July 28, 2025
Home » ଓଡିଶା ଚିତ୍ରାଳୟ ମାଲିକ ମହାସଂଘ ର ୨୦ ତମ ବାର୍ଷିକ ଉତ୍ସବପାଳିତ

ଓଡିଶା ଚିତ୍ରାଳୟ ମାଲିକ ମହାସଂଘ ର ୨୦ ତମ ବାର୍ଷିକ ଉତ୍ସବପାଳିତ

0
WhatsApp Image 2025-01-09 at 12.05.53 PM

ବ୍ରହ୍ମପୁର: ଓଡିଶା ଚିତ୍ରାଳୟ ମାଲିକ ମହାସଂଘର ୨୦ ତମ ବାର୍ଷିକ ଉତ୍ସବର ଉଦ୍ଘାଟନୀ କାର୍ଯ୍ୟକ୍ରମ ଓ ବୈଠକ ମହାସଂଘ ଅଧ୍ୟକ୍ଷ ନାରାୟଣ ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହେlଇଥିଲା, ଗଂଜାମ ସଭାପତି ଦିଲ୍ଲୀପ କୁମାର ସାମନ୍ତରା, ନୟାଗଡ ଶାଖା ସଭାପତି ଭୀମସେନ ବେହେରା, ଉପଦେଷ୍ଟା ବିଜୟ କୁମାର ସାହୁ ଓ ପୂର୍ଣ୍ଣ ଚନ୍ଦ୍ର ସ୍ଵାଇଁ,ଧ୍ରୁବ କୁମାର ପ୍ରଧାନମଞ୍ଚାସୀନ ଥିଲେ,ସଚିବ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ସଂପାଦକୀୟ ବିବରଣୀ ପାଠ କରିଥିଲେ, ମହାସଂଘ ଅଧ୍ୟକ୍ଷ ନାରାୟଣ ବାବୁ ସଂଘ ର ଉର୍ନ୍ନତି ଉପରେ ଆଲୋକ ପାତ କରିଥିଲେ, ଗଞ୍ଜାମ ଜିଲ୍ଲା ସଭାପତି ଦିଲ୍ଲୀପ ବାବୁ ପୈlରାଣୀକ ନାଟକରେ ଅଶ୍ଳୀଳ ନୃତ୍ୟ ଜୀବଯନ୍ତୁ ହତ୍ୟା କୁ ଦୃଢ଼ ନିନ୍ଦା କରିବାସହ ନୂତନ ବର୍ଷର କ୍ୟାଲେଣ୍ଡର ଉନ୍ମୋଚନ ହେlଇଥିଲା, ଶେଷରେ ଧ୍ରୁବ କୁମାର ପ୍ରଧାନ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣକରିଥିଲେ l
ସଂଘର ସାନ୍ଧ୍ୟ ଅଧିବେଶନରେ ସଭାପତି ଦିଲ୍ଲୀପ କୁମାର ସାମନ୍ତରା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଅଧିବେଶନ ରେ, ମୁଖ୍ୟ ଅତିଥି ରୁପେ ବରିଷ୍ଠ କଳାକାରସଂଘ ସଭାପତି ଡ. ତିରୁପତି ସାହୁ , ନାଟ୍ୟ ନିର୍ଦେଶକ କୁରେଶୁ ପାତ୍ର, ଓ ଅନୀଳ କୁମାର ପାତ୍ର ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ସମ୍ମାନୀୟ ଅତିଥି ଭାବେ ଯେlଗ ଦେଇଥିଲେ, ଗଂଜାମ ଜିଲ୍ଲା ଚିତ୍ରାଳୟ ନାଟ୍ୟ ସଂସ୍ଥା ରେ ଅଭିନୟ କରିଥିବା ଅଭିନେତା ଓ ଅଭିନେତ୍ରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା, ଦୁର୍ଗା ପ୍ରସାଦପରେ ଲିଙ୍ଗରାଜ ନାହାକ ଙ୍କ ଲିଖିତ ” ନାଟ୍ୟ ପ୍ରଦୀପ”,। ମଦନ ମିଶ୍ର ଙ୍କ ନାଟକ, “ପିତା ମେl ସ୍ଵର୍ଗ ‘ମଂଚସ୍ଥ ହେlଇଥିଲା, ଉକ୍ତ ନାଟକରେ ପ୍ରଭାକାନ୍ତ, ରାଧା କାନ୍ତ,ବରରାମ ଓ ସସ୍ମିତା ରାଣୀ ଅଭିନୟ କରିଥିବା ବେଳେ ସନ୍ତୋଷ ସଂଗୀତ ପରିଚାଳନା କରଥିଲେ, ଧ୍ରୁବ କୁମାର ପ୍ରଧନ ଓ ଗୀତ ସ୍ଵାଇଁ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *