June 22, 2026
Home » ଖାଦ୍ୟ ସୁରକ୍ଷା ସଚେତନତା ସଭା : ଜିଲ୍ଲା ର ସମସ୍ତ ଖାଦ୍ୟ ବ୍ୟବସାୟୀ ମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ l

ଖାଦ୍ୟ ସୁରକ୍ଷା ସଚେତନତା ସଭା : ଜିଲ୍ଲା ର ସମସ୍ତ ଖାଦ୍ୟ ବ୍ୟବସାୟୀ ମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ l

0
WhatsApp Image 2026-06-19 at 4.18.35 PM

ସୁବର୍ଣ୍ଣପୁର— ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ସମସ୍ତ ଖାଦ୍ୟ ବ୍ୟବସାୟୀ ମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି lଏହି କର୍ମଶାଳା ରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଦେବୀପ୍ରସାଦ ମହାପାତ୍ର ଉପସ୍ଥିତ ରହି ସମସ୍ତ ଖାଦ୍ୟ ବ୍ୟବସାୟୀ ମାନଙ୍କୁ ଭଲ ତଟକା ଖାଦ୍ୟ ଓ ବିଶୁଦ୍ଧ ପାଣି ଲୋକଙ୍କୁ ଦେବାକୁ ବୁଝାଇଥିଲେ l ସମସ୍ତେ କାଚବାକ୍ସ ରେ ଛଣା ଖାଦ୍ୟ ସବୁ ରଖି ବିକ୍ରୟ କରିବାକୁ ପରାମର୍ଶ ଦେଇଥିଲେ l ଯଦି ଏହାର ଖିଲାପ କରାଯାଏ ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି ତାଗିଦ କରିଥିଲେ l ଖାଦ୍ୟ ନିରାପତ୍ତା ଅଧିକାର ସସ୍ମିତା ନାଏକ ଖାଦ୍ୟ ବ୍ୟବସାୟ ର ବିଭିନ୍ନ ନିୟମ ଓ ଖିଲାପ କାରୀଙ୍କୁ କଣ ସବୁ ଆଇନ ର ବ୍ୟବସ୍ଥା ଅଛି ସେ ବିଷୟରେ ବୁଝାଇ ଥିଲେ l ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ ସମସ୍ତ ଖାଦ୍ୟ ବ୍ୟବସାୟୀ ଙ୍କୁ ଲାଇସେନ୍ସ ପ୍ରାପ୍ତ କରିବାକୁ ବୁଝାଇ ଥିଲେ l ଆଗକୁ ବର୍ଷା ରିତୁ ପାଇଁ ତଟକା ଖାଦ୍ୟ ସବୁ ତଥା ବିଶୁଦ୍ଧ ପାନୀୟ ର ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ ଓ ଶେଷ ରେ ଶ୍ରୀ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ l ଏମ ଟି ଏସ ରାଜୀବ ପଧାନ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *