January 31, 2026
Home » ଗଜପତି ଜିଲ୍ଲା ରାମଗିରି ଥାନା ଅଧିକାରୀଙ୍କୁ ରାଜ୍ୟପାଳ ପଦକ

ଗଜପତି ଜିଲ୍ଲା ରାମଗିରି ଥାନା ଅଧିକାରୀଙ୍କୁ ରାଜ୍ୟପାଳ ପଦକ

0
WhatsApp Image 2026-01-29 at 4.01.35 PM

 

୭୭ତମ ରାଜ୍ୟ ସ୍ତରୀୟ ସାଧାରଣତନ୍ତ୍ର ଦିବସରେ ଗଜପତି ଜିଲ୍ଲା ରାମଗିରିର ଭାରପ୍ରାପ୍ତ ଥାନାଧିକାରୀ ଏସ.ଆଇ. ଡି ଗଜପତି ଦୋରା ୨୦୨୫ବର୍ଷ ନିମନ୍ତେ ରାଜ୍ୟପାଳ ପଦକ ହାସଲ କରିଛନ୍ତି । ମହାମହିମ ରାଜ୍ୟପାଳ କେ. ହରିବାବୁ ଭୂବନେଶ୍ୱର ସ୍ଥିତ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ ଡି. ଗଜପତି ଦୋରାଙ୍କୁ ପଦକ ସମେତ ମାନପତ୍ର ପ୍ରଦାନ କରିଥିଲେ । ଶ୍ରୀ ଦୋରାଙ୍କ ଏହି ସଫଳତା ପାଇଁ ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର କୁମାର ପଣ୍ଡାଙ୍କ ସମେତ ଜିଲ୍ଲାର ବହୁ ପୋଲିସ ଅଧିକାରୀ ଓ ଜିଲ୍ଲାବାସୀଙ୍କ ତରଫରୁ ଅଭିନନ୍ଦର ସୁଅ ଛୁଟୁଛି ।

ଗଜପତି ଜିଲ୍ଲା ଇପିଏ ରୁ ଦିଲ୍ଲୀପ କୁମାର ଶତପଥିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *