February 12, 2026
Home » ଘାଟିରେ ଓଲଟିଲା ଜେମା ନାମକ ଯାତ୍ରୀ ବାହୀ ବସ ,10 ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ

ଘାଟିରେ ଓଲଟିଲା ଜେମା ନାମକ ଯାତ୍ରୀ ବାହୀ ବସ ,10 ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ

0
WhatsApp Image 2026-02-11 at 6.11.11 PM

ସୁବର୍ଣ୍ଣପୁର –ଅଳ୍ପକେ ବର୍ତ୍ତିଲେ ସମସ୍ତ ଯାତ୍ରୀ l ରଖେ ହରି ମାରେ କିଏ l ଘାଟି ରେ ଯାତ୍ରୀ ବାହୀ ବସ ଦୁର୍ଘଟଣା । ଭାରସାମ୍ୟ ହରାଇ 20 ଫୁଟ ତଳକୁ ଖସିଲା ଜେମା ନାମକ ଘରୋଇ ବସ । ବସ ଟି ବଲାଙ୍ଗୀର ରୁ ଭୁବନେଶ୍ୱର ଯାଉଥିବା ବେଳେ ବାରିଙ୍ଗ ଝିଲିମିଲିଆ ଘାଟିରେ ହୋଇଛି ଦୁର୍ଘଟଣା । ଦୁର୍ଘଟଣା ରେ 10 ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି l ଆହତ ଙ୍କୁ ବାଣୀଗୋଛା ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ ଜେମା ନାମକ ଘୋରାଇ ବସ ବଲାଙ୍ଗୀର ରୁ ଭୁବନେଶ୍ୱର ଅଭିମୁଖେ ଗତକାଲି ବିଳମ୍ବିତ ରାତ୍ରିରେ ବାହାରିଥିଲା । କିନ୍ତୁ ବୋୖଦ୍ଧ ଜିଲ୍ଲା ଆଡେଣିଗଡ଼ ଫାଣ୍ଡି ଅନ୍ତର୍ଗତ ବାରିଙ୍ଗ ଝିଲିମିଳି ଘାଟି ଚଢିବା ସମୟରେ ହଠାତ ଗାଡି ର ବେକ ଫେଲ ହୋଇଥିଲା । ଫଳ ରେ ଗାଡି ଟି ଭାରସାମ୍ୟ ହରାଇ ଘାଟି ର 20 ଫୁଟ ତଳକୁ ଖସି ପଡି ଯାଇଥିଲା । ଗାଡି ରେ ଥିବା 30 ରୁ 35 ଯାତ୍ରୀ ଙ୍କ ମଧ୍ୟରୁ 10 ଜଣ ଯାତ୍ରୀ ଆହତ ହୋଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନେଇଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *