ଗଞ୍ଜାମ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷା ଙ୍କୁ ଉଚ୍ଛ୍ୱସୀତ ସମ୍ବର୍ଦ୍ଧନା ।।
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ନୀଳମାଧବ ପାତ୍ର ଓ ଉପାଧ୍ୟକ୍ଷା ପଦବୀରେ ଶ୍ରୀମତୀ ଲଳିତା ପ୍ରଧାନ ଗୁରୁବାର ଛତ୍ରପୁର ସ୍ଥିତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ( DRDA ) କାର୍ଯ୍ୟାଳୟରେ ଔପଚାରିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।
ଦାୟିତ୍ୱ ଗ୍ରହଣ ସମୟରେ କାର୍ଯ୍ୟାଳୟର କର୍ମଚାରୀ ଓ କର୍ମୀମାନେ ଏବଂ ବହୁଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ପୁଷ୍ପଗୁଚ୍ଛ ପ୍ରଦାନ କରି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷାଙ୍କୁ ଅଭିନନ୍ଦନ ଜଣାଇ ଉଚ୍ଛ୍ୱସୀତ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି ।।ଗଞ୍ଜାମ ଜିଲ୍ଲାପାଳ ୱି. କୀର୍ତ୍ତି ଭାଷନ୍ଓ ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ସମୀର କୁମାର ଜେନା ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ନାୟକ, ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ସୋରଡ଼ା ବିଧାୟକ ନୀଳମଣୀ ବିଷୋୟୀ ଜିଲ୍ଲା ବିଜେପି ସଭାପତି ସରୋଜ ସାବତ, ଆସ୍କା-ଘୁମୁସର ସାଂଗଠନିକ ଜିଲ୍ଲା ସଭାପତି ବିଜୟ ସ୍ୱାଇଁ, ରାଜ୍ୟ ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ତୁତୁନ ପାତ୍ର, ଗଞ୍ଜାମ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ସୋମନାଥ ପାତ୍ରଙ୍କ ସହିତ ଘୁମୁସର ଅଞ୍ଚଳର ବିଭିନ୍ନ ସଂଗଠନର ନେତ୍ତୃବର୍ଗ ଉପସ୍ଥିତ ରହି ନୂତନ ଦାୟିତ୍ୱ ଗ୍ରହଣ କରିଥିବା ବ୍ୟକ୍ତିତ୍ଵଙ୍କୁ ସାଧୁବାଦ ଜଣାଇ ପୁଷ୍ପଗୁଚ୍ଛ ସହ ଉପଢୌକନ ଦେଇ ସମୂହ ସ୍ୱାଗତ ଜଣାଇଥିଲେ । ଏହି ଅବସରରେ ପ୍ରତିକ୍ରିୟା ରଖି ଶ୍ରୀ ପାତ୍ର କହିଥିଲେ ଯେ’ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ସହ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ମୋପ୍ରତି ଥିବା ଆସ୍ଥା ଓ ବିଶ୍ୱାସ ପାଇଁ ସେ ଆଭାରୀ ଓ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱକୁ ସମ୍ପୂର୍ଣ୍ଣ ନିଷ୍ଠାର ସହ ପାଳନ କରିବେ ବୋଲି କହିଛନ୍ତି । ବିଶେଷ କରି ଜିଲ୍ଲାର ତୃଣମୂଳ ସ୍ତରରେ ରହୁଥିବା ବଞ୍ଚିତ ଓ ପଛୁଆ ବର୍ଗର ଦଳିତ ଲୋକମାନଙ୍କ ପାଖରେ ସମସ୍ତ ସରକାରୀ ଯୋଜନା, ସହାୟତା ଓ ମୋଳିକ ସୁବିଧା ପହଞ୍ଚାଇବାକୁ ପ୍ରାଥମିକତା ଦିଆଯିବ ବୋଲି ସେ କହିଥିଲେ। ଜିଲ୍ଲାରେ ଥିବା ଦୁଇଜଣ ମନ୍ତ୍ରୀ, ଏଗାରଜଣ ବିଧାୟକ ଓ ତିନିଜଣ ସାଂସଦଙ୍କ ସହ ସମନ୍ୱୟ ରଖି ସମସ୍ତଙ୍କୁ ନେଇ ଉନ୍ନୟନ କାର୍ଯ୍ୟକୁ ଗତିଶୀଳ କରାଯିବ ବୋଲି ଶ୍ରୀ ପାତ୍ର ଉଲ୍ଲେଖ କରିଥିଲେ । ସମାଜର ଦଳିତ ନିଷ୍ପେସିତ ଅବହେଳିତ ଲୋକମାନଙ୍କୁ ମୁଖ୍ୟଧାରାରେ ସାମିଲ କରିପାରିବାକୁ ଶ୍ରୀ ପାତ୍ର ଓ ଶ୍ରୀମତୀ ପ୍ରଧାନ ମହୋଦୟା ତାଙ୍କର ପ୍ରଥମ ଲକ୍ଷ୍ୟ ବୋଲି କହିଥିଲେ । ନୂତନ ନେତୃତ୍ୱ ଆସିବା ସହିତ ଜିଲ୍ଲାର ସମଗ୍ର ଉନ୍ନୟନ କାର୍ଯ୍ୟ ଆହୁରି ଗତିଶୀଳ ହେବ ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି ।।
