August 20, 2026
Home » ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଚିଠା ଭୋଟର ତାଲିକା ପ୍ରକାଶ ।

ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଚିଠା ଭୋଟର ତାଲିକା ପ୍ରକାଶ ।

0
1001159733
 ନୟାଗଡ ସଠିକ୍ ଭୋଟର ତାଲିକା ପ୍ରସ୍ତୁତି ପାଇଁ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ(ଏସ ଆଇ ଆର) ପରେ ରବିବାର ନୟାଗଡ଼ ଜିଲାର ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଏହି ତାଲିକାରୁ ପ୍ରାୟ ୫୮, ୯୭୯ ଭୋଟରଙ୍କ ନାମ କରିବା ସମ୍ଭାବନା ରହିଛି।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜନୈତିକ ଦଳର ନେତୃବୃନ୍ଦଙ୍କ ଉପସ୍ଥିତିରେ ଚିଠା ତାଲିକା ପ୍ରକାଶ କରାଯା କଛି। ପ୍ରଶାସନ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୫୮,୯୭୯ ଭୋଟରଙ୍କ ନାମ ବା ପଡ଼ିବାକୁ ଯାଉଥିବା ବେଳେ ଏଥ‌ିରୁ ୧୮୦୩୪ ଜଣଙ୍କର ମୃତ୍ୟୁ ହୋଇସାରିଛି । ସେହିପରି ୨୬, ୫୬୮ ଜଣ ସ୍ଥାୟୀ ଭାବେ ଜିଲାରୁ ସ୍ଥାନାନ୍ତରିତ ହୋଇଥିବା ବେଳେ ୭,୫୭୩ ଜଣ ଅନୁପସ୍ଥିତ ଅଛନ୍ତି ।
ପୁଣି ୪୧୩୭ ଜଣ ପୂର୍ବରୁ ଅନ୍ୟତ୍ର ପଞ୍ଜୀକରଣ କରିସାରିଛନ୍ତି। ଜିଲାର ୪ଟି ନିର୍ବାଚନମଣ୍ଡଳୀ ଦଶପଲ୍ଲା, ରଣପୁର, ନୟାଗଡ଼ ଓ ଖଣ୍ଡପଡ଼ାରେ ୭ ଲକ୍ଷ ୯୭ ହଜାର ୨୮୯ ଭୋଟର ଥିବାବେଳେ ୨୮ ଜୁନ ସୁଦ୍ଧା ୭ ଲକ୍ଷ ୩୮ ହଜାର ୩୧୦ ଜଣଙ୍କଠାରୁ ଗଣନା ଫର୍ମ ସଂଗ୍ରହ ହୋଇଛି। ମେ ୩୦ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟରେ ୯୩୮ ବୁଥ୍ ୯୩୮ ଜଣ ଚୁଥ କେବୁଲ ଅଫିସର ଘରଘର ବୁଲିଥିଲେ। ଚିଠା ଭୋଟର ତାଲିକା ରବିବାର ପ୍ରକାଶ ପାଇଥିବାରୁ ଦାବି ଓ ଆପତ୍ତି ଅବଧି ରବିବାରଠାରୁ ଅଗଷ୍ଟ ୪ ପର୍ଯ୍ୟନ୍ତ ରହିଛି। ତେବେ ଶୁଣାଣି ଜୁଲାଇ ୫ରୁ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ରହିଛି। ଚୂଡ଼ାନ୍ତ ତାଲିକା ସେପ୍ଟେମ୍ବର ୬ରେ ପ୍ରକାଶ ପାଇବ। ଯେଉଁମାନଙ୍କ ନାମ ତାଲିକାରେ ନାହିଁ ସମ୍ପୂର ଭୋଟରମାନେ ଅବଧି ମଧ୍ୟରେ ବିଏଲଓ କିମ୍ବା ଭସିନେଟ ଆପ୍ ମାଧ୍ୟମରେ ଦାବି ଦାଖଲ କରିପାରିବେ । ଉପଯୁକ୍ତ ନୋଟିସ ଓ ଶୁଣାଣି ବିନା କାହାର ନାମ ବାଦ ପଡ଼ିବ ନାହିଁ ବୋଲି ପ୍ରଶାସନ ସ୍ପଷ୍ଟ କରିଛି । ବୈଠକରେ ଜିଲା ପରିସଦର ମୁଖ୍ୟ ଜନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଅତିରିକ୍ତ ଜିଲାପାଳ ରୋଜିନା ଦାସ ଓ ବିଜୟାନନ୍ଦ ମଲିକ, ଉପଜିଲାପାଳ କର୍ଣ୍ଣଦେବ ସମଦାର , କଂଗ୍ରେସର ଜିଲ୍ଲା ସଭାପତି ରଣଜିତ ଦାଶ, ବିଜେଡି ଜିଲ୍ଲା ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଓ ବିଜେଡି ନେତା ଗଙ୍ଗାଧର ପଣ୍ଡା, ଭାଜପାର ସୌମ୍ୟ ରଞ୍ଜନ ପ୍ରଧାନ ଓ ଜିପିଆଇଏମର ବିଶ୍ୱନାଥ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed