ଜିଲ୍ଲା ସ୍ତରୀୟ ନବମ ରାଷ୍ଟ୍ରୀୟ ପୋଷଣ ମାସ ପାଳନ।
ସୁସ୍ଥ ଶିଶୁ, ସୁସ୍ଥ ପରିବାର, ସମୃଦ୍ଧ ଓଡିଶା ପାଇଁ ସଚେତନତା।
ପୁରୀ ୭/୧୦ ପୁରୀ ଜିଲ୍ଲା ସ୍ତରୀୟ ନବମ ରାଷ୍ଟ୍ରୀୟ ପୋଷଣ ମାସ ଆଜି ପୂର୍ବାହ୍ନରେ ଜିଲ୍ଲା ସଂସ୍କୃତି ଭବନ ଠାରେ ପାଳିତ ହୋଇଥିଲା।ଜିଲ୍ଲା ପ୍ରଶାସନ, ସମାଜ କଲ୍ୟାଣ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକ ସମ୍ପର୍କ ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସୁସ୍ଥ ରହିବା ପାଇଁ ପୋଷଣ ଯୁକ୍ତ ଉପଯୁକ୍ତ ଖାଦ୍ୟର ଆବଶ୍ୟକତା ରହିଛି ବୋଲି କହିଥିଲେ।ପୂର୍ବରୁ ପ୍ରତି ପରିବାର ବାଡ଼ି ବଗିଚା ରେ ବିବିଧ ପନିପରିବା, ଶାଗ,ମୁଗ ଇତ୍ୟାଦି ଚାଷ କରାଯାଉଥିଲା।ଏହା କିଚେନ ଗାର୍ଡନ ଭାବେ ଆମ ରୋଷଶାଳାକୁ ସମୃଦ୍ଧ କରୁଥିଲା। ଏହି ବଗିଚା ରେ ହେଉଥିବା ସତେଜ ପନିପରିବା ଖାଇ ସମସ୍ତେ ସୁସ୍ଥ ଓ ନିରୋଗ ରହୁଥିଲେ।ସମୟ ବଦଳିବା ସହ ଖାଦ୍ୟ ଗ୍ରହଣର ତରିକା ବଦଳିଛି।ଆଜି କାଲି ର ପିଲା ମାନେ ଆମ ପାରମ୍ପରିକ ଖାଦ୍ୟ ଯାହା ପୁଷ୍ଟିକର ଓ ସ୍ବାସ୍ଥ୍ୟ ପ୍ରଦ ତାକୁ ପସନ୍ଦ କରୁ ନାହାନ୍ତି।ଜଙ୍କ ଫୁଡ ଖାଇବା ଦ୍ବାରା ଅସୁସ୍ଥ ହେଉଛନ୍ତି।ଆମେ ସମସ୍ତେ ଏ ସମ୍ପର୍କରେ ସଚେତନ ହେବା ଓ ସମସ୍ତ ଙ୍କୁ ସଚେତନ କରାଇବାର ଆବଶ୍ୟକତା ରହିଛି।ପିଲା ବେଳୁ ପିଲା ର ଉତ୍ତମ ପୁଷ୍ଟି ଓ ସ୍ବାସ୍ଥ୍ୟ ରକ୍ଷା ପ୍ରତି ସଚେତନ ହେବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ସେ କହିଥିଲେ।ଅନ୍ୟତମ ଅତିଥି ଭାବେ ଡା ସୂର୍ଯ୍ୟ ନାରାୟଣ ମିଶ୍ର, ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ମହାବୀର ରୁଦ୍ର ନାରାୟଣ ସାହୁ,ଜିଲ୍ଲା ଟ୍ରଜେରୀର ସହକାରୀ ଟ୍ରେଜେରୀ ଅଧିକାରୀ ଡ ରଶ୍ମି ସେନାପତି,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ଆମ ପାରମ୍ପରିକ ଖାଦ୍ୟ ରେ ଯେଉଁ ପୁଷ୍ଟି ଓ ଶକ୍ତି ରହିଛି ତାହା ଅନ୍ୟ କେଉଁଠାରେ ମିଳିବ ନାହିଁ।ଏଠାରେ ପ୍ରଦର୍ଶିତ ଖାଦ୍ୟ ସମୁହ ତାହାର ଉଦାହରଣ।ଅଙ୍ଗନବାଡି ରେ ଦିଆ ଯାଉଥିବା ଖାଦ୍ୟ ପ୍ରଣାଳୀ ସମ୍ପର୍କରେ ସମସ୍ତ ମା ମାନଙ୍କୁ ସଚେତନ କଲେ ଏହାର ଉପକାରିତା ମିଳିପାରିବ।ଆମ ପାଇଁ ସବୁଦିନ ପୋଷଣ ର ଦିନ ଓ ପ୍ରତେକ ପ୍ରାକୃତିକ ଶାଗ ମୁଗ,ପନିପରିବା ଓ ପାରମ୍ପରିକ ପ୍ରଣାଳୀ ରେ ପ୍ରସ୍ତୁତ ଖାଦ୍ୟ କୁ ଗ୍ରହଣ କଲେ ଡାକ୍ତରଖାନା ଯିବାର ଆବଶ୍ୟକତା ପଡିବ ନାହିଁ ବୋଲି ସେମାନେ କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର ରୁନୀତା ପ୍ରଧାନ,ପ୍ରୋଗ୍ରାମ ଅଫିସର ସୁହାଗୀ ହେମ୍ବ୍ରମ, ବ୍ରହ୍ମଗିରି ସିଡିପିଓ ଝରଣା ଶତପଥୀ,ଡିଏଲଏଫ ସେକ୍ରେଟାରୀ ମୀନାକ୍ଷୀ ପୃଷ୍ଟି ପ୍ରମୁଖ ଯୋଗ ଦେଇଥିଲେ।


ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା ଏଥିରେ ଅଧ୍ୟକ୍ଷତା କରିବା ସହ ଅତିଥି ମାନଙ୍କୁ ସ୍ବାଗତ, କାର୍ଯ୍ୟକ୍ରମ ର ଆଭିମୁଖ୍ୟ ଓ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ।ପରେ ଅତିଥି ମାନେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଓ ପୋଷଣ ଯୁକ୍ତ ଖାଦ୍ୟ ପ୍ରଦର୍ଶନୀରେ ଅଂଶଗ୍ରହଣ କରି ଶ୍ରେଷ୍ଠ ହୋଇଥିବା ଅଂଶଗ୍ରହଣ କାରୀ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ପ୍ରାରମ୍ଭରେ ଅତିଥି ମାନେ ମହାପ୍ରଭୁଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ, ପ୍ରଦୀପ ପ୍ରଜ୍ବଳନ କରିଥିଲେ।ପୋଷଣ ମାସ ଅବସରରେ ବିଭିନ୍ନ ପୁଷ୍ଟିକର ଖାଦ୍ୟ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା।
ଏହି ଅବସରରେ ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରାଯାଇଥିଲା।କାର୍ଯ୍ୟକ୍ରମ ରେ ସମାଜ କଲ୍ୟାଣ କାର୍ଯ୍ୟାଳୟ ର ପୋଷଣର ଜିଲ୍ଲା ସଂଯୋଜକ ସସ୍ମିତା କର୍ମକାର,ମମତା ର ଡିପିସି ପ୍ରଣତି ମହାନ୍ତି, ମିଶନ ଶକ୍ତି ଡିପିସି ସ୍ବାଗତିକା ପରିଡା,ସୁପରଭାଇଜର ବାଲ୍ୟବତୀ ମହାନ୍ତି ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
