କନ୍ଧମାଳ ଜିଲ୍ଲା ପ୍ରଶାସନ ର ” ହର ଘର ତ୍ରିରଙ୍ଗା -୨୦୨୬” ସାଇକେଲ ଓ ବାଇକ ରାଲି ଶୋଭାଯାତ୍ରା
କନ୍ଧମାଳ ଜିଲ୍ଲା ପ୍ରଶାସନ ର ” ହର ଘର ତ୍ରିରଙ୍ଗା -୨୦୨୬” ସାଇକେଲ ଓ ବାଇକ ରାଲି ଶୋଭାଯାତ୍ରା, ନିବେଦନ ପାଇଁଁ ତ୍ରିରଙ୍ଗା ପଦଯାତ୍ରା। ଫୁଲବାଣୀ ଇ ପି ଏ – ସ୍ବାଧିନତା ଦିବସ -୨୦୨୬, ଅବସରରେ ଜିଲ୍ଲା ରେ “ହର ଘର ତ୍ରିରଙ୍ଗା -୨୦୨୬” କାର୍ଯ୍ୟକ୍ରମ କୁ ବ୍ୟାପକ
ଭାବେ ବହୁ ଆଡ଼ମ୍ବରେ ପାଳନ କରାଯାଇଛି।ଏହି ପରିପ୍ରେକ୍ଷୀରେ ଗୁରୁବାର ତା ୧୩.୮.୨୬ ରିଖ ସକାଳ ୭.୩୦ ଘଟିକା ରେ ଫୁଲବାଣୀ ସ୍ଥିତ କୋରୋନେସନ ପଡ଼ିଆରୁ ଏକ ବିଶାଳ ତ୍ରିରଙ୍ଗା ସାଇକେଲ ଓ ବାଇକ ରାଲି ର ଶୁଭାରମ୍ଭ ହୋଇଥିଲା।ରାଲି ଆରମ୍ଭ ପୂର୍ବରୁ ଦେଶ ଭକ୍ତି ଓ ଜାତୀୟ ଏକତାର ଭାବନା ଜାଗ୍ରତ କରିବା ଉଦ୍ଦେଶ୍ୟରେ ସମବେତ କଣ୍ଠରେ “ବନ୍ଦେ ମାତାରମ” ଗାନ କରାଯାଇଥିଲା।



ଏହା ପରେ ତ୍ରିରଙ୍ଗା ପତାକା ଧରି ଅଂଶଗ୍ରହଣକାରୀ ମାନେ ରାଲିରେ ସାମିଲ ହୋଇଥିଲେ। ସାଇକେଲ ଓ ବାଇକ ରାଲି ଓ ଶୋଭାଯାତ୍ରା ରେ ଆଗରେ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦ ଭୁଷଣ, ଆରକ୍ଷୀ ଅଧିକ୍ଷକ ରାମେନ୍ଦ୍ର ପ୍ରସାଦ, ପ୍ରଶିକ୍ଷଣ ଆଇ. ଏ. ଏସ ଶ୍ରୀ ଯଶକରଣ ସିଂ, ଜିଲ୍ଲା କ୍ରୀଡା ଅଧିକାରୀ ସମୀର ନାୟକ ଙ୍କ ସମେତ ବହୁ ପଦାଧିକାରୀ, ସରକାରୀ କର୍ମଚାରୀ, ସ୍କୁଲ, କଲେଜ ଛାତ୍ରଛାତ୍ରୀମାନେ ଓ ଜନସାଧାରଣ ଯୋଗଦେଇଥିଲେ। ଏଥିସହ କୋରୋନେସନ ପଡ଼ିଆରୁ ବାହାରି ଗୋପବନ୍ଧୁ ଛକ, ବିଜୁ ପଟ୍ଟନାୟକ ଛକ, ମାଦିକୁନ୍ଦା ଛକ, ଗାନ୍ଧି ଛକ, ବସଷ୍ଟାଣ୍ଡ, ଫୁଲବାଣୀ ସାହି ଛକ, ଜଗନ୍ନାଥ ମନ୍ଦିର ଛକ, କୋର୍ଟ ଛକ, ଗୋପବନ୍ଧୁ ଛକ ହୋଇ ପୁନର୍ବାର କୋରୋନେସନ ପଡିଆ ଠାରେ ଶେଷ ହୋଇଥିଲା।

ସୂଚନା ଯୋଗ୍ୟ ଶୁକ୍ରବାର ତା ୧୪.୮.୨୬ ରିଖ ସକାଳ ୭। ୩୦ ଘଟିକା ସମୟରେ କୋରୋନେସନ ପଡ଼ିଆରୁ ବହୁ ଆଡ଼ମ୍ବରେ ୧୦୦ ମିଟର ଲମ୍ବର ତ୍ରିରଙ୍ଗା ପତାକାକୁ ସମ୍ମାନ ଦେଇ ହାତରେ ତ୍ରିରଙ୍ଗା ପତାକାକୁ ପ୍ରଦର୍ଶନ କରି ପଦଯାତ୍ରା ରେ ସହର ପରିକ୍ରମା ରେ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦ ଭୁଷଣ, ଆରକ୍ଷୀ ଅଧିକ୍ଷକ ରାମେନ୍ଦ୍ର ପ୍ରସାଦ, ପ୍ରଶିକ୍ଷଣ ଆଇ.ଏ.ଏସ ଶ୍ରୀ ଯଶକରଣ ସିଂ, ଫୁଲବାଣୀ ବିଧାୟକ ଶ୍ରୀ ଉମାଚରଣ ମଲିକ, ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନଗୋବିନ୍ଦ ପ୍ରଧାନ, ଜିଲ୍ଲା କ୍ରୀଡା ଅଧିକାରୀ ସମୀର ନାୟକ ଙ୍କ ସମେତ ବହୁ ପଦାଧିକାରୀ, ସରକାରୀ କର୍ମଚାରୀ, ସ୍କୁଲ କଲେଜ ଛାତ୍ରଛାତ୍ରୀମାନେ ଓ ଜନସାଧାରଣ ବହୁ ସଂଖ୍ୟାରେ ଯୋଗଦେଇ କୋରୋନେସନ ପଡ଼ିଆରୁ ତ୍ରିରଙ୍ଗା ପତାକା ହାତରେ ଧରି ୧୦୦ ମିଟର ଲମ୍ବର ତ୍ରିରଙ୍ଗା ପତାକାକୁ ଧରି ଲମ୍ବା ଧାଡ଼ିରେ ପଦଯାତ୍ରା ରେ ପୋଲିସ ରିଜର୍ଭ ପଡ଼ିଆରେ ପହଞ୍ଚିଥିଲା ଓ ୮୦ ତମ ସ୍ବାଧିନତା ଦିବସ ଉପଲକ୍ଷେ ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ ଧୁମଧାମରେ ପାଳନ ପାଇଁ ” ହର ଘର ତ୍ରିରଙ୍ଗା -୨୦୨୬” ବହୁ ଆଡ଼ମ୍ବରେ ପାଳନ ପାଇଁ ଜିଲ୍ଲା ପ୍ରଶାସନ ର ନିବେଦନ।
ଇ ପି ଏ ରୁ କନ୍ଧମାଳ ଜିଲ୍ଲାପ୍ରତିନିଧି ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ ଫୁଲବାଣୀ
