August 23, 2026
Home » କଣ୍ଟାମାଳରେ ଗ୍ରାମୋଦୟ ଅଭିଯାନରେ କ୍ରୀଡ଼ା ଉପକରଣ ବଣ୍ଟନ

କଣ୍ଟାମାଳରେ ଗ୍ରାମୋଦୟ ଅଭିଯାନରେ କ୍ରୀଡ଼ା ଉପକରଣ ବଣ୍ଟନ

0
WhatsApp Image 2026-08-21 at 2.54.35 PM (1)

ଆଦିବାସୀ ଅଧ୍ୟୁଷିତ ଓ ପୂର୍ବତନ ମାଓ ପ୍ରଭାବିତ ଗ୍ରାମର ଯୁବ କ୍ରୀଡ଼ାବିତଙ୍କୁ ମିଳିଲା ପ୍ରୋତ୍ସାହନ l

ସୁବର୍ଣ୍ଣପୁର: ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକ ମୁଖ୍ୟାଳୟସ୍ଥିତ କଲେଜ ପଡ଼ିଆରେ ଆଜି ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ଉଦ୍ୟମକ୍ରମେ ଭାରତ ସରକାରଙ୍କ ‘ଗ୍ରାମୋଦୟ ଅଭିଯାନ’ ଅନ୍ତର୍ଗତ କ୍ରୀଡ଼ା ଉପକରଣ ବଣ୍ଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି।
ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ କଣ୍ଟାମାଳ ବ୍ଲକର ୧୧ଟି ଆଦିବାସୀ ଅଧ୍ୟୁଷିତ ତଥା ପୂର୍ବତନ ମାଓ ପ୍ରଭାବିତ ଗ୍ରାମର ସ୍ପୋର୍ଟସ୍ କ୍ଲବଗୁଡ଼ିକୁ ବିଭିନ୍ନ କ୍ରୀଡ଼ା ଉପକରଣ ପ୍ରଦାନ କରାଯାଇଥିଲା। ଗ୍ରାମାଞ୍ଚଳର ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ବୃଦ୍ଧି, ପ୍ରତିଭାର ବିକାଶ ଏବଂ ଯୁବଶକ୍ତିକୁ ସକାରାତ୍ମକ ଦିଗରେ ନିୟୋଜିତ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ।ସମାରୋହରେ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀ ଡମ୍ବରୁଧର କହଁର ଏବଂ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀ ଶଙ୍କର୍ଷଣ ପ୍ରଧାନ ଅତିଥି ଭାବେ ଯୋଗଦେଇ କ୍ରୀଡ଼ାବିତ୍ ଓ ଯୁବକମାନଙ୍କୁ ଉତ୍ସାହିତ କରିଥିଲେ।

ଅତିଥିମାନେ ବିଭିନ୍ନ ସ୍ପୋର୍ଟସ୍ କ୍ଲବର ପ୍ରତିନିଧିମାନଙ୍କୁ କ୍ରୀଡ଼ା ଉପକରଣ ବଣ୍ଟନ କରିବା ସହ ଗ୍ରାମାଞ୍ଚଳରେ କ୍ରୀଡ଼ାର ବିକାଶ ଓ ଯୁବପିଢ଼ିଙ୍କୁ ଏ କ୍ଷେତ୍ରରେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ।ଅଲିକୁଦ, ବୁଢ଼ାଖୋଲ, ଡୁଙ୍ଗୁରିପାଲି, ଗଦଗଦି, କନ୍ଧପାଲି, କାନ୍ଶିମିଲ, ଖଲିଆପାଲି,ଲେନ୍ଦ୍ରିମାଲ, ମାତାକୁପା, ପାଢ଼େଲ ଏବଂ ଉତୁରଲା—ଏହି ୧୧ଟି ଗ୍ରାମର ସ୍ପୋର୍ଟସ୍ କ୍ଲବଗୁଡ଼ିକୁ କ୍ରିକେଟ, ଫୁଟବଲ, ଭଲିବଲ, ବ୍ୟାଡମିଣ୍ଟନ, ଚେସ୍, କ୍ୟାରମ୍ ଆଦି ବିଭିନ୍ନ କ୍ରୀଡ଼ାର ଉପଯୋଗୀ ସାମଗ୍ରୀ ପ୍ରଦାନ କରାଯାଇଥିଲା।
ଏହି ଅବସରରେ ଏକ ଚିତ୍ତାକର୍ଷକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍ ମ୍ୟାଚ୍ ମଧ୍ୟ ଅନୁଷ୍ଠିତ ହୋଇଥିଲା। ରୋମାଞ୍ଚକର ଏହି ମ୍ୟାଚ୍‌ରେ ସ୍ପୋର୍ଟସ୍ କ୍ଲବ୍ ମାତାକୁପା ୨–୦ ଗୋଲରେ ସ୍ପୋର୍ଟସ୍ କ୍ଲବ୍ ଲେନ୍ଦ୍ରିମାଲକୁ ପରାସ୍ତ କରି ବିଜୟୀ ହୋଇଥିଲା।ଏହି ଅବସରରେ ବିଶିଷ୍ଟ କ୍ରୀଡା ସଂଗଠକ ସୁଦାମ ଚରଣ ମିଶ୍ର, ପୁର୍ବତନ ଫୁଟବଲ୍ ଖେଳାଳି ସଦାଶିବ ମହାନନ୍ଦ , ଅନୁରାଗ ସାହୁ, ବିକାଶ ସେଠୀ, ରମାକାନ୍ତ କହଁର ଏବଂ ରେଫରି ବିକାଶ ସାହୁ, ସୁଜିତ୍ ଖଟୁଆ ଓ ଗୌରବ ସୁନା ପ୍ରମୁଖଙ୍କୁ ସମର୍ଦ୍ଧିତ କରା ଯାଇଥିଲା l ଜିଲ୍ଲା କ୍ରୀଡ଼ା ଅଧିକାରୀ ଜ୍ୟୋତି ରଞ୍ଜନ ଭୁଏ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା କାର୍ଯ୍ୟକ୍ରମର ସମନ୍ୱୟ ଓ ପରିଚାଳନା କରିଥିଲେ। ସାମ୍ବାଦିକ ପ୍ରତାପ କୁମାର ସାହୁ, ଜୟ କୁମାର ମହାରଣା, ବିଶ୍ୱାମିତ୍ର ପାଢ଼ୀ, ଦିବ୍ୟ ଶଙ୍କର ରାଉତଙ୍କ ସମେତ ବହୁ ସାମ୍ବାଦିକ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l
ସମାରୋହରେ ବହୁ ସଂଖ୍ୟାରେ କ୍ରୀଡ଼ାବିତ୍, ଯୁବକ-ଯୁବତୀ, ଏବଂ କ୍ରୀଡ଼ାପ୍ରେମୀ ଯୋଗଦେଇଥିଲେ।
ଗ୍ରାମାଞ୍ଚଳରେ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଯୁବ ପ୍ରତିଭାଙ୍କୁ ସୁଯୋଗ ଓ ପ୍ରୋତ୍ସାହନ ଯୋଗାଇବାରେ ଏଭଳି ପଦକ୍ଷେପ ବୌଦ୍ଧ ଜିଲ୍ଲାର କ୍ରୀଡ଼ା ବିକାଶକୁ ଆହୁରି ଗତିଶୀଳ କରିବ ବୋଲି ଉପସ୍ଥିତ ଅତିଥି ଓ କ୍ରୀଡ଼ାପ୍ରେମୀମାନେ ମତବ୍ୟକ୍ତ କରିଥିଲେ।ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *