January 31, 2026
Home » ଗଜପତିରେ ନବନିର୍ମାଣ କୃଷକ ସଙ୍ଗଠନର ଓଡିଶା ବନ୍ଦ ଡାକରାର ଆଂଶିକ ପ୍ରଭାବ

ଗଜପତିରେ ନବନିର୍ମାଣ କୃଷକ ସଙ୍ଗଠନର ଓଡିଶା ବନ୍ଦ ଡାକରାର ଆଂଶିକ ପ୍ରଭାବ

0
WhatsApp Image 2026-01-29 at 4.01.19 PM

ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ନବନିର୍ମାଣ କୃଷକ ସଙ୍ଗଠନ ତରଫରୁ ଓଡିଶା ବନ୍ଦ ଡାକରା ଦିଆଯାଇଥିଲା । ଗଜପତି ଜିଲ୍ଲାରେ ତାର ଆଶିଂକ ପ୍ରଭାବ ଦେଖିବାକୁ ମିଳିଛି । ନବ ନିର୍ମାଣ କୃଷକ ସଙ୍ଗଠନର ଗଜପତି ଜିଲ୍ଲା ପ୍ରଭାରୀ ରଞ୍ଜିତ କୁମାର ପଟନାୟକଙ୍କ ନେତୃତ୍ୱରେ ବହୁସଂଖ୍ୟକ ଚାଷୀ ପାରଳାଖେମୁଣ୍ଡି ସହରର ଫରେଷ୍ଟ ଗେଟ୍ ସମ୍ମୁଖରେ ରାସ୍ତାରୋକ କରିଥିଲେ । ଚାଷୀମାନେ ଟ୍ରାକ୍ଟର ସମେତ ଅନ୍ୟ ଗାଡି ଗୁଡିକରେ ଧାନବସ୍ତା ରଖିବା ସହ ଟାୟାର ପୋଡି ରାସ୍ତାରୋକ କରିଥିଲେ ।

ମଣ୍ଡିରେ ଚାଷୀଙ୍କ ଠାରୁ ବିନା କଟନିଛଟନିରେ ଧାନ କ୍ରୟ କରିବା, ଚାଷୀଙ୍କୁ ଅଖା ପଇସା ପ୍ରଦାନ କରିବା, ପ୍ରଦ୍ୟୁଷମ ନାମରେ ସାଧାରଣବ୍ୟକ୍ତିଙ୍କ ଠାରୁ ଜରିମାନା ଆଦାୟ ବନ୍ଦ କରିବା ଏବଂ ଟାଟା ପାୱାରର ସ୍ମାର୍ଟ ମିଟର ନାମରେ ଶୋଷଣ ଓ କୃଷି ମନ୍ତ୍ରୀଙ୍କ ଉପସ୍ଥିତିରେ ଗୁଣ୍ଡାଙ୍କ ଦ୍ୱାରା ନବନିର୍ମାଣ କୃଷକ ସଙ୍ଗଠନର ନେତୃବୃନ୍ଦଙ୍କ ଉପରେ ଆକ୍ରମଣର ପ୍ରତିବାଦରେ ଏହି ବନ୍ଦ ଡାକାରା ଦିଆଯାଇଥିଲା । ଏହି ବନ୍ଦ ଡାକାରାରୁ ଗଜପତି ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଦାଶରଥି ଗମାଙ୍ଗ ବନ୍ଦ ସ୍ଥଳକୁ ଯାଇ ସମର୍ଥନ କରିଥିବାର ଦେଖିବାକୁ ମିଳିଥିଲା । ଜିଲ୍ଲାର ସମସ୍ୟାକୁ ନେଇ ଚାଷୀ ମାନେ ପ୍ରବଳ ହୋହାଲ୍ଲା କରିଥିଲେ ।

ଅତିରିକ୍ତ ଜିଲ୍ଲାପାଳ ମୁନୀନ୍ଦ୍ର ହୋନଗା, ପାରଳାଖେମୁଣ୍ଡି ତହସିଲଦାର ନାରାୟଣ ବେହେରା, ସମବାୟ ସମିତି ସମୁହର ଅଧିକାରୀ, ଯୋଗାଣ ବିଭାଗର ଅଧିକାରୀ ମାନେ ବନ୍ଦ ସ୍ଥଳକୁ ଆସି ଆଲୋଚନା କରିଥିଲେ । ସମସ୍ୟାର ସମାଧାନ ନିମନ୍ତେ ଆସନ୍ତା ୩୦ତାରିଖରେ ଉଭୟ ପକ୍ଷ ବସି ଆଲୋଚନା କରିବାକୁ ପ୍ରତିଶୃତି ଦେବାପରେ ଚାଷୀମାନେ ଶାନ୍ତ ହୋଇଥିଲେ । ଏହି ବନ୍ଦପାଳନ ଅବସରରେ ରାସ୍ତାରୋକ ଯୋଗୁଁ ପାରାଳାଖେମୁଣ୍ଡି ସହରରୁ ମୋହନା ଓ ଆନ୍ଧ୍ରପ୍ରଦେଶକୁ ଯାନବାହାନ ଚଳାଚଳ ଦୀର୍ଘ ସମୟ ଧରି ବାଧାପ୍ରାପ୍ତ ହୋଇଥିଲା । ଆଇନଶୃଙ୍ଖଳା ପରିସ୍ଥିତିର ମୁକାବିଲା ସକାଶେ ପୋଲିସ ତରଫରୁ ପାରଳାଖେମୁଣ୍ଡି ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ମାଧବାନନ୍ଦ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ଥାନାଧିକାରୀ ପ୍ରଶାନ୍ତ କୁମାର ଭୂପତିଙ୍କ ନେତୃତ୍ୱରେ ବ୍ୟାପକ ପୋଲିସ ମୁତୟନ ହୋଇଥିଲେ ।

ଗଜପତି ଜିଲ୍ଲା ଇପିଏ ରୁ ଦିଲ୍ଲୀପ କୁମାର ଶତପଥିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *