February 9, 2026
Home » ଗ୍ରାମ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ

ଗ୍ରାମ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ

0
WhatsApp Image 2026-01-20 at 5.28.06 AM

– ବି.ଡି.ଓ କହିଲେ ଏଫ.ଆଇ.ଆର.ଦିଅ

ଫୁଲବାଣୀ ଇ ପି ଏ: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ, ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚକାପାଦ ବ୍ଲକ ଅଧିନସ୍ଥ ବପଲମେଣ୍ଡି(ଲ) ଗ୍ରାମ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ ରେ ଚକାପାଦ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ହୃଦାନନ୍ଦ ସାହୁ, ସରପଞ୍ଚ ଶ୍ରୀ ରଞ୍ଜନ କୁମାର ମଲ୍ଲିକ,ଏ.ଡଲୁ.ଇ.ଇ ଶ୍ରୀ ଦେବୀ ପ୍ରସାଦ ରାଉତ.କନିଷ୍ଠ ମନ୍ତ୍ରୀ ଶ୍ରୀ ଅଜିତ ପାଟମାଝୀ,ଏ.ପି.ଓ ଶ୍ରୀମତୀ ନବନୀତା ତ୍ରିପାଠୀ,ଏ. ହେଉ.ଓ ଶ୍ରୀ ପଦ୍ମନାଭ ବେହେରା,w.E.O ,M.I ,ନାଏବ ସରପଞ୍ଚ ଉପସ୍ଥିତ ଥିଲେ।

ଶେଷରେ ଚକାପାଦ ବ୍ଲକ ଚେୟାରମେନ ବୈନେତ୍ରୀ କହଁର ଗ୍ରାମ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର ରେ ଯୋଗଦେଇଥିଲେ। ଏବଂ ଲୋକଙ୍କ ସମସ୍ୟା ବୁଝିଥିଲେ, ଅଭିଯୋଗ ଶୁଣାଣୀ ଶିବିର ରେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା।ବପଲମେଣ୍ଡି (ଲ) ଗ୍ରାମ ପଞ୍ଚାୟତ ରେ କାର୍ଯ୍ୟରତ ପୂର୍ବତନ ଜି ଆର ଏସ ଙ୍କ ସ୍ବାମୀ ବହୁତ ଗରିବ ଓ ବିଧବା ମହିଳା ଅସହାୟ ଲୋକଙ୍କ ଆବାସ ଯୋଜନା ଗୃହ ନିର୍ମାଣ ପାଇଁ ଅର୍ଥ ହଡପ କରିଥିବା ବିଧିବଦ୍ଧ ଭାବେ ଅନେକ ପ୍ରକାରର ଅଭିଯୋଗ ଶୁଣାଣୀ ହୋଇଥିଲା,

ବିଶେଷ କରି ଆବାସ ଗୃହର ଅର୍ଥ ହଡପକାରିଙ୍କ ନାମରେ ଥାନାରେ ଏତଲା ଦେବା ପାଇଁ ବି.ଡି.ଓ ଶ୍ରୀ ହୃଦାନନ୍ଦ ସାହୁ ଅଭିଯୋଗ କାରି ମାନଙ୍କୁ ଶୁଣାଣୀ ଶିବିର ରେ ପରାମର୍ଶ ଦେଇଥିଲେ। ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସୁନିଲ କୁମାର ବେହେରା ବିବରଣୀ ପାଠ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

 

ଇ ପି ଏ ରୁ କନ୍ଧମାଳ ଜିଲ୍ଲା ପ୍ରତିନିଧି ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ ଫୁଲବାଣୀ

Leave a Reply

Your email address will not be published. Required fields are marked *