March 13, 2026
Home » କର୍ତ୍ତବ୍ୟ ରେ ଅବହେଳା ଯୋଗୁଁ ସୋନପୁର ମହାରାଜା ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନିଲମ୍ୱିତ

କର୍ତ୍ତବ୍ୟ ରେ ଅବହେଳା ଯୋଗୁଁ ସୋନପୁର ମହାରାଜା ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନିଲମ୍ୱିତ

0
WhatsApp Image 2026-03-12 at 2.10.27 PM

ସୁବର୍ଣ୍ଣପୁର– ବୁଧବାର ଦିନ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ମହାରାଜା ଉଚ୍ଚ ବିଦ୍ୟାଳୟ କୁ ଅଚାନକ ପରିଦର୍ଶନ କରିଥିବା ସମୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଆଶିଷ ରଞ୍ଜନ ରଥ ଅନୁପସ୍ଥିତ ଥିବା ଦେଖିଥିଲେ l ଦୀର୍ଘ ଗୋଟାଏ ଘଣ୍ଟା ଧରି ଜିଲ୍ଲାପାଳ ଡ଼. ସାହୁ ଉଚ୍ଚ ବିଦ୍ୟାଳୟରେ ଅପେକ୍ଷା ପରେ ଶ୍ରୀ ରଥ ପହଞ୍ଚି ବିଦ୍ୟାଳୟ କମ୍ପ୍ୟୁଟର ଲାଗି ଟଙ୍କା ଆସିଥିବାରୁ ଉଚ୍ଚ ଅଧିକାରୀଙ୍କ ପାଖକୁ ଯାଇଥିବା ବିଷୟ କହି ଜିଲ୍ଲାପାଳଙ୍କୁ ସଫେଇ ଦେଇଥିଲେ l କିନ୍ତୁ ଏହା ସନ୍ତୋଷ ଜନକ ଉତ୍ତର ନ ଥିବାରୁ ଓ ଓଡ଼ିଶା ରେ କେବଳ ଗୋଟିଏ ବିଦ୍ୟାଳୟ ସୁବର୍ଣ୍ଣପୁର ଜିଲ୍ଲାର ସର୍ବ ପୁରାତନ ପି ଏମ ଶ୍ରୀ ମହାରାଜା ଉଚ୍ଚ ବିଦ୍ୟାଳୟରେ ଚଳିତ ବର୍ଷର ପି ଏମ ଶ୍ରୀ ମେଳା ପାଳନ ନ କରି ରାଜ୍ୟ ଶିକ୍ଷା ବିଭାଗର କମିଶନରଙ୍କ ନିର୍ଦ୍ଦେଶକୁ ଅବମାନନା ଓ ବେଖାତିର କରିଥିବା ଜିଲ୍ଲାପାଳ ଡ଼.ସାହୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ରଥଙ୍କ ଉପରେ ଅସନ୍ତୋଷ ଓ ବିରକ୍ତି ପ୍ରକାଶ କରିଥିଲେ l ଏହା ତାଙ୍କ ନିଜ କର୍ତ୍ତବ୍ୟ ସମ୍ପାଦନରେ ଘୋର ଅବହେଳା ଓ ଉଚ୍ଚ କର୍ତ୍ତୃପକ୍ଷଙ୍କ ଆଦେଶର ଅବମାନନା ଅଟେ । ପି. ଏମ ଶ୍ରୀମେଳା ପାଳନ ଓ ଆୟୋଜନ କରିବାରେ ଏହା ତାଙ୍କ ଚରମ ଅବହେଳା ଅଟେ। ଶ୍ରୀ ରଥ ଏପରିକି ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଉପଯୁକ୍ତ ବ୍ୟବହାର ପ୍ରଦର୍ଶନ କରୁ ନ ଥିବା ବିଷୟ ମଧ୍ୟ ଜିଲ୍ଲା ପ୍ରଶାସନ ପାଖରେ ଅନେକ ଅଭିଯୋଗ ହୋଇଥିବା ଜିଲ୍ଲାପାଳଙ୍କ ଦୃଷ୍ଟିକୁ ଅଣାଯାଇଛି l ପି. ଏମ ଶ୍ରୀ ମହାରାଜା ଉଚ୍ଚ ବିଦ୍ୟାଳୟର ଉନ୍ନତି କରଣ ଲାଗି ରାଜ୍ୟ ସରକାରଙ୍କ ତରଫରୁ ଅନୁଦାନ ଟଙ୍କା ହସ୍ତଗତ ଦେଉଥିବା ବେଳେ ସେହି ଅନୁଦାନରୁ ହେଉଥିବା ଖର୍ଚ୍ଚ ସନ୍ତୋଷ ଜନକ ନୁହେଁ ଓ ଠିକ୍ ସମୟରେ ବିନିଯୋଗ ହୋଇପାରୁନାହିଁ। ସୋନପୁର ମହାରାଜା ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶ୍ରୀ ରଥଙ୍କ କାର୍ଯ୍ୟ କଲାପ ଓ ଉଚ୍ଚ ବିଦ୍ୟାଳୟର ବିଭିନ୍ନ ଯୋଜନାର ଅନୁଦାନ ପାଣ୍ଠି ବିନିଯୋଗ ଓ କାର୍ଯ୍ୟ ଗୁଡିକର ଅଗ୍ରଗତି ବିଷୟରେ ନିରୀକ୍ଷଣ ଓ ପର୍ଯ୍ୟାଲୋଚନା କରିଥିଲେ। ଯାହାକି ସନ୍ତୋଷ ଜନକ ନ ଥିଲା । ତେଣୁ ଜିଲ୍ଲାପାଳ ସୁବର୍ଣ୍ଣପୁରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀ ସୁବର୍ଣ୍ଣପୁରଙ୍କ ଆଦେଶ ସଂଖ୍ୟା ୧୫୭୩ ତା୧୧.୦୩.୨୦୨୬ ରେ ଶ୍ରୀ ଆଶିଷ କୁମାର ରଥଙ୍କୁ ପ୍ରସାଶସନିକ କାରଣରୁ ତାଙ୍କ ପଦବୀରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ବାରା ନିଲମ୍ୱିତ କରାଯାଇଛି ଓ ନିଲମ୍ବନ ସମୟରେ ତାଙ୍କ ମୁଖ୍ୟାଳୟ ଭାବେ ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟ, ଧର୍ମଶାଳାକୁ ଧାର୍ଯ୍ୟ କରାଯାଇଛି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *