October 16, 2026
Home » କୋଟିଆରେ ଆନ୍ଧ୍ରର ନିର୍ବାଚନ ବିଜ୍ଞପ୍ତିକୁ ତୁରନ୍ତ ରଦ୍ଦ କରାନ୍ତୁ ଓଡ଼ିଶା ସରକାର: ଭକ୍ତ

କୋଟିଆରେ ଆନ୍ଧ୍ରର ନିର୍ବାଚନ ବିଜ୍ଞପ୍ତିକୁ ତୁରନ୍ତ ରଦ୍ଦ କରାନ୍ତୁ ଓଡ଼ିଶା ସରକାର: ଭକ୍ତ

0
bhakt-charan

 

 

କୋଟିଆ ଅଞ୍ଚଳରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ଘଟଣାକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ଶ୍ରୀ ଭକ୍ତ ଚରଣ ଦାସ ତୀବ୍ର ନିନ୍ଦା କରିଛନ୍ତି।ଶ୍ରୀ ଦାସ ଅଭିଯୋଗ କରିଛନ୍ତି, ଆନ୍ଧ୍ରପ୍ରଦେଶ ସରକାର ସବୁବେଳେ କୋଟିଆ ମଧ୍ୟରେ ଅନୁପ୍ରବେଶ କରି ଓଡ଼ିଶାର ପ୍ରଶାସନିକ ବ୍ୟବସ୍ଥାରେ ବିଭ୍ରାଟ ସୃଷ୍ଟି କରୁଛନ୍ତି। ଯେ ଯାଏ ସଠାରେ ଆମ ରାଜ୍ୟବାସୀଙ୍କୁ ସେମାନେ ବିଭିନ୍ନ ଭତ୍ତା ଓ ଅନ୍ୟ ସୁବିଧାସୁଯୋଗ ଦେଉଥିଲେ, ସେ ଯାଏ ‘ଆମ ଲୋକ ତ ପାଉଛନ୍ତି’ ନ୍ୟାୟରେ ଯଦି ପ୍ରଶାସନର କେହି ପ୍ରତିକ୍ରିୟା ପ୍ରକାଶ କରୁ ନ ଥିଲେ, ତାହା ବୁଝିହେଉଛି। ତେବେ ସେଥିରେ ଥିବା ଆନ୍ଧ୍ରର ପ୍ରଚ୍ଛନ୍ନ ଉଦ୍ଦେଶ୍ୟକୁ ଓଡ଼ିଶା ସରକାର ବୁଝି ନ ପାରିବା ପରିତାପର ବିଷୟ। ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, କୋଟିଆ ଅଞ୍ଚଳ ଓଡ଼ିଶାର ହୋଇଥିବା ସତ୍ତ୍ବେ ଏଠାରେ ପଞ୍ଚାୟତ ନିର୍ବାଚନ ପାଇଁ ଆନ୍ଧ୍ରପ୍ରଦେଶ ସରକାରଙ୍କ ବିଜ୍ଞପ୍ତି ପ୍ରକାଶ ପାଇଛି। ଆନ୍ଧ୍ରର ବିଜ୍ଞପ୍ତି ପ୍ରକାଶ ପାଇବା ମାତ୍ରେ ଓଡ଼ିଶା ସରକାର ପ୍ରତିକ୍ରିୟା ପ୍ରକାଶ କରିବା ସହ ଏହାକୁ ରୋକିବା ପାଇଁ ତୁରନ୍ତ ପଦକ୍ଷେପ ନେବା ଉଚିତ ଥିଲା। ଅସ୍ମିତାର ଦ୍ବାହି ଦେଇ ସରକାରକୁ ଆସିଥିବା ବିଜେପି ଦଳ ଏ ପ୍ରସଙ୍ଗରେ ଚୂପ୍ କାହିଁକି ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି। ଆନ୍ଧ୍ର ସରକାରଙ୍କ ଏହି ସାମ୍ବିଧାନିକ ଉଲ୍ଲଂଘନକୁ କଂଗ୍ରେସ ଦଳ କଦାପି ବରଦାସ୍ତ କରିବ ନାହିଁ। ଓଡ଼ିଶାର ମାଟିର ସୁରକ୍ଷା ପାଇଁ ରାଜ୍ୟ ସରକାର ତୁରନ୍ତ କେନ୍ଦ୍ର ସରକାରଙ୍କ ସହ ମିଶି ଦୃଢ଼ ଆଇନଗତ ଓ ପ୍ରଶାସନିକ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ଶ୍ରୀ ଦାସ କହିଛନ୍ତି।

Leave a Reply

Your email address will not be published. Required fields are marked *