ଛତିଶଗଡ଼ ରୁ ଧାନ ଆଣି ବିକ୍ରି କରୁଥିଲେ ବେପାରୀ , ୨୨୮ ପ୍ୟାକେଟ ଧାନ ଜବତ କଲା ଯୋଗାଣ ବିଭାଗ

ଓଡ଼ିଶା ରେ ସରକାର ଧାନର ମୂଲ୍ୟ ବଢାଇ ୩୧୦୦ ଟଙ୍କା କଲାପରେ ବିଭିନ୍ନ ଆଡୁ ଧାନ ଆଣି ଅସାଧୁ ଧାନ ବ୍ୟବସାୟୀ ମାଲାମାଲ ହେଉଥିବା ଖବର ଏବେ ଦୃଷ୍ଟି କୁ ଆସୁଛି। ସେହି କ୍ରମରେ ଏବେ ସୁବର୍ଣ୍ଣପୁର ଜିଲ୍ଲା ର ବିନିକା ବ୍ଲକ ଜୁଲୁଣ୍ଡl ସାପ୍ତାହିକ ବଜାର ଓ ସେବା ସମବାୟ ସମିତି ଠାରୁ ଯୋଗାଣ ବିଭାଗ ୨୨୮ପ୍ୟାକେଟ ଧାନ ଜବତ କରିଥିବା ଜଣାପଡିଛି l ସୂଚନା ଅନୁସାରେ ବିନିକା ବ୍ଲକ ଅମlମୁଣ୍ଡା ଗ୍ରାମର ପରମେଶ୍ବର ସ୍ବାଇଁ ଜୁଲୁଣ୍ଡl ବଜାର ଠାରେ ଏକ କିରାନା ଦୋକାନ ଦେବା ସହ ଧାନ ଚାଉଳ କାରବାର କରୁଛନ୍ତି l ସେ ଦୀର୍ଘ ଦିନ ହେଲା ଛତିଶଗଡ଼ ରୁ ଧାନ ଆଣି ଡୁଙ୍ଗୁରିପାଲି ଓ ବିନିକା ଅଞ୍ଚଳ ରେ ବିକ୍ରିକରୁଥିବା ଯୋଗାଣ ବିଭାଗ ପାଖରେ ଅଭିଯୋଗ ହୋଇଥିଲା l ଖବର ପାଇ ବିନିକା ଯୋଗାଣ ଅଧିକାରୀ ପ୍ରମୋଦ କୁମାର ପଣ୍ଡା ପହଞ୍ଚିବା ବେଳକୁ ଓଡି -୧୭ଏସି ୬୭୯୩ ଟାଟା ଗାଡ଼ି ରୁ ଧାନ ଅନଲୋଡ ହୋଇ ଓଡି- ୩୧ ଏମ୍ ୧୨୪୫ ଟ୍ରାକ୍ଟର ରେ ଲୋଡ ହୋଇଥିଲା l ଯୋଗାଣ ଅଧିକାରୀ ଶ୍ରୀ ପଣ୍ଡା ଧାନ ବେପାରୀ ପରମେଶ୍ବର ଓ ପୁଅ ମାନସ କୁ ଧାନ ବିଷୟରେ ଅଧିକ ତଦନ୍ତ କଲାବେଳେ ପୁଅ ମାନସ ଯୋଗାଣ ଅଧିକାରୀ ଙ୍କୁ ଅଶ୍ଳିଳ ଭାଷାରେ ଗlଲି ଗୁଲଜ କରିବା ସହ ଯୋଗାଣ ଅଧିକାରୀ ଙ୍କୁ ଠେଲି ଦେଇଥିଲେ ଓ ସେଠାରୁ ଧାନ ବୋଝେଇ ଟ୍ରାକ୍ଟର ଧରି ଜୁଲୁଣ୍ଡା ସେବା ସମବାୟ ସମିତି କୁ ନେବା ସହ ଟାଟା ଗାଡ଼ି କୁ ଅନ୍ୟତ୍ର ପଠେଇ ବାପ ପୁଅ ଦୁହେଁ ଫେରାର ମାରିଥିଲେ l ପରେ ଲଛିପୁର ଥାନା ଅଧିକାରୀ ଓ ସୋନପୁର ଏସିଏସଓ ଲଲିତ ମୋହନ ପଟ୍ଟନାୟକ ପହଞ୍ଚି ଦୁଇ ସ୍ଥାନରୁ ୨୨୮ପ୍ୟାକେଟ ଅର୍ଥାତ ୮୨ କୁଇଣ୍ଟlଲ ଧାନ ଜବତ କରି ଖୁର୍ଡିଆବାହାଲ ସମଲେଶ୍ଵରୀ ରାଇସ ମିଲ ରେ ଜମା ଦେଇଥିବା ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି l ସ୍ୱାଇଁ ଙ୍କ ଗୋଦାମ ମାନଙ୍କରେ ଶତାଧିକ ଧାନ ଓ ଚାଉଳ ରହିଥିବା ଲୋକେ ଯୋଗାଣ ଅଧିକାରୀ ଙ୍କ ପାଖରେ ଅଭିଯୋଗ କରିଛନ୍ତି l ଛତିଶଗଡ଼ ରୁ ଧାନ ଅlଣି ବିନିକା ଓ ଡୁଙ୍ଗୁରିପାଲି ର ବିଭିନ୍ନ ପ୍ୟାକ୍ସ ଓ ରାଇସ ମିଲ ରେ ବିକ୍ରୟ କରୁଥିବାରୁ ଚାଷୀ ମାନେ ଅସୁବିଧାର ସମ୍ମୁଖିନ ହେଉଥିବା ଯୋଗାଣ ଅଧିକାରୀ ଙ୍କ ଠାରେ ଚାଷୀ ଅଭିଯୋଗ କରୁଛନ୍ତି l
ରିପୋର୍ଟ — ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର