August 22, 2026
Home » କମ୍ପାନୀକୁ ବିଜୁଳି ଟିକସରେ ଅନୁକମ୍ପା, ସେପଟେ ଗରିବ ଘରେ ବିଜୁଳି ଗୁଲ

କମ୍ପାନୀକୁ ବିଜୁଳି ଟିକସରେ ଅନୁକମ୍ପା, ସେପଟେ ଗରିବ ଘରେ ବିଜୁଳି ଗୁଲ

0
WhatsApp Image 2025-12-29 at 6.14.33 PM (1)

ଟାଟା ପାୱାରରେ କଂଗ୍ରେସ ଝୁଲାଇଲା ତାଲା

ବେନିୟମ ଟିକସ ଓ ମାଗଣା ଯୋଗାଣକୁ ନେଇ କଂଗ୍ରେସର ବିରାଟ ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ବର: ଟାଟା କମ୍ପାନୀର ଉପଭୋକ୍ତାଙ୍କୁ ବେନିୟମ ସୁରକ୍ଷା ରାଶି ଜମା କରିବା ତଥା ଘରୋଇ ଓ କୃଷିକ୍ଷେତ୍ରକୁ ମାଗଣା ବିଜୁଳି ପ୍ରଦାନ କରିବାକୁ ନେଇ ପାୱାର ହାଉସ ଛକ ନିକଟସ୍ଥ ଟାଟା ପାୱାର ଅଫିସ ଆଗରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ପ୍ରକାଶ ଜେନାଙ୍କ ନେତୃତ୍ୱରେ ଓ ପିସିସି ସଭାପତି ତଥା କଂଗ୍ରେସର ବହୁ ବରିଷ୍ଠ ନେତା ଓ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ବିକ୍ଷୋଭ ପ୍ରଦର୍ଶନ କରା ଯାଇଥିଲା। ପରେ ସେଠାରୁ ଏକ ପଦଯାତ୍ରାରେ ଟାଟା ପାୱାର ଅଫିସକୁ ଯାଇ ଅଫିସ ଗେଟରେ ପିସିସି ସଭାପତି ତାଲା ପକାଇଥିଲେ। ବିକ୍ଷୋଭ ପ୍ରଦର୍ଶନ ସଭାରେ ଶ୍ରୀ ଦାସ କହିଲେ ଲୋକଙ୍କ ଘରେ ବିଜୁଳୀବତୀ ଜଳୁ ନଥିବାବେଳେ ସରକାର ଲକ୍ଷ କୋଟି ଟଙ୍କାର ବିଜୁଳି କଳ କାରଖାନାକୁ ଅନୁକମ୍ପା ପ୍ରଦର୍ଶନ କରୁଛି। ବିଜୁଳି ଖାଦ୍ୟ ବସ୍ତ୍ର ବାସଗୃହ ଭଳିଆ ବର୍ତମାନ ଏକ ମୌଳିକ ଆବଶ୍ୟକତା। ଏହା ଯୋଗାଣ ବନ୍ଦ ହେଲେ ଜୀବନ ଠପ ପଡ଼ିଯିବ। କେଉଁ ଗରିବ ଘରେ କିଏ ବେମାରରେ ପଡ଼ିଛି, ଛାତ୍ର ଛାତ୍ରୀଙ୍କ ପାଠ ପଢିବା ଅଛି। ତେଣୁ ସରକାର ବିନା ମୂଲ୍ୟରେ ବିଜୁଳି ଯୋଗାଣ କରନ୍ତୁ। ଅନ୍ୟ ରାଜ୍ୟ ମାନଙ୍କ କୃଷକ ମାନଙ୍କୁ ବିଜୁଳି ଛାଡ଼ ଥିବାବେଳେ ଓଡ଼ିଶାରେ କୌଣସି ଛାଡ଼ ନାହିଁ। ଏଭଳି ସ୍ଥଳେ ରାଜ୍ୟରେ କୃଷିର ଉନ୍ନତି କିଭଳି ହେବ ଏବଂ ଚାଷୀ କିପରି ହସିବ ବୋଲି ସେ ପ୍ରଶ୍ନ ପଚାରିଥିଲେ ଓ କହିଥିଲେ ଆଜି ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମାରେ ତାଲା ପକା ଅଭିଯାନ କରାଯାଇଛି। ଯେପର‌୍ୟ୍ୟନ୍ତ ସୁରକ୍ଷା ରାଶି ନେବା ପ୍ରତ୍ୟାହାର ଓ ଘରୋଇ କୃଷକଙ୍କୁ ମାଗଣା ବିଜୁଳି ଯୋଗାଣ ନକରିବେ ପୁର ପଲ୍ଲୀ ସବୁଠାରେ ଆନ୍ଦୋଳନ ହେବ। ଶ୍ରୀ ଦାସ ସାଧାରଣ ଜନତାଙ୍କୁ ନିବେଦନ କରି କହିଥିଲେ ଟାଟା ପାୱାରର ଶୋଷଣ ବିରୁଦ୍ଧରେ ମୁହଁ ଖୋଲନ୍ତୁ, ପ୍ରତିବାଦ କରନ୍ତୁ।


ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଟାଟା ପାୱାର ଅନ୍ୟ ରାଜ୍ୟରେ କମ୍ପାନୀକୁ ୮ ଟଙ୍କାରେ ବିକ୍ରୀ କରୁଥିବା ବେଳେ ଓଡ଼ିଶାରେ ୪ ଟଙ୍କା ୫୦ ପଇସାରେ ଯୋଗାଉଛି ବୋଲି ଅଭିଯୋଗ କରି କହିଥିଲେ। ଓଇଆରସି ଓ ଟାଟା ପାୱାର ମଧ୍ୟରେ ଗୁପ୍ତ ବୁଝାମଣା ଯୋଗୁଁ ସାଧାରଣ ଜନତାଙ୍କୁ ହନ୍ତସନ୍ତ ହେବାକୁ ପଡୁଛି। କଂଗ୍ରେସର ଦାବୀ ଜନତା ଏବଂ କୃଷକଙ୍କୁ ଅନ୍ୟ ରାଜ୍ୟ ଭଳି ମାଗଣା ବିଜୁଳି ଯୋଗାଣ। ଉପସ୍ଥିତ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି କହିଲେ ଯଦି ସରକାର ବିଜୁଳି ମାଗଣାରେ ଦେବେ ନାହିଁ ତେବେ ସରକାରକୁ ଶାନ୍ତିରେ ରହିବାକୁ ଦେବୁ ନାହିଁ। ଆନ୍ଦୋଳନ ଭୁବନେଶ୍ୱରରୁ ପଲ୍ଲୀ ପର‌୍ୟ୍ୟନ୍ତ ପରିବ୍ୟାପ୍ତ ହେବ।

ଏହି ବିକ୍ଷୋଭ ପ୍ରଦର୍ଶନରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ସୁରେଶ କୁମାର ରାଉତରାୟ, ଜଗନ୍ନାଥ ପଟ୍ଟନାୟକ, ପଞ୍ଚାନନ କାନୁନଗୋ, ଅନନ୍ତ ପ୍ରସାଦ ସେଠୀ, କିଶୋର ଜେନା, ଅରବିନ୍ଦ ଦାସ,ପବିତ୍ର ସାଉଁଟା, ମନୋରଞ୍ଜନ ଦାଶ, ଶୁଭେନ୍ଦୁ ମହାନ୍ତି, କୈଳାସ ସାହୁ, ଚିନ୍ମୟ ସୁନ୍ଦର ଦାସ, ବିଶ୍ୱଜିତ ଦାଶ, ମାନସ ଆଚାର୍ଯ୍ୟ, ନିରଞ୍ଜନ ନାୟକ, ଅଶୋକ ଦାସ, ପ୍ରଶାନ୍ତ ଚମ୍ପତ୍ତି, ରଞ୍ଜିତ ପାତ୍ର, ପ୍ରକାଶ ମିଶ୍ର, ରାଜକିଶୋର ବାରିକ, ଜୟଶ୍ରୀ ପଟ୍ଟନାୟକ, ଜୟଶ୍ରୀ ପାତ୍ର, ତରୁଣ ମିଶ୍ର, କୃଷ୍ଣ ଚନ୍ଦ୍ର ଶଗରିଆ, ପ୍ରଭାତ ପ୍ରତାପ ସିଂ, ବିଜୟ ଦ୍ୱିବେଦୀ, ସୁଧାଂଶୁ ମହାନ୍ତି, ସୂର୍ଯ୍ୟକାନ୍ତ ଜେନା, ଆଲୋକ ମହାନ୍ତି, ଜୟକୃଷ୍ଣ ମଲ୍ଲିଆ, ସୁବ୍ରତ ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ମିହିର ଆଚାର୍ଯ୍ୟ, ମଂଟୁ ମଲ୍ଲିକ, ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।