September 5, 2026
Home » ଏଏମ୍‌/ଏନ୍‌ଏସ୍ ଇଣ୍ଡିଆ ପକ୍ଷରୁ ଟାଇମ୍ସ ଥିଙ୍କି ଚମ୍ପିୟାନଙ୍କ ପାଇଁ ସମ୍ବର୍ଦ୍ଧିତ ସମାରୋହ

ଏଏମ୍‌/ଏନ୍‌ଏସ୍ ଇଣ୍ଡିଆ ପକ୍ଷରୁ ଟାଇମ୍ସ ଥିଙ୍କି ଚମ୍ପିୟାନଙ୍କ ପାଇଁ ସମ୍ବର୍ଦ୍ଧିତ ସମାରୋହ

0
WhatsApp Image 2026-09-05 at 11.32.53 AM

ପାରାଦୀପ,: ପାରାଦୀପଠାରେ ଥିବା ଆର୍ସେଲର ମିତଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ (ଏଏମ୍‌/ଏନ୍‌ଏସ୍ ଇଣ୍ଡିଆ), ଟାଇମ୍ସ ଫାଉଣ୍ଡେସନ୍ ସହଭାଗିତାରେ ଅନୁଷ୍ଠିତ କ୍ରିଟିକାଲ୍ ଥିଙ୍କି ଚମ୍ପିୟାନ୍‌ର କୃତୀ ପ୍ରତିଯୋଗୀମାନଙ୍କୁ ଶୁକ୍ରବାର ଦିନ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ପାରାଦୀପସ୍ଥିତ ଜୟଦେବ ସଦନ ପରିସରରେ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଥିଲା । ଜାତୀୟ ଶିକ୍ଷା ନିତୀ-୨୦୨୦ ଅନୁଯାୟୀ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସମାଲୋଚନାତ୍ମକ ଚିନ୍ତାଧାରା, ବିଶ୍ଲେଷଣାତ୍ମକ ଯୁକ୍ତି, ସମସ୍ୟା ସମାଧାନ ଏବଂ ନିଷ୍ପତି ଗ୍ରହଣ ଭଳି ଦକ୍ଷତା ବିକଶିତ କରିବା ଏହି ଚମ୍ପିୟାନସିପ୍‌ର ମୁଖ୍ୟ ଉଦ୍ଦେଶ୍ୟ । ଶୁକ୍ରବାର ଦିନ ପୂର୍ବାହ୍ନରେ ଅନୁଷ୍ଠିତ ଏହି ସମାରୋହରେ ଓଡିଶା ସରକାରଙ୍କ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ପାରାଦୀପ ନଗରପାଳ ବସନ୍ତ ବିଶ୍ୱାଳ, ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ଯୋଗ ଦେଇଥିଲେ । ଏଏମ୍‌/ଏନ୍‌ଏସ୍ ଇଣ୍ଡିଆ ପକ୍ଷରୁ ମାନବ ସମ୍ବଳ ଓ ପ୍ରଶାସନିକ ବିଭାଗ ମୁଖ୍ୟ ଡ. ଦେବବ୍ରତ ଦାଶ, ପାରାଦୀପ ପିଲେଟ୍ ପ୍ଲା ମୁଖ୍ୟ ଭାବେଶ ଝା, ସିଏସଆର ମୁଖ୍ୟ ଡ. ବିକାଶ ୟାଦଭେନ୍ଦୁ, ଟାଇମ୍ସ ଫାଉଣ୍ଡେସନ୍ ବିଭାଗ ମୁଖ୍ୟ ଆରୁଷି ମାଥୁର, ନୂଆଗଡ ସରପଂଚ ଦେବେନ୍ଦ୍ର ରାଉତ, ପାରାଦୀପଗଡ ସରପଂଚ ସସ୍ମିତା ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଏଆଇ, ପ୍ରଯୁକ୍ତି ବିଦ୍ୟା ଓ ନବସୃଜନ ଦ୍ୱାରା ଦୃତଗିତରେ ପରିବର୍ତନ ହେଉଥିବା ଏହି ବିଶ୍ୱରେ ପିଲାମାନଙ୍କ ମଧ୍ୟରେ ଜିଜ୍ଞାସା, ସମାଲୋଚନା ଚିନ୍ତାଧାରା, ତାର୍କିକ ଚିନ୍ତାଧାରା, ସମସ୍ୟା ସମାଧାନ ଦିଗରେ ଦକ୍ଷତା ଏବଂ ଶିଖିବାର ମାନସିକତା ବିକାଶ ବିକଶିତ ହେବା ଆବଶ୍ୟକ ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । ପାରାଦୀପ ଅଂଚଳରୁ ୪ହଜାର ଓ ଓଡିଶାର ୫୪ଟି ବିଦ୍ୟାଳୟରୁ ୧୧ହଜାର ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରଣ କରିଥିଲେ । ଏଠାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ମାନୀତ କରାଯାଇଥିଲା । ଚଳିତ ମାସ ୧୯ ତାରିଖରେ ନୂଆଦିଲ୍ଲୀସ୍ଥିତ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟରେ ଗ୍ରାଣ୍ଡ ଫିନାଲେ ସହିତ ଏହି ଚମ୍ପିୟାନସିପ୍ ସମାପନ ହେବ ବୋଲି ଏଏମ୍‌/ଏନ୍‌ଏସ୍ ଇଣ୍ଡିଆ ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *