August 21, 2026
Home » କୁମାରକେଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ମନ୍ତ୍ରୀମାନଙ୍କ ଶପଥ ପାଠ

କୁମାରକେଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ମନ୍ତ୍ରୀମାନଙ୍କ ଶପଥ ପାଠ

0
WhatsApp Image 2024-08-04 at 4.37.17 PM

l

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମହଦା ପଂଚାୟତ ସ୍ଥିତ କୁମାରକେଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବିଦ୍ୟାଳୟ କ୍ୟାବିନେଟ ମନ୍ତ୍ରୀ ମାନଙ୍କ ଶପଥପାଠ ଉତ୍ସବ ଆୟୋଜିତ ହୋଇଯାଇଛି l ବିଦ୍ୟାଳୟ ରେ ଶୃଙ୍ଖଳା ରକ୍ଷା ସହ ସର୍ବୋପରି ସମସ୍ତ କାର୍ଯ୍ୟକ୍ରମ କୁ ସୁଚାରୁରୂପେ ସମ୍ପାଦନ କରି ବିଭିନ୍ନ କ୍ଷେତ୍ର ରେ ବିଦ୍ୟାଳୟ ର ସୁନାମ ଅର୍ଜନ କୁ ଆଖି ଆଗରେ ରଖି 2024-25 ଶିକ୍ଷାବର୍ଷ ପାଇଁ ବିଦ୍ୟାଳୟ କ୍ୟାବିନେଟ ଗଠିତ ହୋଇ ଯାଇଛି l ମୁଖ୍ୟମନ୍ତ୍ରୀ ଭାବେ ଅଷ୍ଟମ ଶ୍ରେଣୀ ଛାତ୍ର ଶ୍ରୀମାନ ଦିବ୍ୟାଂଶୁ ପଧାନ ଓ ଉପ ମୁଖ୍ୟମନ୍ତ୍ରୀ ଭାବେ କୁମାରୀ ନମ୍ରତା ଭୋଇ ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଛନ୍ତି l ଶିକ୍ଷା ବିଭାଗ କ୍ୟାବିନେଟ ଭାବେ ସୁନିତା ସାହୁ, ଉପମନ୍ତ୍ରୀ ଭାବେ ଯୋଗେଶ ପଧାନ, ସ୍ୱାସ୍ଥ୍ୟ ବିଭାଗ କ୍ୟାବିନେଟ ଭାବେ ଆଶୁତୋଷ ମହାପାତ୍ର, ଉପମନ୍ତ୍ରୀଭାବେ ମାମାଲି ସେଠୀ, କ୍ରୀଡା ଓ ସଂସ୍କୃତି ବିଭାଗ କ୍ୟାବିନେଟ ମନ୍ତ୍ରୀ ଭାବେ ନିତୁଶ୍ରୀ ସାହୁ, ଉପମନ୍ତ୍ରୀ ଭାବେ ଅବିନାଶ କୁମ୍ଭାର, ପରିବେଶ ବିଭାଗ କ୍ୟାବିନେଟ ମନ୍ତ୍ରୀ ଭାବେ ତରଣୀ ପଧାନ, ଉପମନ୍ତ୍ରୀ ଭାବେ ଅଙ୍କିତା ବେହେରା, ଖାଦ୍ୟ ବିଭାଗ କ୍ୟାବିନେଟ ମନ୍ତ୍ରୀ ଭାବେ ଭବାନୀ ପଧାନ, ଉପମନ୍ତ୍ରୀ ଭାବେ ସନତ ପଧାନ ଏବଂ ସୂଚନା ଓ ପ୍ରସାରଣ କ୍ୟାବିନେଟ ମନ୍ତ୍ରୀ ଭାବେ ରାହୁଲ ପଧାନ ଏବଂ ଉପମନ୍ତ୍ରୀ ଭାବେ ଶ୍ରୀୟା ବେହେରା ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଛନ୍ତି l ଅଷ୍ଟମ ଶ୍ରେଣୀ ଛାତ୍ର ଥବିର ବେହେରା ରାଜ୍ୟପାଳ ଙ୍କ ଭୂମିକା ତୁଲାଇ ନବ ନିର୍ବାଚିତ ମନ୍ତ୍ରୀ ମାନଙ୍କୁ ଶପଥ ପାଠ କରେଇଛନ୍ତି l ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ହୃଷିକେଶ ଚାନ୍ଦ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭା ରେ ସହକାରୀ ଶିକ୍ଷକ ନରେନ୍ଦ୍ର ନାଗ ସ୍ୱାଗତ କରିଥିବା ବେଳେ ଭରତ ହରିପାଲ ଧନ୍ୟବାଦ ପ୍ରଦାନ କରିଥିଲେ l ଅନ୍ୟତମ ସହକାରୀ ଶିକ୍ଷକ ଅଚ୍ୟୁତ ରଣା ମନ୍ତ୍ରୀ ମଣ୍ଡଳ ର ଆଭିମୁଖ୍ୟ ଉପରେ ବିଶଦ ଆଲୋଚନା କରିଥିଲେ l କାର୍ଯ୍ୟକ୍ରମ ରେ ବରିଷ୍ଠ ସହକାରୀ ଶିକ୍ଷକ ଶିବରାମ ଚାନ୍ଦ, ଦିଲ୍ଲୀପ କୁମାର ପଣ୍ଡା ଓ ଆର୍ଟ ଶିକ୍ଷକ ସତ୍ୟନାରାୟଣ ମେହେର ସହଯୋଗ କରିଥିଲେ l

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।