କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର : ମାନବିକତାର ଉଦାହରଣ ସୃଷ୍ଟି କଲେ ପ୍ରକୃତିପ୍ରେମୀ ବିକ୍ରମ
ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ୍ ଅନ୍ତର୍ଗତ ପ୍ରତାପପୁର-ସରଧାପାଲି ରାସ୍ତାକଡରୁ ଆଜି ଏକ କଇଁଛ ଛୁଆକୁ ଅସହାୟ ଅବସ୍ଥାରେ ଉଦ୍ଧାର କରିଛନ୍ତି ପ୍ରକୃତିପ୍ରେମୀ ଶିକ୍ଷକ ବିକ୍ରମ କୁମାର ନନ୍ଦ। ଏହାପରେ ଶ୍ରୀ ନନ୍ଦ କଇଁଛଟିକୁ ପ୍ରାକୃତିକ ଆବାସରେ ଛାଡିବା ପାଇଁ ସୋନପୁର ବନାଞ୍ଚଳ ଅଧିକାରୀଙ୍କ ସହ ଯୋଗାଯୋଗ କରି କଇଁଛ ଶାବକକୁ ବନ କର୍ମଚାରୀଙ୍କୁ ହସ୍ତାନ୍ତର କରିଛନ୍ତି।ଏହି ଅବସରରେ ଶ୍ରୀ ନନ୍ଦଙ୍କ ସହ କୁଲିପାଲି ବନ ସୁରକ୍ଷା ସମିତିର ଆନିମିଟର୍ ଜୟନ୍ତ ପ୍ରଧାନ,ବ୍ୟାସ ଦେବ ନନ୍ଦ ଉପସ୍ଥିତ ଥିଲେ। ଏହି ଅବସରରେ ଶ୍ରୀ ନନ୍ଦ ବନ୍ୟପ୍ରାଣୀ ସୁରକ୍ଷା ଓ ସଂରକ୍ଷଣ ଏବଂ ଜୈବ ବିବିଧତାର ଉନ୍ନତି ପାଇଁ ଗଣମାଧ୍ୟମ ଜରିଆରେ ଜନସାଧାରଣଙ୍କୁ ଆହ୍ବାନ କରିଛନ୍ତି। ଏଇଭଳି ମହତ କାର୍ଯ୍ୟ ପାଇଁବନ ବିଭାଗ ପକ୍ଷରୁ ମାନବିକତାକୁ ପ୍ରଶଂସା କରାଯାଇଛି।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
