କଳମ୍ବ ପଞ୍ଚାୟତ ସ୍ତରୀୟ ଦ୍ୱିତୀୟ ପର୍ଯ୍ୟାୟ ଜନଶୁଣାଣି
ପୋଲସରା : ପୋଲସରା ବ୍ଲକର କଳମ୍ବ ଗ୍ରାମ ପଞ୍ଚାୟତ ପରିସରରେ ପଞ୍ଚାୟତ ସ୍ତରୀୟ ଦ୍ୱିତୀୟ ପର୍ଯ୍ୟାୟ ଜନଶୁଣାଣି ପୋଲସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶିଭୂଷଣ ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏବିଡିଓ ସୋନମ୍ ବେହେରା,ଏଟିଓ ରମେଶ ଚନ୍ଦ୍ର ମଲ୍ଲିକ,ସି.ଡି.ପି.ଓ ତିଳୋତ୍ତମା ରାଉତ, ସରପଞ୍ଚ ଗୀତାଞ୍ଜଳି ସାହୁ, ପୋଲସରା ଥାନାଧିକାରୀ କୌଶିକ ମାଝୀ ଯୋଗଦେଇ ସମସ୍ତଙ୍କର ଅଭିଯୋଗ ଗ୍ରହଣ କରି ଥିଲେ। ଏହି ଅବସରରେ ମୋଟ୍ ୨୬ ଜଣଙ୍କ ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ୧୧ ଜଣଙ୍କୁ ଭତ୍ତା, ୧୦ ଜଣଙ୍କୁ ଘରପଟ୍ଟା, ୨ଟି ଏସ.ଏଚ.ଜି ଗ୍ରୁପକୁ ଋଣ ଇତ୍ୟାଦି ଦିଆଯାଇଥିଲା। ପୋଲସରା ବ୍ଳକ କୃଷି ଅଧିକାରୀ ଗଣେଶ୍ୱର ସାହୁ,ଖାଦ୍ୟ ଯୋଗାଣ ଅଧିକାରୀ ସନ୍ଦୀପ କୁମାର ବେହେରା,ପାନୀୟ ଜଳ ଯୋଗାଣ ସହକାରୀ ଯନ୍ତ୍ରୀ ସ୍ଵରୁପ ତ୍ରିପାଠୀ,ପୃତ୍ତ ବିଭାଗ ଯନ୍ତ୍ରୀ ଦିପ୍ତିରାଣୀ ଦେହୁରୀ,ଗ୍ରାମ୍ଯ ନିର୍ମାଣ ବିଭାଗ ସହକାରୀ ଯନ୍ତ୍ରୀ ସଞ୍ଜିବ ପାତ୍ର,ବାଘୁଆ ଜଳସେଚନ ଯନ୍ତ୍ରୀ ବିଶ୍ଵ ଜୀବନ ମହାପାତ୍ର,ବିଭିଓ ଡଃ ଭକ୍ତଚରଣ ଦଳାଇ, ପୋଲସରା ମେଡିକାଲ ଡାକ୍ତର ସୁବ୍ରମୟି ପାଢ଼ୀ,ବରିଷ୍ଠ ରାଜସ୍ବ ସହାୟକ ଗିରିଜା ଶଙ୍କର ମିଶ୍ର,ବନପାଳ କାର୍ତ୍ତିକ ସାହୁ ସମେତ ଅନ୍ୟ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଦଳାଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲାବେଳେ ଜନଶୁଣାଣି ଅଧିକାରିଣୀ ଲିପ୍ସା ରାଣୀ ଭଞ୍ଜ,ଏଡିଓ ସୁଶାନ୍ତ କୁମାର ମହାରଣା,କଳମ୍ବ ଅତିରିକ୍ତ ରାଜସ୍ବ ନିରୀକ୍ଷକ ଆରତୀ ବେହେରା ପ୍ରମୁଖଙ୍କ ସମେତ ଅଙ୍ଗନବାଡ଼ି ,ଆଶାକର୍ମୀ ଓ ଏସ ଏଚ ଜି ଗୃପର ମହିଳା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।
