୍ନୟନ, ହୋଟେଲ ସମେତ ଭିତ୍ତିଭୁମୀ ନିର୍ମାଣ ପାଇଁ ଅଧିକ ବଜେଟ୍ ବ୍ୟବସ୍ଥା ପାଇଁ ମତ ରଖିଥିଲେ I ସେ ଯେଉଁ ପ୍ରସ୍ତାବ ଆଗତ କରିଥିଲେ, ଯାହା ସର୍ବ ସମ୍ମତି କ୍ରମେ ପାରିତ ହୋଇଥିଲା I ସେଥିମଧ୍ୟରେ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଓବିସିଙ୍କୁ ନ୍ୟାୟ ଦେବା ପାଇଁ ଆନ୍ତରିକ ଉଦ୍ୟମ କରିଥିବାରୁ ଧନ୍ୟବାଦ ପ୍ରଦାନ, ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନପୁନର୍ଗଠନ କରିବାକୁ ଅନୁରୋଧ ଏବଂ ନୂତନ ପର୍ଯ୍ୟଟନ ନୀତି ଆଣିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ ଅନ୍ତର୍ଭୁକ୍ତ I
ଭାଜପା ଓବିସି ସେଲର ଅଧ୍ୟକ୍ଷ ସୁରଥ ବିଶ୍ବାଳ ନିଜର ବକ୍ତବ୍ୟରେ ନିରନ୍ତର ପରିଶ୍ରମ, ସରକାରଙ୍କ ଉପରେ ନିରବଛିନ୍ନ ଭାବେ ଚାପ ପ୍ରୟୋଗ କରିବାକୁ ପରାମର୍ଶ ଦେଇଥିଲା ବେଳେ, ଡଃ କୃଷ୍ଣଚନ୍ଦ୍ର ବଳ ତାତ୍ତ୍ବିକ ବିଶ୍ଲେଷଣ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା I ସେ ଡଃ ଆମ୍ବେଦକର ଓ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ବିଚାର ଉପରେ ନିଜର ବକ୍ତବ୍ୟ ରଖିତିଲେ I ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସଭାପତି ନବଘନ ପରିଡ଼ା, ସିମନ୍ତିନୀ ଜେନା, ପବିତ୍ର ମହାରଥା, ଡଃ ରକ୍ଷକ ନାୟକ ତଥା ଯୁବନେତା ମନୋଜ ଜେନା ନିଜର ଅଭିଭାଷଣ ରଖିଥିଲେ I
ସଂକ୍ଷିପ୍ତ ସଭାପତି ଅଭିଭାଷଣରେ ପରିଷଦର ଅଧ୍ୟକ୍ଷ ନଟବର ଖୁଣ୍ଟିଆ ସଦସ୍ୟମାନଙ୍କୁ ଉଦବୋଧନ ଦେଇ କହିଲେ ଯେ,ଶିକ୍ଷା, ଶୃଙ୍ଖଳା , ସୌଜନ୍ୟ ଓ ସହଭାଗିତା ଆମର ଧେୟ ହେଉ। ତାହା ହେଲେ, ଆମର ନିଶ୍ଚିତ ବିଜୟ ସମ୍ଭବ ହେବ I କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ସୌଦାମିନୀ ସାମନ୍ତରାୟ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ପରିଷଦର ଉପଦେଷ୍ଟା ସୁବାସ ଚନ୍ଦ୍ର ଜେନା I

Leave a Reply

Your email address will not be published. Required fields are marked *

You may have missed

ମିଶନ ଶକ୍ତି ବିଭାଗର ସମୀକ୍ଷା ବୈଠକ : ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ଉଦ୍ୟୋଗି ଭାବେ ଗଢ଼ି ତୋଳିବାକୁ ପ୍ରାଥମିକତା ଭୁବନେଶ୍ୱର, ୨୨.୦୨.୨୦୨୬ : ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନଠାରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ମିଶନ ଶକ୍ତି ବିଭାଗ ଏବଂ ଓଡ଼ିଶା ଜୀବିକା ମିଶନର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭାଗର ସମସ୍ତ ଶାଖାର କାର୍ଯ୍ୟକଳାପ ଓ ଜିଲ୍ଲାଭିତ୍ତିକ ପ୍ରଗତି ଉପରେ ସମୀକ୍ଷା କରାଯାଇଛି । ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ଜିଲ୍ଲାର କାର୍ଯ୍ୟକଳାପ ଉପରେ ସମୀକ୍ଷା କରିଛନ୍ତି। ଚଳିତ ଆର୍ଥିକ ବର୍ଷର ସଫଳତା, ବିଭିନ୍ନ ଯୋଜନାର ପ୍ରଗତି, ବ୍ଯାଙ୍କ ଋଣ, ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ସୁଧ ଫେରସ୍ତ, ମହିଳାମାନଙ୍କୁ ଉଦ୍ୟୋଗପତି ଭାବେ ଗଢି ସେମାନଙ୍କ ଆୟବୃଦ୍ଧି କରିବା ସମ୍ପର୍କିତ ପଦକ୍ଷେପଗୁଡ଼ିକୁ ସେ ପର୍ଯ୍ୟବେକ୍ଷଣ କରିଛନ୍ତି । ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ମାନଙ୍କୁ ସମ୍ବୋଧିତ କରି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ମିଶନ ଶକ୍ତି ବିଭାଗ ମାଧ୍ୟମରେ ଓଡ଼ିଶାର ଲକ୍ଷାଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଯୋଡ଼ି ଆର୍ଥିକ, ସାମାଜିକ ଓ ଡିଜିଟାଲ ଭାବେ ସଶକ୍ତ ହୋଇପାରିଛନ୍ତି । ଏହି ବିଭାଗ ମହିଳାମାନଙ୍କୁ କେବଳ ଆତ୍ମନିର୍ଭର କରିବାରେ ସୀମିତ ରହିନାହିଁ, ସେମାନଙ୍କୁ ସଫଳ ଉଦ୍ୟୋଗୀ ଓ ସମାଜର ଅଗ୍ରଗାମୀ ନେତୃତ୍ୱ ଭାବେ ଗଢ଼ି ତୋଳିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଅଛି । ମିଶନ ଶକ୍ତି ଆଜି ମହିଳା ସଶକ୍ତିକରଣର ଏକ ଶକ୍ତିଶାଳୀ ଆନ୍ଦୋଳନରେ ପରିଣତ ହୋଇଛି, ଯାହା ମହିଳାମାନଙ୍କ ଜୀବନମାନ ଉନ୍ନତି ସହିତ ରାଜ୍ୟର ଆର୍ଥିକ ଉନ୍ନତିରେ ମଧ୍ୟ ମୂଲ୍ୟବାନ ଅବଦାନ ରଖୁଛି। ମହିଳାମାନଙ୍କୁ ଉଦ୍ୟୋଗୀ ଭାବେ ଗଢି ଅଧିକରୁ ଅଧିକ ‘ଲକ୍ଷପତି ଦିଦି’ ଏବଂ ‘ମହାଲକ୍ଷପତି ଦିଦି’ ପରିଣତ କରିବା ସରକାରଙ୍କ ପ୍ରାଥମିକ ଲକ୍ଷ୍ୟ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମତ ରଖିଛନ୍ତି । ଏଥି ପାଇଁ ଆସନ୍ତା ଆର୍ଥିକ ବର୍ଷରେ ବଜାର ସଂଯୋଗ, ଦକ୍ଷତା ବୃଦ୍ଧି, ପ୍ରଶିକ୍ଷଣ, ଆର୍ଥିକ ସହାୟତା ଓ ଡିଜିଟାଲ ସଶକ୍ତିକରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ । ଏହି ପଦକ୍ଷେପଗୁଡ଼ିକ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ସ୍ଥାୟୀ ଜୀବିକା ଓ ସୁଦୃଢ଼ ଆର୍ଥିକ ସ୍ଥିତି ପ୍ରଦାନ କରିବ । ବୈଠକରେ ଚଳିତ ଆର୍ଥିକ ବର୍ଷର ଲକ୍ଷ୍ୟ ପୂରଣ ସହ ଆସନ୍ତା ଆର୍ଥିକ ବର୍ଷ ପାଇଁ ନିର୍ଦ୍ଧାରିତ ପ୍ରଥମିକତା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା, ଯାହା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଆର୍ଥିକ ଭାବେ ଆହୁରି ସଶକ୍ତ କରିବା ସହିତ ଉଦ୍ୟୋଗୀ ଭାବେ ପ୍ରତିଷ୍ଠିତ କରିବ । ଏହି ସମୀକ୍ଷା ବୈଠକରେ ମିଶନ ଶକ୍ତି ବିଭାଗର କମିଶନର-ତଥା-ସଚିବ ସୁଶ୍ରୀ ମାନସୀ ନିମ୍ବାଲ, ନିର୍ଦ୍ଦେଶିକା ଡ଼. ମୋନିକା ପ୍ରିୟଦର୍ଶିନୀଙ୍କ ସମେତ ମିଶନ ଶକ୍ତି ବିଭାଗ ଏବଂ ଓଡ଼ିଶା ଜୀବିକା ମିଶନର ବରିଷ୍ଠ ଅଧିକାରୀ ଏବଂ ସମସ୍ତ ଜିଲ୍ଲାର ଅଧିକାରୀମାନେ ଉପସ୍ଥିତ ଥିଲେ । ମହିଳା ସଶକ୍ତିକରଣ, ମହିଳା ନେତୃତ୍ୱାଧୀନ ବିକାଶ ଏବଂ ମହିଳାମାନଙ୍କୁ ଆର୍ଥିକ ଭାବେ ସ୍ୱାବଳମ୍ବୀ କରିବା ଦିଗରେ ମିଶନ ଶକ୍ତି ବିଭାଗର ଏହି ସମୀକ୍ଷା ବୈଠକ ଏକ ଦୃଢ଼ ପଦକ୍ଷେପ ବୋଲି ଆଶା କରାଯାଇଛି ।