August 22, 2026
Home » ଗୋବିନ୍ଦ ଗୋଧାମ ଗୋଶାଳା ରେ ପଦ୍ମ ବିଭୂଷଣ ଜଗତଗୁରୁ ରାମ ଭଦ୍ରାଚାର୍ଯ୍ୟ ଙ୍କ ୭୭ ତମ ଜନ୍ମ ଜୟନ୍ତୀ ପାଳିତ,

ଗୋବିନ୍ଦ ଗୋଧାମ ଗୋଶାଳା ରେ ପଦ୍ମ ବିଭୂଷଣ ଜଗତଗୁରୁ ରାମ ଭଦ୍ରାଚାର୍ଯ୍ୟ ଙ୍କ ୭୭ ତମ ଜନ୍ମ ଜୟନ୍ତୀ ପାଳିତ,

0
WhatsApp Image 2026-01-15 at 7.50.39 PM

ପୁରୀ ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ଏବଂ ରାଘବ ପରିବାର ଓଡିଶା ତରଫରୁ ଆଳିପଡା ଗ୍ରାମ ସ୍ଥିତ ଗୋବିନ୍ଦ ଗୋଧାମ ଗୋଶାଳା ରେ  ଚିତ୍ରକୂଟ ତୁଳସୀ ପିଠାଧୀଶ୍ୱର ଜଗତଗୁରୁ ରାମାନନ୍ଦାଚାର୍ଯ୍ୟ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପଦ୍ମ ବିଭୂଷଣ ସ୍ୱାମୀ ରାମ ଭଦ୍ରାଚାର୍ଯ୍ୟ ଙ୍କ ୭୭ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି|

ଏହି ଅବସରରେ ଦଶ ଦିନ ଧରି ଚାଲିଥିବା ଶ୍ରୀରାମ ଚରିତ ମାନସ ଉଦଯାପିତ ହୋଇଛି | ଜୟନ୍ତୀ ଅବସରରେ ଟ୍ରଷ୍ଟ ର ପ୍ରତିଷ୍ଠାତା ଓ ସମ୍ପାଦକ ତଥା ଜଗତଗୁରୁ ଙ୍କ ଶିଷ୍ୟ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଉତ୍ସବ ରେ ନେବଳ ଦାସ ମଠ ମହନ୍ତ ଡଃ ରାମ ଚରଣ ଦାସ, ହାତୀ ଆଖଡ଼ା ମଠ ମହନ୍ତ ସୁଖରାମ ଦାସ, ପଣ୍ଡିତ ସୌମ୍ୟ ରଞ୍ଜନ ଆଚାର୍ଯ୍ୟ, ମହନ୍ତ କୃଷ୍ଣ ଚନ୍ଦ୍ର ଦାସ ଜୀ ମହାରାଜ ପ୍ରମୁଖ ଯୋଗଦେଇ ଜଗତଗୁରୁ ଙ୍କ ଦ୍ରୀ୍ଘାୟୁ କାମନା କରାଯାଇଥିଲା |

ଏହି ଅବସରରେ ଗ୍ରାମବାସୀ ମାନେ ଭଜନ କ୍ରୀତନ କରିଥିଲେ |କାର୍ଯ୍ୟକ୍ରମ କୁ ବରିଷ୍ଠ ସାମ୍ବାଦିକ ବିଷ୍ଣୁଦତ୍ତ ଦାସ ପରିଚାଳନା କରିଥିଲେ |କାର୍ଯ୍ୟକ୍ରମ ଶେଷରେ ଜଗତଗୁରୁ ଙ୍କ ଶିଷ୍ୟ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ମହାପ୍ରସାଦ ବାୟୁଯାନ ରେ ନେଇ ରାଜସ୍ଥାନ ର ଜୟପୁର ଠାରେ ଅବସ୍ଥାନ କରୁଥିବା ଜଗତଗୁରୁ ରାମ ଭଦ୍ରା ଚାର୍ଯ୍ୟ ଙ୍କୁ ମହାପ୍ରଭୁ ଙ୍କ ମହାପ୍ରସାଦ ପ୍ରଦାନ କରିଥିଲେ |

 

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।