August 20, 2026
Home » ଚାଷୀ ଙ୍କ ହକ ପାଇଁ ଲଢେଇ : ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ପାଇଁ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିକ୍ଷୋଭ

ଚାଷୀ ଙ୍କ ହକ ପାଇଁ ଲଢେଇ : ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ପାଇଁ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିକ୍ଷୋଭ

0
WhatsApp Image 2025-12-16 at 1.48.36 PM

ସୁବର୍ଣ୍ଣପୁର– ସୋମବାର ନବନିର୍ମାଣ କୃଷକ ସଂଗଠନ ସୁବର୍ଣ୍ଣପୁର ତରଫ ରୁ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଙ୍କୁ ଏକ ଅଭିନବ ଢ଼ଙ୍ଗରେ ଚାଷୀ ମାନଙ୍କ ଅସୁବିଧା ଓ ମଣ୍ଡି ଅବ୍ୟବସ୍ଥା ସମ୍ପର୍କ ରେ ଜଣାଇଥିଲେ । ଚାଷୀ ହେଉଛି ଭାତ ଭୋଟ ଓ ନୋଟ୍ ର ମାଲିକ। ନେତା ମନ୍ତ୍ରୀ ଅମଲା ତନ୍ତ୍ର ସେମାନଙ୍କ ସେବକ। ଏଣୁ ଚାଷୀ ଙ୍କ ଦାବି ଶୁଣିବା ପାଇଁ ଉପମୁଖ୍ୟମନ୍ତ୍ରୀ ସମୟ ଦିଅନ୍ତୁ ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ରେ ସେମାନେ ବିକ୍ଷୋଭ ପ୍ରଦର୍ଶନ କରି କହିଥିଲେ। ମୁଖ୍ୟ ଦାବି ରେ ଚାଷୀ ଙ୍କୁ ୩୧୬୯ ଟଙ୍କା ଏମ ଏସ ପି ଦେବା, ମଣ୍ଡି ଭିତ୍ତିଭୂମି ସଜାଡି ବିନା କଟନି ଛଟନି ରେ ଧାନ ବିକିବା ନିଶ୍ଚିତ କରିବା, ଶୀଘ୍ର ଟୋକନ୍ ସବୁ ଚାଷୀ ଙ୍କୁ ପଠାଇବା ଓ ଦୁର୍ନୀତି ଅଭିଯୋଗ ରେ ପ୍ରଶାସନ ତତ୍ପର ହେବା ଆଦି ଥିଲା। ବେନର ଦେଖି ପୋଲିସ ଆକ୍ରୋଶ ଦେଖାଇବାକୁ ଚାଷୀ ଓ ପୋଲିସ ଙ୍କ ମଧ୍ୟରେ ଧସ୍ତା ଧସ୍ତି ହୋଇଥିଲା। କିନ୍ତୁ ମନ୍ତ୍ରୀ ଶ୍ରୀ ସିଂଦେଓ ଚାଷୀ ମାନଙ୍କୁ ଆଲୋଚନା ପାଇଁ ପର୍ଯ୍ୟାପ୍ତ ସମୟ ଦେବାର ପ୍ରତିଶୃତି ଦେଇଥିଲେ। ପରେ ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଚାଷୀ ପ୍ରତିନିଧି ମାନଙ୍କ ସାଙ୍ଗରେ ଅଧ ଘଣ୍ଟା ଧରି ଆଲୋଚନା କରିଥିଲେ। ଚାଷୀ ସରକାର ଙ୍କ ମଧ୍ୟ ରେ ସିଧା ସଳଖ ଧାନ କିଣା, କଟନି ଛଟନି ବନ୍ଦ୍ କରିବା, ଧାନ ଚାଷ ଅଧିକ ହେଉଛି କହିବା ପରିବର୍ତ୍ତେ ଅନ୍ୟ ୨୩ ଫସଲ ର ମଣ୍ଡି ଓ ଏମ ଏସ ପି ଗ୍ୟାରେଣ୍ଟି ଦେଇ କୃଷି ବିବିଧକରଣ କୁ ଆଗକୁ ବଢ଼ାଇବା, ଆଖୁ ମିଲ୍ ସବୁ ବସାଇ କେସ କ୍ରପ୍ ବୃଦ୍ଧି କରିବା, ସ୍ମାର୍ଟ ମିଟର ରେ ହେଉଥିବା ବିଲ୍ ବୃଦ୍ଧି କୁ ରୋକିବା, ଚାଷ ପାଇଁ ମାଗଣା ବିଦ୍ୟୁତ୍ ଯୋଗେଇ ଦେବା ,ଚାଷୀ ଙ୍କ ଅସୁବିଧା ହେଲେ ସିଧା ଜିଲ୍ଲାପାଳ ଙ୍କ ହସ୍ତକ୍ଷେପ ରେ ସମାଧାନ କରିବା, ଚାଷୀ ଙ୍କ ଧାନ କୁ ଅଦିନିଆ ବର୍ଷା ରୁ ବଞ୍ଚାଇବା ପାଇଁ ଗାଁ ଗାଁ ରେ ପର୍ଯ୍ୟାପ୍ତ ଗୋଦାମ ଘର ବନାଇବା, କ୍ଷେତ ରେ କିମ୍ବା ମଣ୍ଡି ରେ କ୍ଷତି ହେଲେ ଚାଷୀ ଙ୍କୁ ସମପରିମାଣ ର କ୍ଷତିପୂରଣ ଓ ବୀମା ମିଳିବା, ମିଲ ମାନଙ୍କୁ କମ୍ ଦାମ ରେ ଚାଉଳ କିଣା ରୁ ବିରତ କରିବା, ଡବଲ ଇଞ୍ଜିନ ସରକାର ରେ କେନ୍ଦ୍ର କୁ କହି ଏଫ୍ ସି ଆଇ ଦ୍ଵାରା ଶୀଘ୍ର ଚାଉଳ ଉଠାଇବା, ମିଲ ମାନେ ଅଭାବୀ ବିକ୍ରି ଧାନ କିଣିବା କୁ ଯାଞ୍ଚ କରିବା, ଡି ଏଲ ପି ସି ବୈଠକ ରେ ଚାଷୀ ସଂଗଠନ ମାନଙ୍କୁ ଡାକିବା ଆଦି ବିଷୟ ରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଉପ ମୁଖ୍ୟମନ୍ତ୍ରୀ ମଧ୍ୟ ଜିଲ୍ଲାପାଳ, ଯୋଗାଣ ଅଧିକାରୀ ଙ୍କୁ ତାଗିଦ୍ କରି ଶୀଘ୍ର ଧାନ ଉଠାଇବା , ମିଲ ସବୁ ଯାଞ୍ଚ କରିବା ଓ ମିଲ ମାନଙ୍କ ଷ୍ଟକ୍ ସାର୍ବଜନୀନ କରିବା ପାଇଁ କହିଥିଲେ। ଆଲୋଚନା ରେ ନବନିର୍ମାଣ କୃଷକ ସଂଗଠନ ର ଉପଦେଷ୍ଟା ରାଜେନ୍ଦ୍ର ମିଶ୍ର, ଜିଲ୍ଲା ସଂଯୋଜକ ପ୍ରଦ୍ୟୁମ୍ନ କୁମାର ପାଢ଼ୀ, ସୋନପୁର ବ୍ଲକ ସଂଯୋଜକ ସଚିନ୍ଦ୍ର ମହାକୁର, ଯୁବ ପ୍ରଭାରୀ ଶ୍ରୀକାନ୍ତ ସାହୁ, ବିଶ୍ଵନାଥ ଦେହେରୀ, ଜିଲ୍ଲା କୃଷକ ସଂଗଠନ ସଭାପତି ବୈକଣ୍ଠ ଶତପଥୀ, ସାଂସଦ ପ୍ରତିନିଧି ସାନନ୍ଦ ମେହେର, ଜିଲ୍ଲାପାଳ ନୃପରାଜ୍ ସାହୁ, ଯୋଗାଣ ଅଧିକାରୀ ବିଭୁଦତ୍ତ ଦାସ ଆଦି ଭାଗ ନେଇଥିଲେ। ଶ୍ରୀ ପ୍ରଦ୍ୟୁମ୍ନ ପାଢ଼ୀ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ଙ୍କ କଥା ନ ରଖି ଯଦି ପ୍ରଶାସନ ମନ ମାନୀ କଲା ଆଗକୁ ଭୀଷଣ ଆନ୍ଦୋଳନ ହେବ। ଶେଷ ରେ ଶ୍ରୀ ରାଜେନ୍ଦ୍ର ମିଶ୍ର ଗଣତନ୍ତ୍ର ର ମାନ ରଖି ଚାଷୀ ଙ୍କ ସହ ଆଲୋଚନା କରିଥିବାରୁ ଶ୍ରୀ ସିଂଦେଓ ଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed