କଳିଙ୍ଗ ବାଲିଯାତ୍ରା-୨୦୨୬ ଉଦଘାଟିତ
ପାରାଦୀପ, : ପାରାଦୀପ ସମୁଦ୍ର ବେଳାଭୂମି ବିଜୁ ମଇଦାନରେ କଳିଙ୍ଗ ବାଲିଯାତ୍ରା-୨୦୨୬ ଉଦଘାଟିତ ହୋଇଯାଇଛି ।ଏହି ମହୋତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବାଲିଯାତ୍ରା-୨୦୨୬ ର ସ୍ମରଣୀକା ଉନ୍ମୋଚନ କରିବା ସହ ଐତିହ୍ୟ ଓ ପରମ୍ପରାର ସ୍ମୃତିଚାରଣ ନିମନ୍ତେ ଏଭଳି ପ୍ରୟାସ କୁ ପ୍ରଶଂସା କରିଥିଲେ । ବାଲିଯାତ୍ରା ହେଉଛି ଓଡିଆ ଅସ୍ମିତାର ମହା ମିଳନ । ସାଧବ ପୁଅ ମାନେ ସାତ ସମୁଦ୍ର ପାରିହୋଇ ବ୍ୟବସାୟ କରି ଫେରି ସେଠାରୁ ଧନ ସମ୍ପତ୍ତି ଆଣି ଆସିବା ଆମ ଓଡିଆ ଙ୍କ ପାଇଁ ଏକ ଗୌରବର ସମୟ ଥିଲା । ପ୍ରାଚୀନ ଉତ୍କଳର ଏହି ନୌବାଣିଜ୍ୟ ଏକ ଅନନ୍ୟ ପରିଚୟ ସୃଷ୍ଟି କରିପାରିଛି । ହଜାର ଦୁଇ ହଜାର ବର୍ଷର ସମ୍ପର୍କ କୁ ମନେପକାଇ ଖୋଜୁଛୁ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ । ପୋର୍ଟ ର ଉନ୍ନତି ସହିତ ନୂତନ ଶିଳ୍ପ ଆସିବ ଓ ପାରାଦୀପ ରେ ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ନେଇ ଆମ ସରକାର ଚେଷ୍ଟିତ ।


ଓଡିଶା ର ବିକାଶ ର କଥା କହିଲେ ପାରାଦୀପ କଥା ମନେପଡୁଛି l କାର୍ଗୋ ରପ୍ତାନୀ କ୍ଷେତ୍ରରେ ପାରାଦୀପ ବନ୍ଦର ଆଜି ଅଗ୍ରଣୀ ଭୂମିକା ଗ୍ରହଣ କରିଛି l ପାରାଦୀପ କୁ ନେଇ ଶିଳ୍ପ, ଶିଳ୍ପ କୁ ନେଇ ରାଜ୍ୟ ର ବିକାଶ l ପୂର୍ବ ଦ୍ଵୟର ପରିକଳ୍ପନା ରେ ରହିଚି ପାରାଦୀପ l ତେଣୁ ପାରାଦୀପ କୁ ପୂର୍ବ ଭାରତର ଗେଟୱେ ଅଫ ଇଣ୍ଡିଆ କୁହାଯାଉଛି l ପାରାଦୀପ କୁ ବହୁ ବଡବଡ ଶିଳ୍ପ ଆସୁଛି l ଇଞ୍ଜିନିୟରିଂ କଲେଜ, ବିଶ୍ୱବିଦ୍ୟାଳୟ ଆଗକୁ ହେବାକୁ ଯାଉଛି l ପାରାଦୀପ ସି ବିଚ ରେ ବ୍ଲୁ ଫ୍ଳାଗ୍ମୁ ର ମାନ୍ୟତା, ପାରାଦୀପ ରେ naaptha krakar, ପେଟ୍ରୋ କେମିକାଲ ଆଦି ବଡ ବଡ ଶିଳ୍ପ ପ୍ରତିଷ୍ଠା ହେବାକୁ ଯାଉଛି l ମୁଖ୍ୟ ବକ୍ତା ଭାବେ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଯୋଗ ଦେଇ ଏହି କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ସାଧବ ପୁଅ ମାନେ ହିଁ ବ୍ୟବସାୟ କରିବାକୁ ବାହାର ଦେଶକୁ ଯାଇ ଆଷାଢ଼ ମାସରେ ବ୍ୟବସାୟ କରି ଫେରୁଥିଲେ l ମେଡିକାଲ କଲେଜ, ବିମାନ ବନ୍ଦର ଜଗତସିଂହପୁର ଜିଲ୍ଲାରେ ହେବା ନେଇ ପ୍ରସ୍ତୁତି ସରିଛି । ତାହା ଧୀରେ ଧୀରେ କାର୍ଯ୍ୟକାରୀ ହେବା ନେଇ ସରକାର ଏବେ ଲାଗି ପଡିଛନ୍ତି । ସମ୍ମାନିତ ଅତିଥି ଭାବେ ସାଂସଦ ଡ଼ା ବିଭୁ ପ୍ରସାଦ ତରାଇ, ତିର୍ତ୍ତୋଲ ବିଧାୟକ ଡ ରମାକାନ୍ତ ଭୋଇ, ପାରାଦୀପ ବନ୍ଦର ଅଧ୍ୟକ୍ଷ ସୁଶାନ୍ତ କୁମାର ପୁରୋହିତ ଓ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ କଳିଙ୍ଗ ବାଲିଯାତ୍ରା ର ସଫଳ ରୂପାୟନ କାମନା କରିଥିଲେ ।
ଉଦଘାଟନି ସଭାରେ କଳିଙ୍ଗ ବାଲିଯାତ୍ରା କମିଟି ର ଅଧ୍ଯକ୍ଷ ତଥା ଜଗତସିଂହପୁର ଜିଲ୍ଲାପାଳ ଜେ.ସୋନାଲ ଅଧ୍ୟକ୍ଷତା କରିବା ସାହିତ ସ୍ବାଗତ ଭାଷଣ ଦେଇ
କହିଲେ ଯେ ଓଡିଶା ର ସାଧବ ପୁଅ ମାନଙ୍କ ନୌବାଣିଜ୍ୟ ଖୁବ୍ ସୁନାମଧନ୍ୟ, ଏନେଇ ଆୟୋଜିତ ଏହି ବାଲିଯାତ୍ରା ମହୋତ୍ସବ କୁ ସମସ୍ତେ ଉପଭୋଗ କରିବା ଉଚିତ ବୋଲି କହିଥିଲେ। କଳିଙ୍ଗ ବାଲିଯାତ୍ରା ବର୍ତ୍ତମାନ ରାଜ୍ୟରେ ଦ୍ଵିତୀୟ ସର୍ବବୃହତ୍ ବାଣିଜ୍ୟ ସ୍ଥଳ ହୋଇପାରିଛି ବୋଲି କହିଥିଲେ l ଜିଲ୍ଲାବାସୀ ଏହାର ଭରପୂର ଆନନ୍ଦ ଉଠାଇବା ସହ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଭାଗୀଦାର ହେବାକୁ ପରାମର୍ଶ ଦେଇଥିଲେ l ଶେଷରେ ଏହି ସଭାରେ ଜଗତ୍ସିଂହପୁରର ଆରକ୍ଷୀ ଅଧିକ୍ଷକ ଅଙ୍କିତ କୁମାର ବର୍ମା ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ଲୋକସମ୍ପର୍କ ଅଧିକାରିଣୀ ପ୍ରତାଚୀ ତନୟା ମହାନ୍ତି ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମକୁ ବାଲିଯାତ୍ରା କମିଟିର ଉପାଧ୍ୟକ୍ଷ ତଥା ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା ପରିଚାଳନା କରିଥିବା ବେଳେ କମିଟିର ସମ୍ପାଦକ ତଥା ପାରାଦୀପ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ସକ୍ରିୟ ସହଯୋଗ କରିଥିଲେ।
ସବୁଠାରୁ ବଡ଼ କଥା ହେଲା ବାଲିଯାତ୍ରା ମଞ୍ଚ ରେ ସମ୍ମାନିତ ଅତିଥି ଭାବେ ରହିଥିବା ପାରାଦୀପ ର ଦୁଇ ଅଧ୍ୟକ୍ଷ ବନ୍ଦର ଅଧ୍ୟକ୍ଷ ଓ ପୌର ପରିଷଦ ର ଅଧ୍ୟକ୍ଷ ଙ୍କୁ କହିବାକୁ ସୁଯୋଗ ଦିଆଯାଇ ନଥିଲା l ସଭାରେ ଅନ୍ୟମାନଙ୍କ ମଧ୍ୟରେ ସହରର ବୁଦ୍ଧିଜୀବୀ, ବିଭିନ୍ନ ରାଜ୍ୟ ତଥା ଜିଲ୍ଲାରୁ ଆସିଥିବା ବ୍ୟବସାୟୀ ଓ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ତଥା ଅନ୍ୟ ଅତିଥି ମାନଙ୍କ ଦ୍ଵାରା ବାଲିଯାତ୍ରାର ସ୍ମରଣୀକା ଉନ୍ମୋଚିତ ହୋଇଥିଲା । ଏହି ବାଲିଯାତ୍ରା ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଷ୍ଟଲ ଆସିଛନ୍ତି, ଯେଉଁ ଷ୍ଟଲ ରେ ବିଭିନ୍ନ ପ୍ରକାର ହସ୍ତତନ୍ତ, ଟେରାକୋଟା ଆଦି ସାମଗ୍ରୀ ବିକ୍ରୀ କରାଯିବ l ଓରମାସ ପକ୍ଷରୁ ମଧ୍ୟ କେତେକ ଷ୍ଟଲ ରହିଛି ବୋଲି ସୂଚନା ମିଳିଛି । ୭ ଦିନ ଧରି ରାଜ୍ୟ ତଥା ରାଜ୍ୟ ବାହାରର ସ୍ୱନାମଧନ୍ୟ କଳାକାର ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଆଜି ମହୋତ୍ସବ ର ଉଦଘାଟନୀ କାର୍ଯ୍ୟକ୍ରମ ଥିବାରୁ ସେତେ ଗହଳି ହୋଇ ନଥିଲେ ମଧ୍ୟ ଆସନ୍ତା କାଲି ଠାରୁ ଜନ ଗହଳି ହେବା ନେଇ ଆଶା କରାଯାଉଛି ।ଚଳିତ ବର୍ଷ ମହୋତ୍ସବ ରେ ବହୁ ଷ୍ଟଲ ଖାଲି ପଡିଥିବା ଦେଖିବାକୁ ମିଳିଥିଲା।ତେବେ ଶାନ୍ତି ଶୃଙ୍ଖଳା ପାଇଁ ୧୩ ପ୍ଲାଟୁନ ପୋଲିସ ମୁତୟନ ହୋଇଥିବା ବେଳେ ପରିମଳ ବ୍ୟବସ୍ଥା ପାଇଁ ପୌର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।
ଉଦଘାଟନୀ ସମାରୋହ ପରେ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ କଟକର ନୃତ୍ୟ ପ୍ରଜ୍ଞା ଚାରିଟେବଲ ଟ୍ରଷ୍ଟ ଓ ଶେଷରେ କଟକର ଶ୍ରୀ କଳାକେନ୍ଦ୍ର ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ | ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପାରାଦ୍ୱୀପର ଛାତ୍ର ଛାତ୍ରୀ ମାନେ |
ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ରୁ ହେଲିକପ୍ଟର ଯୋଗେ ଆସି ପାରାଦୀପ ନୂଆବଜାର ସ୍ଥିତ ଗୋପବନ୍ଧୁ ଷ୍ଟାଡିୟମରେ ଓହ୍ଲାଇଥିଲେ । ସେଠାରୁ ରୋଡ ସୋ ରେ ଯାଇ ପ୍ରଥମେ ଓରମାସ ଷ୍ଟଲ୍ ଓ ପରେ ପଲ୍ଲୀଶ୍ରୀ ଷ୍ଟଲ୍ କୁ ଉଦଘାଟନ କରିବା ପରେ କଳିଙ୍ଗ ବାଲିଯାତ୍ରା ମହୋତ୍ସବ-୨୦୨୬ କୁ ଉଦଘାଟନ କରିଥିଲେ ।
