ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ବ ବୟସ୍କ ନିର୍ଯାତନା ସଚେତନତା ଦିବସ ପାଳିତ
ନୟାଗଡ଼ :ନୟାଗଡ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼ର ଅଧକ୍ଷ ଅଜନ୍ତା ଷଡଙ୍ଗୀଙ୍କ ନିର୍ଦ୍ଦେଶକ୍ରମେ, ଆଜି ବିଶ୍ବ ବୟସ୍କ ନିର୍ଯାତନା ସଚେତନତା ଦିବସ (World Elder Abuse Awareness Day) ସମର୍ପଣ ବୃଦ୍ଧାଶ୍ରମରେ ପାଳନ କରାଯାଇଥିଲା। ଏହି ଅବସରରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ବୟସ୍କ ବ୍ୟକ୍ତିମାନଙ୍କର ଅଧିକାର, ସମ୍ମାନ ଓ ସୁରକ୍ଷା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧୂକରଣ, ନୟାଗଡ଼ର ସଚିବ ଅଞ୍ଜଳି ମଛଖଣ୍ଡ ମୁଖ୍ୟ ଅତିଥ୍ ଭାବେ ଯୋଗଦେଇ ବୟସ୍କ ନାଗରିକମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ଏବଂ ସେମାନଙ୍କ ଉପରେ ହେଉଥିବା ନିର୍ଯାତନାକୁ ରୋକିବା ପାଇଁ ସାମୂହିକ ସଚେତନତାର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ ଏବଂ ବୃଦ୍ଧବୃଦ୍ଧାମାନଙ୍କର ପରିବାରକୁ ପୁନର୍ବାର ପ୍ରତ୍ୟାବର୍ତ୍ତନ ସହ ସ୍ନେହ ଏବଂ ସ୍ବାଚ୍ଛନ୍ଦ୍ୟ ପରିବାର ସହିତ ପୁନର୍ବାର ପ୍ରତିସ୍ଥାପନ ନିମନ୍ତେ କିଛି ଆବେଦନ ଗ୍ରହଣ କରିଥିଲେ ।ଏହି ଅବସରରେ ଶିଶୁ କଲ୍ୟାଣ କମିଟିର ଅଧ୍ୟକ୍ଷ କାମାକ୍ଷ ପ୍ରସାଦ ଦାଶ ଏବଂ ସମାଧାନକାରୀ କ୍ଷଣପ୍ରଭା କର ଯୋଗଦେଇ ବୟସ୍କ ବ୍ୟକ୍ତିମାନଙ୍କ ପ୍ରତି ସହାନୁଭୂତି, ଯତ୍ନ ଓ ସମ୍ମାନ ପ୍ରଦର୍ଶନ କରିବା ସହିତ ସେମାନଙ୍କର ଆଇନଗତ ଅଧିକାର ସମ୍ପର୍କରେ ସମାଜରେ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ବାରୋପ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମକୁ ପ୍ରାଧ୍ଵରଣ କର୍ମଚାରୀ ପବନ କୁମାର ବେହେରା ପରିଚାଳନା କରିଥିବା ବେଳେ ପ୍ରକାଶ ଚନ୍ଦ୍ର ଦଳେଇ, ଏସ୍. ଇପ୍ସିତା ଦେବଦର୍ଶିନୀ, ଆୟୁଷ୍ମାନ ଚୌଧୁରୀ ଓ ରୋନିତ ଦଳେଇ କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ ପ୍ରଦାନ କରିଥିଲେ। ବକ୍ତାମାନେ ବୟସ୍କ ନାଗରିକମାନଙ୍କ ମର୍ଯ୍ୟାଦା ଓ ସୁରକ୍ଷା ରକ୍ଷା କରିବା ହେଉଛି ପ୍ରତ୍ୟେକ ପରିବାର ଓ ସମାଜର ଦାୟିତ୍ୱ ବୋଲି ମତପ୍ରକାଶ କରିଥିଲେ। ଏହି ଦିବସ ପାଳନ ମାଧ୍ଯମରେ ବୟସ୍କ ବ୍ୟକ୍ତିଙ୍କ ପ୍ରତି ହେଉଥିବା ଅବହେଳା ଓ ନିର୍ଯାତନା ବିରୋଧରେ ସଚେତନତା ବୃଦ୍ଧି କରିବାର ଆହ୍ବାନ ଦିଆଯାଇଥିଲା। ପରିଶେଷରେ ସଚିବ ବିଭିନ୍ନ ଅଭିନବ ପ୍ରୟାସ କରି ଲୋକଙ୍କୁ ସଚେତନତା କରିବାପାଇଁ ତଥା ସମାଜରେ ସଂସ୍କାର ଆଣିବା ପାଇଁ ପଦକ୍ଷେପ ନେବା ପାଇଁ ବକ୍ତବ୍ୟ ରଖିଥିଲେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
