May 1, 2026
Home » କେସିଙ୍ଗା ବ୍ଲକ ଗୁର୍ଜିମୁଣ୍ଡା ରେ ବିଶେଷ ସ୍ଵାସ୍ଥ୍ୟ ଶିବିର।

କେସିଙ୍ଗା ବ୍ଲକ ଗୁର୍ଜିମୁଣ୍ଡା ରେ ବିଶେଷ ସ୍ଵାସ୍ଥ୍ୟ ଶିବିର।

0
WhatsApp Image 2026-04-28 at 12.56.10 PM

 

କେସିଙ୍ଗା :ଲୋକଙ୍କ ସ୍ଵାସ୍ଥ୍ୟ ସମସ୍ୟା କୁ ଦୃଷ୍ଟି ରେ ରଖି ଓ ଲୋକଙ୍କ ପାଖରେ ବିନା ମୂଲ୍ୟରେ ସ୍ବାସ୍ଥ୍ଯ ସେବା ପ୍ରଦାନ ପାଇଁ  କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଗୁର୍ଜୀମୁଣ୍ଡା ଅଙ୍ଗନବାଡ଼ି କେନ୍ଦ୍ର ପରିସରରେ ଏସବିଆଇ ଓ ରାମକୀ ଫାଉଣ୍ଡେସନ ପକ୍ଷରୁ ବିଶେଷଜ୍ଞ ଡାକ୍ତର ଦଳ ସାଙ୍ଗକୁ ଲେଵ ଟେକନିସିଏନ ଓ ଔଷଧ ପତ୍ର ନେଇ ଏକ ବିଶେଷ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଗୁର୍ଜିମୁଣ୍ଡା ଗ୍ରାମବାସୀ ଙ୍କ ସମେତ ପଡୋଶୀ ଗ୍ରାମର ଲୋକେ ଉକ୍ତ ସ୍ଵାସ୍ଥ୍ୟ ଶିବିରକୁ ଆସି ନିଜ ସ୍ଵାସ୍ଥ୍ୟ ପରୀକ୍ଷା ନିରୀକ୍ଷା କରି ମାଗଣାରେ ଔଷଧ ପତ୍ର ନେବା ସହିତ ଡାକ୍ତରଙ୍କ ବହୁମୂଲ୍ୟ ପରାମର୍ଶ ନେଇଥିଲେ। ଏହି ସ୍ଵାସ୍ଥ୍ୟ ଶିବିରକୁ ଗୁର୍ଜିମୁଣ୍ଡା ୱାର୍ଡ ମେମ୍ବର ଓ ଅଙ୍ଗନବାଡି କମିଟି ସଭାପତି ବୈଜୟନ୍ତୀ ଦୀପ ଶୁଭାରମ୍ଭ କରିଥିବା ବେଳେ ଅଙ୍ଗନବାଡ଼ି ଦିଦି ସତ୍ୟଭାମା ବାଗ ଙ୍କ ସହଯୋଗ ରେ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା। ପବ୍ଲିକ ହେଲଥ ବିଶେଷଜ୍ଞ ଡାକ୍ତର ରବୀନ୍ଦ୍ର ନାଥ ଖଟୁଆ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଉକ୍ତ ସ୍ଵାସ୍ଥ୍ୟ ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ ରାମକୀ ଫାଉଣ୍ଡେସନ ର ଡାକ୍ତର ବିମଳ ଚରଣ ଷଡଙ୍ଗୀ, ଫାର୍ମାସିଷ୍ଟ ଜ୍ୟୋସ୍ନାରାଣୀ ବେହେରା,ବହୁମୁଖି ସ୍ଵାସ୍ଥ୍ୟ କର୍ମୀ ଯୋଗେଶ କୁମାର ଶବର, ଏ ଏନ୍ ଏମ ବାସନ୍ତୀ ମାଝୀ, ଲିଲିଶ୍ରୀ କେଉଟ, ଏଲଟି ନିତୁ ନାଏକ, ନିରଞ୍ଜନ ହାତୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ଉକ୍ତ ସ୍ଵାସ୍ଥ୍ୟ ଶିବିରରେ ପ୍ରାୟ ୨୦୦ ଜଣ ଙ୍କ ସ୍ଵାସ୍ଥ୍ୟ ପରୀକ୍ଷା ନିରୀକ୍ଷା କରାଯାଇ ୧୦୫ ଜଣ ରୋଗୀ ଙ୍କୁ ଔଷଧ ଓ ପରାମର୍ଶ ପ୍ରଦାନ କରାଯାଇଥିଲା। ଆଶା ଦିଦି ଫାବିଆ ନାଏକ ସ୍ଵାସ୍ଥ୍ୟ ଶିବିରକୁ ଆସିଥିବା ଅଞ୍ଚଳବାସୀ ଓ ସ୍ଵାସ୍ଥ୍ୟ ଶିବିର ଆୟୋଜନ କରିଥିବା ଏସବିଆଇ ଓ ରାମକୀ ଫାଉଣ୍ଡେସନ କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *