ଜିଲ୍ଲା ଉପନିବନ୍ଧକଙ୍କ ନୂତନ କାର୍ଯ୍ୟାଳୟର ଲୋକାର୍ପଣ
ନୟାଗଡ଼ ( ଇପିଏ ) ନୟାଗଡ ୧୦ ତାରିଖ ଅପରାହ୍ନ ୩ ଘଟିକା ସମୟରେ ନୟାଗଡ଼ ଜିଲ୍ଲା ଉପନିବନ୍ଧକ କାର୍ଯ୍ୟାଳୟର ନୂତନ ଗୃହ ମାନ୍ୟବର ସାଂସଦ ପୁରୀ ଡା. ସମ୍ବିତ ପାତ୍ରଙ୍କ କର କମଳରେ ଶୁଭ ଉଦଘାଟିତ ହୋଇଯାଇଛି l ଏହି ଲୋକାର୍ପଣ ଉତ୍ସବ ଅବସରରେ ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ ନୟାଗଡ଼ ଡ଼ଃ ଅରୁଣ କୁମାର ସାହୁ, ମାନ୍ୟବର ଅଧକ୍ଷ, ଜିଲ୍ଲା ପରିଷଦ ଇଂ ଦେବାଶିଷ ପଟ୍ଟନାୟକ, ମାନନୀୟା ଜିଲ୍ଲାପାଳ ମଧୁମିତା ରଥ, ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ନିବନ୍ଧକ ଶ୍ରୀ ବିଜୟାନନ୍ଦ ନାୟକ, ଜିଲ୍ଲା ଉପ ନିବନ୍ଧକ ଡ଼ଃ ସ୍ଵାତିଲେଖା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ l


ଏହି ନୂତନ କାର୍ଯ୍ୟାଳୟଟି ଏକ କୋଟି ଚାଳିଶି ଲକ୍ଷ ଛଅଷଠି ହଜାର ବ୍ୟୟ ଅଟକଳରେ ନିର୍ମିତ ହୋଇଅଛି, ଯାହାଫଳରେ ଜିଲ୍ଲାର ସମୁଦାୟ ୨୬୩ ରାଜସ୍ବ ଗ୍ରାମର ଜନସାଧାରଣ ଉପକୃତ ହେବେ l ଏହି ଅବସରରେ ମୋହରୀ ସଙ୍ଘର ସଭାପତି କ୍ଷୀରୋଦ କୁମାର ମହାପାତ୍ର, ସମସ୍ତ ମୋହରୀ, କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ l

ଏକକୋଟି ଚାଳିଶ ଲକ୍ଷ ଛଅଷଠି ହଜାର ଟଙ୍କା ଖର୍ଚ୍ଚରେ ନିର୍ମିତ କୋଠା ନିର୍ମାଣକୁ ନେଇ ଜନସାଧାରଣଙ୍କ ମନରେ ବିଭିନ୍ନ ପ୍ରକାର ଭ୍ରମ ସୃଷ୍ଟି କରିଛି । କାରଣ ଏତେ ଟଙ୍କା ବ୍ୟୟରେ ନୂତନ କାର୍ଯ୍ୟାଳୟର କୋଠା ଅଧିକ ଉନ୍ନତ ଧରଣର ହୋଇପାରି ଥାଆନ୍ତା ବୋଲି ଲୋକମାନେ କୁହାକୋହି ହେଉଥିବାର ଶୁଣିବାକୁ ମିଳିଥିଲା ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
