January 31, 2026
Home » କୁଟିଆ କନ୍ଧ ମାନଙ୍କ ଜୀବନୀ ଆଧାରିତ ଉପନ୍ୟାସ ପାର୍ଶ୍ୱସ୍ରୋତ ଉନ୍ମୋଚିତ

କୁଟିଆ କନ୍ଧ ମାନଙ୍କ ଜୀବନୀ ଆଧାରିତ ଉପନ୍ୟାସ ପାର୍ଶ୍ୱସ୍ରୋତ ଉନ୍ମୋଚିତ

0
DSC_9513.JPG

 

ଭୁବନେଶ୍ୱର: କୁଟିଆ କନ୍ଧ ମାନଙ୍କ ଜୀବନୀ ଆଧାରିତ ଉପନ୍ୟାସ “ପାର୍ଶ୍ୱସ୍ରୋତ” ଉନ୍ମୋଚିତ ହୋଇଛି। ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜଙ୍କ ଏହା ହେଉଛି ପ୍ରଥମ ଉପନ୍ୟାସ ।ସ୍ଥାନୀୟ ବୁଦ୍ଧ ମନ୍ଦିର ଅଡିଟୋରିୟମରେ ଆୟୋଜିତ ଉନ୍ମୋଚନ ଉତ୍ସବରେ ଔପନ୍ୟାସିକା ସରୋଜିନୀ ସାହୁ, ସାହିତ୍ୟିକ ଅଜୟ ସ୍ୱାଇଁ, ପୁସ୍ତକର ପ୍ରକାଶକ ଆଦିତ୍ୟ ଭାରତ ନିର୍ଦ୍ଦେଶକ ଶ୍ରୀ ଦେବାଶିଷ ସାମନ୍ତରାୟ, କଥାଶିଳ୍ପୀ ଚିରଶ୍ରୀ ଇନ୍ଦରସିଂ, ସାହିତ୍ୟପ୍ରେମୀ ଓ ସବୁ ବର୍ଗର ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ।ଏହି ଉପନ୍ୟାସରେ କୁଟିଆ କନ୍ଧଙ୍କ ଜୀବନୀ ଓ ସଂସ୍କୃତି ଉପରେ ଏକ ସ୍ୱତନ୍ତ୍ର ଆଲେଖ୍ୟ ରହିଛି । ସେମାନଙ୍କ ଉଚ୍ଚ ପରମ୍ପରା, ପ୍ରଥା,ସେମାନଙ୍କ ଜୀବିକା ଉପାର୍ଜନକୁ ବିଭିନ୍ନ ପ୍ରାମାଣିକ ଉପସ୍ଥାପନା ମାଧ୍ୟମରେ ପାଠକ ମାନଙ୍କୁ ଶ୍ରୀ ଋତୁରାଜ ଭେଟି ଦେଇଛନ୍ତି । ବିରଳ ପ୍ରାୟ ଏହି ଜନଜାତିଙ୍କୁ ମୁଖ୍ୟସ୍ରୋତ ନୁହେଁ ବରଂ ନିଜସହ ଅର୍ଥାତ ନିଜ ପାର୍ଶ୍ୱରେ ନେଇ ଆଗକୁ ବଢେଇବାର ପ୍ରୟାସ ଏହି ପୁସ୍ତକରେ ଉଲ୍ଲେଖ ରହିଛି । ପ୍ରକୃତି ସହ ନିବିଡ଼ ଆତ୍ମିୟତା, ବିଶ୍ୱାସ ଓ ଆଧୁନିକ ସମୟରେ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ଅବତାରଣା କରାଯାଇଛି । ଅନାଲୋଚିତ ଦିଗ ଉପରେ ଆଲୋଚନା ସହ ବିଭିନ୍ନ ଉପାଦେୟ ଚରିତ୍ର ମାଧ୍ୟମରେ ଏହି ଉପନ୍ୟାସ ଜୀବନ୍ତ ହୋଇ ଉଠିଛି । ଏହା ପାଠକ ମାନଙ୍କ ଆଦୃତି ସହ ଜନଜାତି ମାନଙ୍କ ଉପରେ ଗବେଷଣା କରୁଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉପାଦେୟ ତଥ୍ୟ ରହିଛି ।ପ୍ରଶାସନିକ କାର୍ଯ୍ୟରୁ ସମୟ ବାହାର କରି ଏହି ଅଞ୍ଚଳର ଜନଜାତି ମାନଙ୍କ ସହ ବିତିଥିବା ସମୟର ଅନୁଭବ ଓ ଅନୁଭୂତି ସମ୍ପର୍କରେ ଔପନାସିକ ଶ୍ରୀ ଋତୁରାଜ ଉଲ୍ଲେଖ କରିଛନ୍ତି ।

Leave a Reply

Your email address will not be published. Required fields are marked *