ଗଣେଶ ଚତୁର୍ଥୀରେ ବିରାଜିବେ ନୁଆସାହି ରାଜକୁମାର
ଭୁବନେଶ୍ୱର :ଆସିଲାଣି ପାର୍ବଣ ଋତୁ. ଆରମ୍ଭ ହେଲାଣି ସାଜସଜା. ବିଘ୍ନବିନାଶକ ଶ୍ରୀଗଣେଶ ପୂଜାରୁ ଆରମ୍ଭ ହୋଇଯିବ ପାର୍ବଣର ପର୍ବ. ଏଥିପାଇଁ ସବୁଠି ପ୍ରସ୍ତୁତି ଚାଲିଛି. ପ୍ରତିବର୍ଷ ପରି ନୂଆପଲ୍ଲୀ ନୂଆସାହିର ଉତ୍ସାହି ଯୁବକ ସାଥୀମାନଙ୍କୁ ନେଇ ଆରମ୍ଭ ହୋଇଥିବା ନୂଆସାହିର “ଶ୍ରୀ ଗଣେଶ ମହାତ୍ସବ” ଓଡ଼ିଶାର ଜନସାଧାରଣଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି . ୨୦୧୯ ମସିହାରୁ ଆରମ୍ଭ ହୋଇଥିବା ବୃହତ୍ତମ ପ୍ରଭୁ ଗଜାନନଙ୍କ ମୂର୍ତ୍ତି ପରବର୍ତ୍ତୀ ସମୟରେ ନିଜର ଏକ ଅଭୁଲା ଇତିହାସ ରଚି ସାରିଛି ବୋଲି ଅନୁଷ୍ଠାନର ଉପ-ସଭାପତି ସୁପ୍ରଭାତ ପ୍ରଧାନ କୁହନ୍ତି . ଚଳିତ ବର୍ଷ ନୂଆସାହିରେ ଶାନ୍ତି ଓ ଭାଇଚାରାର ବାର୍ତ୍ତା ନେଇ ଇଣ୍ଡିଆ ଗେଟ ସଦୃଶ ତୋରଣରେ କିଛି ନୂତନ ଚିନ୍ତାଧାରା ଓ ବୃହତ୍ତମ ଶ୍ରୀଗଣେଶ (ନୁଆସାହି ରାଜକୁମାର)ଙ୍କ ପ୍ରତିମା ସମସ୍ତଙ୍କ ମନ ମୋହିତ କରିବ ଓ ତା’ସହ ସମସ୍ତଙ୍କ ମନରେ ଦେଶପ୍ରେମ ସନାତନ ଧର୍ମ ଏବଂ ଭାଇଚାରା ଭାବ ପରିପ୍ରକାଶ କରିବା ନିମନ୍ତେ ଏକ ସ୍ବତନ୍ତ୍ର ଆୟୋଜନ କରାଯାଉଛି ବୋଲି ଅନୁଷ୍ଠାନର ସାଙ୍ଗଠନିକ ସଂପାଦକ କହିଛନ୍ତି. ଗଣମାଧ୍ୟମ ସଂଯୋଜକ ମିଲନ କୁମାର ପାଇକରାୟ ଓ ସହ ସଂଯୋଜକ ଦେବବ୍ରତ ମହାନ୍ତି କହିଥିଲେ ଏଥର ପୂଜାରେ ଆକର୍ଷଣ ସାଜିବ ଓଡ଼ିଶାର ଉଚ୍ଚତା ବିଶିଷ୍ଟ ଶ୍ରୀ ଗଜାନନଙ୍କ ପ୍ରତିମା, ଇଣ୍ଡିଆ ଗେଟ୍ ତୋରଣ ସହ କଲିକତାରୁ ଆସିଥିବା ନୂଜକ ଆଲୋକ ସାଜସଜ୍ଜା,୧୦ ଦିନ ଧରି ମୀନାବଜାର,ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀଙ୍କ ଦ୍ବାରା ସଂଗୀତ ଓ ନୃତ୍ୟ ପରିବେଷଣ କାର୍ଯ୍ୟକ୍ରମ,ପୂଜାର ପ୍ରତ୍ୟେକ ସନ୍ଧ୍ୟାରେ ସମସ୍ତ ଶ୍ରଦ୍ଧାଳୁଙ୍କ ନିମନ୍ତେ ପ୍ରସାଦର ବ୍ୟବସ୍ଥା,ଭସାଣୀ ଉତ୍ସବ ବିଭିନ୍ନ ପ୍ରକାର ପାରମ୍ପରିକ ବାଦ୍ୟ ଏବଂ ଆଧୁନିକ ରୋଷଣୀ.
ଭୁବନେଶ୍ୱରରୁ ମଧୁସୂଦନ ସାହୁଙ୍କ ରିପୋର୍ଟ
